ଲୁଟ କରିବା ମହଙ୍ଗା ପଡିଲା, ଗ୍ରାମବାସୀଙ୍କ ହାତରେ ଛେଚା ଖାଇଲେ ଦୃର୍ବୁତ୍ତ

https://www.facebook.com/nnsodia/videos/267154983995629/?t=5

ଜଳେଶ୍ୱର: ରାଜ୍ୟରେ ବଢିଚାଲିଛି ଲୁଟର ସାମ୍ରାଜ୍ୟ | ଆଜି ସକାଳେ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ 3 ଲକ୍ଷ ଟଙ୍କା ଲୁଟ ହୋଇଥିବା ବେଲେ ଆଜି ପୁଣି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ କୁଳିଦା ଗାଁରେ ଲୁଟ ହୋଇଥିବା ସୂଚନା ମିଳିଛି | ତେବେ କାକାଟପୁର ଅଞ୍ଚଳରେ ଦୃର୍ବୁତ୍ତ ଲୁଟ କରି ଫେରାର ହୋଇଯାଇଥିବା ବେଳେ କିନ୍ତୁ ବାଲେଶ୍ୱରରରେ କିନ୍ତୁ ଦୃର୍ବୁତ୍ତ ଧରା ପଡିଥିବା ସୂଚନା ମିଳିଛି | ତେବେ ଲୁଟେରା ଧରା ପଡିବା ପରେ ସ୍ଥାନୀୟ ଲୋକ ଧୁମ ପିଟିବା ପରେ ତାଙ୍କ ଗୋଡ ହାତ ବାନ୍ଧି ଦେଇଥିବା ସୂଚନା ମିଳିଛି | ତେବେ ଦୃର୍ବୁତ୍ତ ମାନଙ୍କ ପାଖରୁ ଏକ ଭ୍ୟାନ୍‌ ଓ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ କରାଯାଇଛି । ଏ ତିନି ଚୋରଙ୍କ ଘର କମର୍ଦା ଥାନା ଅନ୍ତର୍ଗତ ବାହାର୍ଦାରେ ବୋଲି ଜଣାପଡ଼ିଛି । ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏ ତିନି ଜଣ ଚୋର ଗାଁର ଜଣଙ୍କ ଘରୁ ଦୁଇଟି ପାଣି ପମ୍ପ ନେଇ ଭ୍ୟାନ୍‌ରେ ପଳାଇ ଯାଉଥିଲେ । ଗ୍ରାମବାସୀ ସେମାନଙ୍କୁ ଗୋଡ଼ାଇଥିଲେ । ରାସ୍ତାରେ ଭ୍ୟାନ୍‌ଟି କୌଣସି କାରଣରୁ ଅଟିକି ଯାଇଥିଲା । ଫଳରେ ଚୋରମାନେ ଗ୍ରାମବାସୀମାନେ ହାବୁଡ଼ରେ ପଡ଼ିଯାଇଥିଲେ । ଗ୍ରାମବାସୀମାନେ ସେମାନଙ୍କୁ ବାନ୍ଧି ପିଟିଥିଲେ । ପୁଲିସ୍‌ ପହଞ୍ଚି ଚୋରମାନଙ୍କୁ ଉଦ୍ଧାର କରିବା ସହ ପୁଲିସ୍ ଘଟଣାର ତଦନ୍ତ କରୁଥିବାର ସୂଚନା ମିଳୁଛି ।

ପୁଣି ମାତିଲେ ଦୃର୍ବୁତ୍ତ, ଫିଲ୍ମ ଷ୍ଟାଇଲରେ ଆସି ଲୁଟିଲେ ୩ଲକ୍ଷ ଟଙ୍କା

 

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here