ଲୁଟେରାଙ୍କ ଟାର୍ଗେଟରେ ଏଟିଏମ୍: ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ

1

-୨୭ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ
ଭଦ୍ରକ: ଗଲା କିଛିଦିନ ହେବ ରାଜ୍ୟରେ ଏଟିଏମ୍ ଲୁଟ୍ ଘଟଣା ବୃଦ୍ଧି ପାଇଛି । ସିକୁ୍ୟରିଟି ଗାର୍ଡଙ୍କୁ ଚକମା ନେଇ ଅଭିନବ ଉପାୟରେ ଦୁର୍ବୃତ ଏଟିଏମ୍ରେ କଳାକନା ବୁଲାଇବାକୁ ସକ୍ଷମ ହେଉଛନ୍ତି  । ଗତ ଅକ୍ଟୋବର ୧୭ରେ କଟକର  ଗଣ୍ଡରପୁର ସ୍ଥିତ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆର ଏଟିଏମ୍ ମେସିନ୍ ତାଡି ୧୬ ଲକ୍ଷ ଲୁଟିନେଇଥିଲେ । ଗତକାଲି କାଲି ରାତିରେ ଭଦ୍ରକରେ ୩ଟି ଏଟିଏମ୍ରୁ ୨୭ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଫଳରେ ଏଟିଏମ୍ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରଦିଆ ବଜାରରେ ଥିବା ଦୁଇଟି ଏଟିଏମ୍କୁ ଗ୍ୟାସ କଟର ସାହାର୍ଯ୍ୟରେ କାଟି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଥିଲେ । ଏହି ଦୁଇଟି ଏଟିଏମ୍ ମଧ୍ୟରୁ ଗୋଟିଏ  ଆଇସିଆଇସିଆଇ ବ୍ୟାଙ୍କର ହୋଇଥିବା ବେଳେ ଅନ୍ୟଟି ଏକ୍ସିସ୍ ବ୍ୟାଙ୍କର  । ଟଙ୍କା ଲୁଟିବା ପରେ ଦୁର୍ବୃତ୍ତମାନେ ପ୍ରମାଣ ନଷ୍ଟ କରିବାକୁ ଆଇସିଆଇସିଆଇ ବ୍ୟାଙ୍କର ଏଟିଏମ୍କୁ ପୋଡି ଦେଇଛନ୍ତି  । ପୂର୍ବରୁ କଟକ ଗଣ୍ଡରପୁର ସ୍ଥିତ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆର ଏଟିଏମ୍ ଲୁଟ ବେଳେ ଲୁଟେରା ସମାନ କୌଶଳ ଅବଲମ୍ବନ କରିଥିଲେ । ଗ୍ୟାସ କାଟରେ ଏଟିମ୍ କାଟି ଲୁଟ କରିଥିଲେ । ଫଳରେ  ଭଦ୍ରକ ଏଟିଏମ୍ ଲୁଟ ଘଟଣାରେ ସମାନ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ସନେ୍ଦହ କରାଯାଉଛି । ଭଦ୍ରକର ଆଇସିଆଇସିଆଇ ବ୍ୟାଙ୍କ ଏଟିଏମ୍ରୁ ୬,୮୭,୦୦୦ ଟଙ୍କା ଏବଂ ଏକ୍ସିସ୍ ଏଟିଏମ୍ରୁ ୪,୪୪,୦୦୦ ଟଙ୍କା ଲୁଟି ନେଇଥିବା ବ୍ୟାଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ସେହିପରି କୁଆଁଶରେ ଥିବା ଏସ୍ବିଆଇର ଏକ ଏଟିଏମ୍କୁ ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି  । ଏଠାରୁ ସବୁଠୁ ଅଧିକ ୧୬,୪୮,୦୦୦ ଟଙ୍କା ଲୁଟ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଦୁର୍ବୃତ୍ତମାନଙ୍କୁ ଧରିବାକୁ ପୋଲିସ୍ ଘଟଣାର ତଦନ୍ତ କରୁଛି  ।

LEAVE A REPLY

Please enter your comment!
Please enter your name here