ତିନି ବର୍ଷର କଅଁଳ ଶିଶୁକୁ ଦୁଷ୍କର୍ମ କରି ବୁଦା ମୂଳେ ଫିଙ୍ଗିଲା ଦୃର୍ବୁତ୍ତ

ଗୁଜୁରାଟ: ରାଜ୍ୟ ଓ ରାଜ୍ୟ ବାହାରେ ଦୁଷ୍କର୍ମର ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପୁଣି ଆଜି ଆଉ ଏକ ଦୁଷ୍କର୍ମ ଘଟଣା ସାମନାକୁ ଆସିଛି । ତେବେ ଏଥର ଘଟିଥିବା ଦୁଷ୍କର୍ମ ଲଜ୍ଜ୍ୟଠାରୁ ମଧ୍ୟ ନିନ୍ଦନୀୟ । ଜଣେ ତିନିବର୍ଷର କଅଁଳ ଶିଶୁକୁ ଜଣେ ଦୃବୁର୍ତ୍ତ ଦୁଷ୍କର୍ମ କରିବା ପରେ ହତ୍ୟା କରି ବୁଦାମୂଳକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ତେବେ ଏପରି ଲଜ୍ଜ୍ୟଜନକ କାଣ୍ଡ ଘଟିବା ପରେ ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ ପୋକ୍ସୋ ଆର୍ଟ ମାଧ୍ୟମରେ ଦୃବୁତ୍ତକୁ ଖୋଜିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣା ଘଟିବା ପରେ ସୁରତ ପ୍ରଶାସନ ଉପରେ ପ୍ରଶ୍ନ ସୃଷ୍ଟି ହେଉଛି । ସୁରତର ଏକ ମଫସଲ ଅଞ୍ଚଳର ଏକ ଶ୍ରମିକ ପରିବାରରେ ଶିଶୁ ଜଣଙ୍କ ଗୁରୁବାର ଦିନ କୁଆଡେ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ଶିଶୁକୁ ପାଇନଥିଲେ । ଏହା ପରେ ସ୍ଥାନୀୟ ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ । ପରେ ପୁଲିସ ସର୍ଚ୍ଚ ଅପରେସନ କରି ଶିଶୁଟିକୁ ରକ୍ତାତ ଅବସ୍ଥାରେ ବୁଦା ମୂଳରୁ ପାଇଥିଲା । ସଙ୍ଗେସଙ୍ଗେ ତାକୁ ରକ୍ତାତ ଅବସ୍ଥାରେ ସ୍ଥାନୀୟ ମେଡିକାଲକୁ ପଠାଇଥିଲା । ତେବେ ଶିଶୁଟିର ଅବସ୍ଥା ଗୁରୁତର ଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ ଏପରି ଶିଶୁଙ୍କୁ ଦୁଷ୍କରମ ହେଉଥିବା ସୁରତ ନୂଆ କଥା ନୁହଁ । ଏମିତି ଅନେକ ଲଜ୍ଜ୍ୟଜନକ ଘଟଣା ଘଟିଥିବାର ସୂଚନା ମିଳିଛି । ତେବେ ଗୋଟେ ପରେ ଗୋଟେ ଏପରି ଲଜ୍ଜ୍ୟଜନକ କାଣ୍ଡ ଘଟୁଥିବା ବେଳେ ପ୍ରଶାସନ ପ କ୍ଷରୁ କାହିଁକି ଦୃଢରୁ ଦୃଢ କାର୍ଯାନୁଷ୍ଟାନ ଘଟୁ ନାହିଁ ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।

ପୁଣି ରାଜ୍ୟରେ ଲଜ୍ଜ୍ୟକାଣ୍ଡ, ନାବାଳିକାକୁ ଦୁଷ୍କର୍ମ କରି ଅଭିଯୁକ୍ତ ଫେରାର