ହିମଖଣ୍ଡ ଦବି ରହିଥିବା ୨ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି

ନୂଆଦିଲ୍ଲୀ : ଭାରତ ଓ ତିବତ ସୀମାନ୍ତ ଡୋଗରୀ ନାଳ ହିମଖଣ୍ଡରେ ଦବି ରହିଥିବା ଦୁଇ ଯବାନଙ୍କ ମୃତଦେହ ୨୨ ଦିନ ପରେ ଆଜି ଉଦ୍ଧାର କରାଯାଇଛି । ସେଥିରେ ସହିଦ ହୋଇଥିବା ଯବାନଙ୍କ ପରିଚୟ ମିଳିପାରିଛି । ସେମାନେ ହେଉଛନ୍ତି ହିମାଚଳ ପ୍ରଦେଶର ନିମଣ୍ଡର ବିଦେଶ କୁମାର ଏବଂ ଜମ୍ମୁର ଅର୍ଜୁନ ।
ସୂଚନାନଚଯାୟୀ, ଗତ ଜାନୁଆରୀ ୨୦ ତାରିଖରେ ଡୋଗରୀ ନାମକ ସ୍ଥାନରେ ସେନାର ୬ଜଣ ଯବାନ ପାଟ୍ରୋଲିଙ୍ଗ କରୁଥିବା ସମୟରେ ହିମସ୍ରୋତ ମାଡି ଆସିଥିଲା । ଏଥିରେ ଯବାନମାନେ ଫସି ଯାଇଥିଲେ । ଦୁର୍ଘଟଣା ପରେ ୪ଜଣ ଯବାନଙ୍କ ମୃତଦେହ ଜବତ ହୋଇଥିବା ବେଳେ ସେଥିରେ ୨ଜଣ ନିଖୋଜ ଥିଲେ । ସେମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅନାରେସନ ଜାରି ରହିଥିଲା । ଗୁରୁବାର ସକାଳେ ସର୍ଚ୍ଚ ଅପରେସନ ବେଳେ ସେହି ଦୁଇ ନିଖୋଜ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହା ସହ ୨୩ ଦିନ ଧରି ଚାଲିଥିବା ସର୍ଚ୍ଚିଂ ଅଭିଯାନ ଆଜି ଶେଷ ହୋଇଛି ।

ଜାଣନ୍ତୁ କେଉଁ ରାଜ୍ୟ ସହିଦଙ୍କ ପରିବାରକୁ କେତେ ସହାୟତା ରଶି ଘୋଷଣା କଲେ