ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ

0
77

ଭୁନନେଶ୍ୱର: ଶେଷରେ ଶିକ୍ଷକ-କର୍ମଚାରୀ ମିଳିତ ମଂଚ ପକ୍ଷରୁ ୫୯ ଦିନ ଧରି ଚାଲିଥିବା ଆନ୍ଦୋଳନକୁ ନଭେମ୍ବର ୩୦ ଯାଏଁ ସ୍ଥଗିତ ରଖାଯାଇଛି । ଏହି ସମୟସୀମା ମଧ୍ୟରେ ସରକାର ଦେଇଥିବା ପ୍ରତିଶ୍ରୁତି ଯଦି ପୂରଣ ନ କରନ୍ତି ତେବେ ପୁଣି ଡିମ୍ବେରରୁ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ମଞ୍ଚର ନେତାମାନେ କହିଛନ୍ତି । ଲଗାଣ ବର୍ଷା, ପବନ ସତ୍ତେ୍ୱ ଶିକ୍ଷକମାନେ ରାଜଧାନୀରେ ସେମାନଙ୍କର ଧାରଣା ଅଭ୍ୟାହତ ରଖିଥିଲେ । ଗତ ୪ ଦିନ ଧରି ଅହରାତ୍ର ଧାରଣା ମଧ୍ୟ ଚାଲିଥିଲା । ଏବେ ଶିକ୍ଷକମାନେ ଧାରଣାକୁ ସ୍ଥଗିତ ରଖିବା ପାଇଁ ସହମତ ହୋଇଛନ୍ତି ।
ମଂଚ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିରେ ୫୯ ଦିନ ଧରି ଆନ୍ଦୋଳନ କରାଯାଇଥିଲା । ଏବେ ଆଲୋଚନା ପରେ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସରକାରଙ୍କୁ ସେମାନେ ମହଲତ ଦେଇଛନ୍ତି । ଅନ୍ୟପଟେ ଶିକ୍ଷକଙ୍କ ୪୬ ଦିନରେ ଦରମା ଦେବାକୁ ସରକାର ରାଜି ହେବାରୁ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ କରିବାକୁ ମଂଚର ଷ୍ଟିୟରିଂ କମିଟିରେ ନିଷ୍ପତି ନିଆଯାଇଛି । ସେହିପରି କଲେଜ ଅଧ୍ୟାପକଙ୍କ ୩୦ ଦିନର ବକେୟା ଦରମା ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି । ଏହିସବୁ ଦାବିକୁ ନେଇ ସରକାରଙ୍କଠାରୁ ପତିଶ୍ରୁତି ମିଳିବା ପରେ ୬୬୨ ବର୍ଗର ଅଧ୍ୟାପକ ଓ ୪୮୮ ବର୍ଗର ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକମାନେ ଆନ୍ଦୋଳନକୁ ଏବେ ସ୍ଥଗିତ ରଖିବା କଥା ନେତାମାନେ କହିଛନ୍ତି । ପୂର୍ଣ୍ଣ ଓ ପ୍ରତ୍ୟକ୍ଷ ଅନୁଦାନ ଚାକିରି ସର୍ତ୍ତାବଳୀ ଓ ସପ୍ତମ ବେତନ କମିସନ ସୁପାରିଶ ଭିତ୍ତିରେ ଦରମା ପ୍ରଦାନ ଆଦି ଦାବିରେ ବ୍ଲକ୍ ଗ୍ରାଣ୍ଟ ଅଧ୍ୟାପକ ଓ ଶିକ୍ଷକମାନେ ଆନ୍ଦୋଳନ ଚଳାଇଥିଲେ । ଆଜି ଏନେଇ ସରକାରଙ୍କଠାରୁ ଦାବି ଉପରେ ପ୍ରତିଶ୍ରୁତି ମିଳିବା ପରେ ଏହି ପଦକ୍ଷେପ ନିଆଯାଇଥିବା ଶିକ୍ଷକ ନେତାମାନେ କହିଛନ୍ତି । ସରକାର ସୁପ୍ରିମକୋର୍ଟ ଯାଇ ସତ୍ୟପାଠ ବିଷୟ ସମ୍ପର୍କରେ ସ୍ପଷ୍ଟ କରିବେ । ସପ୍ତମ ବେତନ କମିଶନ ଓ ଚାକିରି ସର୍ତ୍ତାବଳୀ ଲାଗୁ କରିବାକୁ ପ୍ରତିଶ୍ରୁ ମିଳିଛି । ନୂଆ ଗ୍ରାଣ୍ଟିନେଟ ପଲିସ ୨୦୧୮ ଲାଗୁହେବ ବୋଲି କୁହାଯାଇଛି । ଏସବୁ ପ୍ରତିଶ୍ରୁତି ପରେ ସେମାନେ ଆନ୍ଦୋଳନ ସ୍ଥଗିତ ରଖିଥିବା କଥା ଶିକ୍ଷକ ନେତାମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here