ଟେଣ୍ଟ ମାଲିକଙ୍କ ମୃତ୍ୟକୁ ନେଇ ତାତିଲେ ଗ୍ରାମବାସୀ, ଥାନାକୁ କଲେ ଘେରାଉ

https://www.facebook.com/nnsodia/videos/267154983995629/?t=5

ସମ୍ବଲପୁର: ଟେଣ୍ଟ ଦୋକାନ ମାଲିକଙ୍କ ମୃତ୍ୟୁକୁ ନେଇ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ର ଘେନୁପାଲି ଗ୍ରାମର ଚାପା ଉତ୍ତେଜନା ଦେଖା ଦେଇଥିବାର ଦେଖିବାକୁ ମିଳୁଛି | ମୃତ ଯୁବକ ଜଣଙ୍କ ହେଉଛନ୍ତି ୩୫ ବର୍ଷିୟ ରୋହିତ ଭୋଇ | ସୁଚନାରୁପ୍ରକାଶ, ଗତ ଶୁକ୍ରବାର ସନ୍ଧ୍ୟାରେ ଏହି ଚାପା ଉତ୍ତେଜନା ଆରମ୍ଭ ହୋଇଥିବା ବେଳେ ଶନିବାର ପର୍ଯ୍ୟନ୍ତ ଶାନ୍ତ ପଡ଼ି ନଥିଲେ ଏହି ଗ୍ରାମବାସୀ ଲୋକେ । ଫଳରେ ଗ୍ରାମବସୀ ଥାନା ଘେରାଉ କରିବା ସହିତ ୫୩ନମ୍ବର ଜାତୀୟରାଜପଥକୁ ଅବରୋଧ କରିଥିବାର ଦେଖିବାକୁ ମିଳିଛି । ଫଳରେ ଅନେକ ଗାଡ଼ି ରାସ୍ତାର ଉଭୟ ପାର୍ଶ୍ୱରେ ଛିଡା ହୋଇ ରହିଛି । ଏହି ପରିସ୍ଥିତିକୁ ନିୟମନ୍ତ୍ରଣ ପାଇଁ ପୁଲିସ ଏସ୍‌ଡିପିଓ ଭବାନୀ ଉଦଗାତା, ସଦର ଥାନା ଆଇଆଇସି ସୁରୋଶ ସାହୁ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ୧ ସେକ୍ସନ୍‌ ପୁଲିସ ମୁତୟନ କରାଯାଇଛି । ଏନେଇ ସଦର ପୁଲିସ ଏକ ମାମଲା ରୁଜୁ କରିଥିବା ବେଲେ ୨ଟା ଟ୍ରାକ୍ଟର ଓ ଗୋଟଏ ଧାନଗାଡ଼ି ଜବତ କରିଛି । ଉଲ୍ଲେଖନୀୟ, ରୋହିତ ବଡ଼ସାହିର ଏକ ବିବାହରରେ ଟେଣ୍ଟ କାମରେ ଲାଗିଥିବା ପିଲାଙ୍କୁ ଖାଦ୍ୟ ଦେବା ପାଇଁ ଯାଇଥିବା ବେଳେ ଠାକୁରମାଲାର ଏକ ସ୍ଥାନରୁ ଟଙ୍କା ନେବାକୁ ତାଙ୍କ ନିକଟକୁ ଫୋନ୍‌ ଆସିଥିଲା । ଏହାପରେ ରୋହିତ ବାଇକ୍‌ ଯୋଗେ ଠାକୁରମାଲ ଯାଇଥିଲେ । ଅପରାହ୍ନରେ ୨ଟା ସମୟରେ ତାଙ୍କର ଠାକୁରମାଲ ଗ୍ରାମ ନିକଟରେ ରକ୍ତଜୁୁଡୁବୁଡୁ ଶରୀର ପଡ଼ିଥିବା ଦେଖିବାକୁ ମିଳିଥିଲା । ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା କରିବା ସହିତ କେହି ଅଜଣାଗାଡ଼ି ଧକ୍କା ଦେଇ ଚାଲି ଯାଇଥିବ ସନ୍ଦେହ କରାଯାଉଛି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here