ଆସନ୍ତାକାଲି ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧି

ବରଗଡ : ଆସନ୍ତାକାଲି ଶୁକ୍ରବାର ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧି | ନିର୍ବାଚନ ତାରିଖ ଘୋଷଣା ହେଲା ପରେ ଏହି ପଦକ୍ଷପ ନେଇଛନ୍ତି । ବରଗଡ ସରସରାରେ ଦଳୀୟ ସମାବେଶରେ ଯୋଗ ଦେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ରାହୁଲ । ଏ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି | ସାମ୍ବାଦିକ ସମ୍ମିଳନୀ କରି ଏ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । କଂଗ୍ରେସର ଓଡିଶା ପ୍ରଭାରୀ ଟି.ଏସ ସିଂଦେଓ ରାହୁଲଙ୍କ କାର୍ଯ୍ୟକ୍ରମ ନିରୀକ୍ଷଣ କରିବା ଲାଗି ବରଗଡ ଆସି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଥିଲେ ।

ମହିଳା ସମାବେଶରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ