ଟ୍ରାକ୍ଟର-ସ୍କୁଟି ଦୁର୍ଘଟଣା, ଛାତ୍ରଛାତ୍ରୀ ମୃତ

ଝାରସୁଗୁଡା: ଆଜି ଦିନ ପ୍ରୟ ୧୨ଟା ସମୟରେ ଝାରସୁଗୁଡା ଇକୋ ପାର୍କ ପାଖରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଛି । ଯୁବତୀଙ୍କ ସହିତ ଥିବା ଅନ୍ୟ ଜଣେ ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲାସ୍ଥିତ ଭିମସାରକୁ ସ୍ଥାନାନ୍ତରଣ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ,ଝାରସୁଗୁଡା ବଢେଇମୁଣ୍ଡା ଅଞ୍ଚଳର ସୁରେଶ କୋରୀଙ୍କ ପୁଅ ରତିକ କେଶରୀ ଓ ଅନ୍ୟ ଜଣେ ଯୁବତୀ ସ୍କୁଟି ଚଲାଉଥିବା ବେଳେ ରୁତିକ ତାଙ୍କ ପଛରେ ବସିଥିଲେ । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସାମନାପଟୁ ଆସୁଥିବା ଏକ ଟ୍ରାକ୍ଟରକୁ ଦେଖି ସ୍କୁଟି ଚଲାଉଥିବା ଯୁବତୀ ଜଣଙ୍କ ହଡବଡେଇ ଯାଇ ଗାଡିକୁ ନେଇ ଟ୍ରାକ୍ଟର ପଛରେ ପିଟି ଦେଇଥିଲୋ ଫଳରେ ଘଟଣା ସ୍ଥଳରେ ହି ଯୁବତୀଙ୍କର ମୃତ୍ୟୁ ଘଟିଥିଲା । ମୃତ ଯୁବତୀଙ୍କର କିଛି ପରିଚୟ ମିଳିପାରିନାହିଁ । ବର୍ତ୍ତମାନ ତାଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।