ଆପ ଛାଡି କଂଗ୍ରେସରେ ଯୋଗଦେବେ ଅଳକା ଲାମ୍ବା

ନୂଆଦିଲ୍ଲୀ(ଓଏନଏ): ଆମ ଆଦମୀ ପାର୍ଟି(ଆପ)ର ଅସନ୍ତୁଷ୍ଟ ନେତ୍ରୀ ତଥା ଚାନ୍ଦିନୀ ଚୌକ ବିଧାୟିକା ଅଳକା ଲାମ୍ବା କଂଗ୍ରେସରେ ଯୋଗଦେବା ନେଇ ଶୁକ୍ରବାର ସଂକେତ ଦେଇଛନ୍ତି । ସେ ଟ୍ୱିଟ କରିଛନ୍ତି ଯେ ସୁଯୋଗ ମିଳିଲେ ସେ କଂଗ୍ରେସରେ ଯୋଗ ଦେବେ । ହେଲେ ଏ ପର୍ଯ୍ୟନ୍ତ ତାଙ୍କ ପାଖକୁ କଂଗ୍ରେସରେ ଯୋଗ ଦେବେ ବୋଲି କହିଛନ୍ତି ଅଳକା । ହେଲେ ଏପର୍ଯ୍ୟନ୍ତ ତାଙ୍କ ପାଖକୁ କଂଗ୍ରେସରୁ କୌଣସି ପ୍ରସ୍ତାବ ଆସିନାହିଁ । ଯଦି କଂଗ୍ରେସରୁ ତାଙ୍କ ପାଖକୁ କୌଣସି ପ୍ରସ୍ତାବ ଆସେ ସେ ତାକୁ ସମ୍ମାନର ସହ ଗ୍ରହଣ କରିବେ ବୋଲି କହିଛନ୍ତି । ୨୦ ବର୍ଷ ପର୍ଯ୍ୟନ୍ତ ସେ କଂଗ୍ରେସରେ କାର୍ଯ୍ୟ କରିଛନ୍ତି । ବିଜେପିକୁ ହରାଇବା ପାଇଁ ୫ବର୍ଷ ତଳେ ସେ ଆପରେ ଯୋଗଦେଇଥିଲେ । ଏବେ୧ ସେ ଆପ ଛାଡ଼ି ପୁଣି କଂଗ୍ରେସକୁ ଫେରିବାକୁ ଚାହାଁନ୍ତି । କିନ୍ତୁ ଲଏବେ ନିଷ୍ପତି ନେବା କାମ କଂଗ୍ରେସର ।
ସୂଚନାନୁଯାୟୀ, କିଛି ଦିନ ତଳେ ଅଳକା ଲାମ୍ବା ଅଭିଯୋଗ କରିଥିଲେ ଯେ ଆପ ତାଙ୍କୁ ଅଣଦେଖା କରୁଛି ।ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ବିରୋଧରେ ଆପ ବିଧାୟକମାନେ ଆଣିଥିବା ଭାରତ ରତ୍ନ ଫେରାଇନେବା ପ୍ରସ୍ତାବକୁ ସେ ବିରୋଧ କରିଥିଲେ । ଏହା ପରଠାରୁ ଆପ ସହ ଅଳକା ଲାମ୍ବାଙ୍କ ସମ୍ପର୍କରେ ତିକ୍ତତରା ଆସିଥିଲା ।ସେପଟେ ଦିଲ୍ଲୀ କଂଗ୍ରେସର ପ୍ରଭାରୀ ପିସି ଚାକୋ ଅଳକାଙ୍କ ଘର ବାହୁଡ଼ାକୁ ସ୍ୱାଗତ କରାଯିବ ବୋଲି କହିଛନ୍ତି । ଫଳରେ ଖୁବଶୀଘ୍ର ଅଳକା ଆପ ତ୍ୟାଗ କରି କଂଗ୍ରେସରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି

ବାମପନ୍ଥୀ ଓ ଜେଏମଏମକୁ କଂଗ୍ରେସ ୩ ଲୋକସଭା ଓ ୭ ବିଧାନସଭା ଆସନ ଛାଡିବ!