ବାଘ ଚମଡା ରାକେଟ ମାମଲା: ମୁଖ୍ୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(ଓଏନଏ): ସମ୍ବଲପୁର ବାଘ ଚମଡା ରାକେଟର ମୁଖ୍ୟ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ ଆଜି ରିମାଣ୍ଡରେ ନେବ ବୋଲି ସୂଚନା ମିଳିଛି । ଅଧିକ ତଦନ୍ତ ପାଇଁ ସମସ୍ତ ଅଭିଯୁକ୍ତଙ୍କୁ ଆଜି ଭୁବନେଶ୍ୱର ଅଣାଯାଇଛି ।
ସୂଚନାନୁଯାୟୀ ଗତ କାଲି ସମ୍ବଲପୁର କୁଚିଣ୍ଡାରୁ କଲରାପତରିଆ ବାଘ ଚମଡ଼ା କାରବାର ଏକ ରାକେଟକୁ କ୍ରାଇମବ୍ରାଞ୍ଚ ଧରିଥିଲା । ଚଢଉ ବେଳେ ସେମାନଙ୍କ ନିକଟରୁ ୪ଟି ବାଘ ଚମଡା ଜବତ ହୋଇଥିଲା । ଏହା ସହ ବାଘ ଚମଡା କାରବାର ଅଭିଯୋଗରେ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଜବତ ହୋଇଥିବା ବାଘ ଚମଡାର ବଜାର ମୁଲ୍ୟ ହେଉଛି ୧୦ଲକ୍ଷରୁ ୩୦ ଲକ୍ଷ ଟଙ୍କା ବୋଲି ଅନୁମାନ କରାଯାଉଛି ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମହାବଳ ବାଘ ରୋଶନ ମୃତୁ