ଆଜି ହାତରୁ ଦୁଇ ହାତ ହେଉଛନ୍ତି କପିଲ ଶର୍ମା, ସେପଟେ ସୁଦର୍ଶନ ବାଲୁକା କଳାରେ ଦେଲେ ଶୁଭେଚ୍ଛା

https://www.facebook.com/nnsodia/videos/267154983995629/?t=5

ମୁମ୍ୱାଇ: ଆଜି ହାତରୁ ଦୁଇ ହାତ ହେଉଛନ୍ତି ଲୋକପ୍ରିୟ କମେଡିଆନ୍‌ କପିଲ୍‌ ଶର୍ମା | ତେବେ ସେ ବିବାହ କରୁଥିବା ମହିଳା ଜଣଙ୍କ ହେଉଛନ୍ତି ତାଙ୍କ ଗାର୍ଲଫ୍ରେଣ୍ଡ୍‌ ତଥା କଲେଜ୍‌ ବେଳର ସାଥୀ ଗିନ୍ନୀ ଚତରଥ | ତେବେ ବର୍ତ୍ତମାନ ବାହାଘରର ସମସ୍ତ ବିଧି ମଧ୍ୟ ଆରମ୍ଭ ହୋଇ ସାରିଛି । ସବୁ ଅତିଥି ମଧ୍ୟ ଆସି ସାରିଛନ୍ତି । କେବଳ ଏତିକି ନୁହେଁ, କପିଲ୍‌ଙ୍କର ପ୍ରି-ୱେଡିଙ୍ଗ୍‌ ଫଟୋ ମଧ୍ୟ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । ଆଜିର ବିବାହ ଉତ୍ସବରେ ସାମିଲ୍‌ ହେବା ପାଇଁ ଅତିଥିମାନଙ୍କ ମଧ୍ୟରେ କୃଷ୍ଣା ଅଭିଷେକ,ସୁମୋନା ଚକ୍ରବର୍ତ୍ତୀ, ରାଜୀବ ଠାକୁର ଓ ଗାୟକ ଋଚା ଶର୍ମା ରହିଛନ୍ତି । ଏସହିତ କମେଡି ନାଇଟସ୍‌ ୱିଇଥ୍‌ କପିଲ୍‌ ପୂରା ଟିମ୍‌ ମଧ୍ୟ ବିବାହ ପୂର୍ବରୁ କପିଲ୍‌ଙ୍କ ସହିତ ରହିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, କପିଲ୍‌ ଶର୍ମା ଦୁଇଟି ରୀତିରେ ବିବାହ କରିବେ । ୧୨ ଡିସେମ୍ୱର ଅର୍ଥାତ୍‌ ଆଜି ହିନ୍ଦୁ ରୀତିନୀତି ଅନୁସାରେ ଏବଂ ୧୩ ଡିସେମ୍ୱରକୁ ଶିଖ୍‌ ଧର୍ମ ଅନୁସାରେ ବିବାହ କରିବେ । ତେବେ କପିଲଙ୍କ ଏହି ବିବାହ ତାଙ୍କ ପର୍ସନାଲ ଲାଇଫରେ କଣ ପରିବର୍ତ୍ତନ ଆଣିବ ଏବଂ କେତେ ଆଗକୁ ଯିବେ ତାହା ଦେଖିବାକୁ ବାକି ରହିଲା |
ତେବେ ତାଙ୍କ ବିବାହକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିବାବେଳେ ରାଜ୍ୟରେ ମଧ୍ୟ ତାଙ୍କ ବିବାହକୁ ନେଇ ଖୁବ ଖୁସୀ ଥିବା ଜଣାପଡୁଛି | ଏଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶାର ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କପିଲ୍‌ ଶର୍ମା ଓ ତାଙ୍କ ଗାର୍ଲଫ୍ରେଣ୍ଡ୍‌ ଗିନ୍ନୀ ଚତରଥ୍‌ଙ୍କୁ ବିବାହର ଅଭିନନ୍ଦନ ଜଣାଇବା ସହିତ ଭବିଷ୍ୟତରେ ସୁଖସମୃଦ୍ଧି କାମନା କରି ପୁରୀ ସମୁଦ୍ର ବେଳା ଭୂମିରେ ଏକ ବାଲୁକା କଳା ପ୍ରଦର୍ଶନ କରିଛନ୍ତି । ଯାହା ଟ୍ୱିଟର୍‌ରେ ଭାଇରାଲ୍‌ ହେବାରେ ଲାଗିଥିବାର ଦେକିବାକୁ ମିଳୁଛି ।

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here