ଆଜି ହେଉଛି ରୋଜ ଡେ, ଜାଣନ୍ତୁ ଏହି ରୋଜର କେତେ ରହିଛି ମହତ୍ତ୍ୱ..

ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହୋଇଯାଇଛି ପ୍ରେମୀଯୁଗଳଙ୍କ ପାଇଁ ପ୍ରେମ ସପ୍ତାହ । ପ୍ରେମ ଦିବସ(ଭାଲେନ୍‌ଟାଇନ୍‌ ଡେ’) ଆଜି ଠାରୁ(ଫେବୃଆରୀ 7)ରୁ ଆରମ୍ଭ ହୋଇଯାଇଛି ଅର୍ଥାତ୍‌ ଆଗାମୀ ୧୪ ତାରିଖ ପର୍ଯ୍ୟନ୍ତ ପ୍ରେମ ସପ୍ତାହ ଚାଲିବ । ପ୍ରେମ ସପ୍ତାହର ପ୍ରଥମ ଦିନ ହେଉଛି ‘ରୋଜ୍‌ ଡେ’ । କୁହାଯାଏ ଗୋଲାପ ହେଉଛି ପ୍ରେମର ପ୍ରତୀକ । ଏଥିସହ ସମ୍ପର୍କ ଦୃଢ କରିବା ପାଇଁ ଫୁଲର ମହତ୍ୱ ଅଧିକ । ତେଣୁ ପ୍ରେମ ସପ୍ତାହର ଆରମ୍ଭ ଏହି ରୋଜ୍‌ ଡେ ବା ଗୋଲାପ ଦିଆ ନିଆରୁ ଆରମ୍ଭ ହୁଏ । ଏହି ଦିନ ପ୍ରମୀଯୁଗଳ ମାନେ ପରସ୍ପରକୁ ଗୋଲାପ ଦେଇ ପ୍ରେମ ନିବେଦନ କରନ୍ତି । ତେବେ ପ୍ରେମୀଯୁଗଳଙ୍କ ପରସ୍ପରକୁ ଦେଉଥିବା ଗୋଲାପ କେଉଁଠାରେ ଆସୁଛି ଓ ଏଥିରେ କେତେ ମୂଲ୍ୟ ରହିଛି ତାହା ଚାଲନ୍ତୁ ଜାଣିବା…

୧- ବିଶ୍ୱର ପ୍ରାଯତଃ ୧୦୦ କିସମର ଗୋଲାପ ରହିଛି । ଏଥି ମଧ୍ୟରୁ ଅଧିକାଂଶ ଏସିଆରେ ଦେଖିବାକୁ ମିଳେ ।
୨- ସବୁଠାରୁ ମହଙ୍ଗା ଗୋଲାପ ହେଉଛି ଜୁଲିଏଟ୍‍ ରୋଜ୍‍ । ଏହାର ଦାମ୍‍ କୋଟିଏରୁ ଊର୍ଦ୍ଧ୍ୱ ।
୩- ୫୦୦ବର୍ଷ ପୂର୍ବେ ପ୍ରଥମେ ଗୋଲାପ ଚାଷ ଆରମ୍ଭ କରାଯାଇଥିଲା ।
୪- ଜଙ୍ଗଲୀ ଗୋଲାପ ଅନେକ ଦିନ ପର୍ଯ୍ୟନ୍ତ ରହିପାରେ । କିନ୍ତୁ ଅଧିକ ଥଣ୍ଡା ପାଗରେ ଗୋଲାପ ଗଛରେ ଫୁଲ ଅଧିକ ଦିନ ରୁହେନାହିଁ ।
୫- ଗୋଲାପର କେତେକ କିସମ ଏଭର୍‍ଗ୍ରୀନ୍‍ ହୋଇ ରହିଥାଏ ।
୬- ଗୋଲାପର ରଙ୍ଗ ତା’ର ପ୍ରଜାତି ଉପରେ ନିର୍ଭର କରେ । ସବୁ ରଙ୍ଗର ଗୋଲାପ ଅଛି । କେବଳ କଳା ରଙ୍ଗର ଗୋଲାପ ନାହିଁ ।
୭- ଲାଲ୍‍ ଗୋଲାପ ପ୍ରେମର, ହଳଦିଆ ରଙ୍ଗ ବନ୍ଧୁତ୍ୱର, ନାରଙ୍ଗୀ ରଙ୍ଗ ଉତ୍ସାହ ଓ ଧଳା ରଙ୍ଗର ଗୋଲାପ ପବିତ୍ରତାର ପ୍ରତୀକ ଭାବେ ପରିଗଣିତ ହୋଇଥାଏ ।
୮- ପରଫ୍ୟୁମ୍‍ ପାଇଁ ଗୋଲାପର ତେଲ ବ୍ୟବହୃତ ହୁଏ । ୧ଗ୍ରାମ ଗୋଲାପ ତେଲ ପାଇଁ ୨ହଜାର ଗୋଲାପ ଆବଶ୍ୟକ ।
୯- ଗୋଲାପ ଜଳ ଓ ଗୋଲାପ ସିରାପ୍‍କୁ ବିଭିନ୍ନ ମିଠା ଜିନିଷ ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଏ ।
୧୦- ‘ଗୋଲାପ’ ଫୁଲ ଆଧାରରେ ୪ ହଜାରରୁ ଉର୍ଦ୍ଧ୍ୱ ଗୀତ ରଚନା କରାଯାଇଛି ।