ତିତଲି ଲାଗି ରେଳ ଚଳାଚଳ ବାତିଲ, ୧୦ଟା ପରଠାରୁ ଗଡିବନି ରେଳ

0
1

ଭୁବନେଶ୍ୱର : ଓଡିଶାକୁ ଭୟଙ୍କର ରୂପ ମାଡି ଆସୁଛି ବାତ୍ୟା‘ତିତ୍‌ଲି’ । ଆସନ୍ତାକାଲି ସକାଳ ୫.୩୦ ମିନିଟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆଉ ଏଭଳି ସମୟରେ ପୂର୍ବତଟ ରେଳବାଇ ପକ୍ଷରୁ ଏକ ବଡ ନିଷ୍ପତି ନିଆଯାଇଛି । ବଡ଼ ଧରଣର ବାତ୍ୟା ସମ୍ଭାବନା ଥିବାରୁ ପୂର୍ବତଟ ରେଳବାଇ ଆଜି ରାତି ୧୦ଟାରୁ ଖୋର୍ଦ୍ଧାରୋଡ୍‌ ଓ ଆନ୍ଧ୍ରର ବିଜୟନଗରମ ମଧ୍ୟରେ ଟ୍ରେନ ଚଳାଚଳ ବାତିଲ କରିଛି । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଏହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବନ୍ଦ ରହିବ । ସେହିପରି ଖଡ଼ଗପୁରରୁ ଓଡ଼ିଶା ଦେଇ ଚେନ୍ନାଇ ଅଭିମୁଖେ ଯାଉଥିବା ଟ୍ରେନ ଗୁଡିକ ସଂଧ୍ୟା ୫ଟା ୧୫ ପରେ ଭଦ୍ରକ ଷ୍ଟେସନ ପୂର୍ବରୁ ଅଟକିବ । ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦ ଓ ବିଶାଖାପାଟଣାରୁ ଆସୁଥିବା ଟ୍ରେନ ଗୁଡିକ ସଂଧ୍ୟା ୬ଟା ୪୦ ମିନିଟ ପରେ ଦୁଭାଡା ଷ୍ଟେସନ ନିକଟରେ ଅଟକିବ । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଟ୍ରେନ୍‌ ଚଳାଚଳ ବାତିଲ ରହିବ ବୋଲି ସୂଚନା ମିଳିଛି । ସେହିଭଳି ଇଷ୍ଟକୋଷ୍ଟ ରେଲୱେ ପରିଧି ମଧ୍ୟରେ ଯେଉଁ ଦୂରଗାମୀ ଟ୍ରେନ ଗୁଡିକ ଖୋର୍ଦ୍ଧା ଓ ବିଜୟନଗରମ ଦେଇ ଯାଇଥାନ୍ତେ ସେମାନଙ୍କର ଗତିପଥରେ ପରିବର୍ତ୍ତନ କରାଯାଇଛି । ସେହି ଟ୍ରେନ ଗୁଡିକୁ ନାଗପୁର-ବାଲହରଶାହା-ବିଜୟୱାଡା ରୁଟରେ ଛଡାଯିବାକୁ ନିଷ୍ପତି ନିଆଯାଇଛି । ଏହାଛଡା କିଛି ଟ୍ରେନ ଗୁଡିକୁ ବାତ୍ୟାର ସ୍ଥିତି ଦେଖି ସମ୍ପୂର୍ଣ୍ଣ ଭାବେ ବାତିଲ ମଧ୍ୟ କରାଯାଇପାରେ । ଆଜି ରାତି ୧୦ଟା ପରେ ଖୋର୍ଦ୍ଧାରୋଡ- ବିଜୟନଗରମ ରୁଟ ମଧ୍ୟରେ କୌଣସି ଟ୍ରେନ ଚଳାଚଳ କରିପାରିବ ନାହିଁ ବୋଲି ପୂର୍ବତଟ ରେଳବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାଛଡା ପୁରୀରେ ବର୍ଷା ଯୋଗୁଁ ବିଭିନ୍ନ ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି । ଯେପରିକି ପୁରୀ-ଯୋଧପୁର, ପୁରୀ-ଅହମଦାବାଦ, ପୁରୀ-ଦୁର୍ଗ ଏକ୍ସପ୍ରେସ, ପୁରୀ-ହାୱାଡ଼ା ଗରିବ ରଥର ସମୟ ପରିବର୍ତ୍ତନ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here