୨ ସସ୍ତାହର ପରିଶ୍ରମ ପରେ ଅଚେତ ହେଲା ବାଘୁଣୀ ସୁନ୍ଦରୀ, ନନ୍ଦନକାନନ ଯିବାର ଯୋଜନା

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର : ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା । ବାଘୁଣୀ ସୁନ୍ଦରୀକୁ ଶେଷରେ ଟ୍ରାଙ୍କୁଲାଇଜ କରାଯାଇ ଅଚେତ କରାଯାଇଥିବା ସୂଚନା ମିଳିଛି । ତେବେ ଦୀର୍ଘଦିନ ହେବ ସୁନ୍ଦରୀକୁ ଧରିବା ପାଇଁ ବିଶେଷଜ୍ଞ ଦଳଙ୍କ ଅଳ୍କାନ୍ତ ପରିଶ୍ରମ ଚଳାଇଥିଲେ । ହେଲେ ଧରିବାରେ ସମସ୍ୟା ହେବାରୁ ଚନ୍ଦକାରରୁ ଆସିଥିବା କୁମକୀ ହାତି ଯଶୋଦା ପିଠିରେ ବସି ବିଶେଷଜ୍ଞ ଦଳ ସୁନ୍ଦରକୁ ଗୁଳି କରିଥିଲେ ଏବଂ ବାଘୁଣୀର ଦେହରେ ନିଶ୍ଚେତକ ଗୁଳି ବାଜିଥିବା ନେଇ ବିଶେଷ ସୁତ୍ରରୁ ଜଣାପଡିଛି । ସାତକୋଶିଆ ମଝିପଡା ଜଙ୍ଗଲରେ ବୁଲୁଥିବା ବେଳେ ସୁନ୍ଦରୀକୁ ଟ୍ରାଙ୍କୁରାଇଜ କରିଥିବା ଜଣାପଡିଛି । ବାରମ୍ବାର ବିଶେଷଜ୍ଞ ଦଳକୁ ଚକମା ଦେଇ ଖସି ଯାଉଥିବା ବାଘୁଣୀ ଆଜି ଅଚେତ ହୋଇଛି । ତେବେ ବାଘ ଧରିବାକୁ ବନ ବିଭାଗ ବାରମ୍ବାର ବିଫଳ ହେବାପରେ ଅପରେସନରେ ସାମିଲ ହୋଇଥିଲା ତାଲିମପ୍ରାପ୍ତ କୁମକି ହାତୀ ଯଶୋଦା । ଖାଲି ହାତୀ ନୁହେଁ ବରଂ ଏହି ଅପରେସନରେ ସାମିଲ ହୋଇଥିଲେ ମଇଁଷି, ସ୍ୱୟଂ ଚାଳିତ ଯନ୍ତା ଓ ଷ୍ଟ୍ରେଚର । ସୁନ୍ଦରୀକୁ ଧରିବା ପାଇଁ ଦୀର୍ଘ ୨ ସସ୍ତାହ ହେଲା ଝାଳନାଳ ବୁହାଇବା ପରେ ଶେଷରେ କୁମକି ହାତୀର ସହାୟତା ବାଘୁଣୀକୁ ଟ୍ରାଙ୍କୁରାଇଜ କରାଯାଇଛି । ବଂଶ ବୃଦ୍ଧି କରିବାକୁ ମଧ୍ୟପ୍ରଦେଶରୁ ଅଣାଯାଇଥିବା ବାଘୁଣୀଟି ମଣିଷଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ରହିଛି । ତେବେ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବା ପରେ ତାକୁ ନନ୍ଦନକାନନ ପଠାଇ ଦେବାକୁ ନିଷ୍ପତି ନିଆଯାଇଛି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here