୩ବର୍ଷ ଶିଶୁକନ୍ୟା ପାଟିରେ ବାଣ ଲଗାଇ ଯୁବକ ଫେରାର

https://www.facebook.com/nnsodia/videos/267154983995629/?t=5

ମୀରଟ: ପାଗଳାମୀର ଶେଷ ସୀମା ଟପିଲେ ଯୁବକ | ୩ ବର୍ଷ ଶିଶୁ କନ୍ୟାର ପାଟିରେ ବାଣ ଫୁଟାଇ ଫେରାର ହୋଇଥିବାର ସୂଚନା ମିଳିଛି | ଏପରି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ମୀରଟ୍‌ରେ । ମଙ୍ଗଳବାର ଦିନ ସମ୍ପୃକ୍ତ ଶିଶୁ କନ୍ୟାର ପାଟିରେ ବାଣ ପୂରାଇ ନିଆଁ ଲଗାଇଦେଇଥିଲା | ବାଣ ବିସ୍ଫୋରଣ ହେବା ପରେ ତାକୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା | ଶିଶୁଟିର ଅବସ୍ଥା ବର୍ତ୍ତମାନ ଗୁରୁତର ଥିବା ଡାକ୍ତର ପରାମର୍ଶ ଦେଇଛନ୍ତି | ସେପଟେ ଅଭିଯୁକ୍ତ ଫେରାର ଥିବା ପୋଲିସ ସୂଚନା ଦେଇଛନ୍ତି | ସୁଚନାରୁ ପ୍ରକାଶ, ମୀରଟ୍‌ର ମିଲାକ ଗାଁରେ ୩ବର୍ଷର ଶିଶୁ ତାଙ୍କ ଘର ବାହାରେ ଖେଳୁଥିଲେ । ଏହି ସମୟରେ ହରପାଲ୍‌ ନାମକ ଜଣେ ଯୁବକ ତାଙ୍କ ପାଖରେ ପହଞ୍ଚିଥିଲେ । ସେ ଶିଶୁ କନ୍ୟାଟିର ପାଟିରେ ଏକ ଛୋଟ ବାଣ ପୂରାଇ ଏଥିରେ ନିଆଁ ଲଗାଇ ଦେଇଥିଲେ । ଫଳରେ ଶିଶୁଟିର ପାଟିରେ ହିଁ ବିସ୍ଫୋରଣ ଘଟିଥିଲା ଏବଂ ତା’ ମୁହଁ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଝିଅଟିକୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତରମାନେ ତା’ ମୁହଁରେ ୫୦ଟି ଷ୍ଟିଚ୍‌ କରିଛନ୍ତି । ଏଥିସହ ଏଥିରେ ସଂକ୍ରମଣ ହେବାରୁ ପରସ୍ଥିତି ଆହୁରି ସଙ୍ଗିନ ହୋଇପଡ଼ିଛି । ପୁଲିସ୍‌ ଶିଶୁ କନ୍ୟାଙ୍କ ବାପା ଶଶୀ କୁମାରଙ୍କ ଏଫ୍‌ଆଇଆର୍‌କୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି । ଏଯାଏଁ ଏଭଳି ବର୍ବର କାଣ୍ଡ ଘଟାଇଥିବା ଯୁବକର କୌଣସି ପତ୍ତା ମିଳିନାହିଁ ବୋଲି ସୂଚନା ମିଳିଛି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here