You are here
Home > ବଡ଼ଖବର > ପୁଣି ଗର୍ଜିଲେ ଶିକ୍ଷକ

ପୁଣି ଗର୍ଜିଲେ ଶିକ୍ଷକ

ଜୀବନ ଦେବୁ ପଛେ ଦାବି ପୂରଣ ନ ହେଲେ ହଟିବୁ ନାହିଁ

ଭୁନନେଶ୍ୱର: ସ୍କୁଲ, କଲେଜ ଶିକ୍ଷକ ମିଳିତ ମଞ୍ଚ ପକ୍ଷରୁ ଆଜି ରାଜଧାନୀରେ ପୁଣି ବିକ୍ଷୋଭ କରାଯାଇଛି । ସରକାରଙ୍କ ପ୍ରତାରଣା ବିରୋଧରେ ସେମାନେ ରାସ୍ତାକୁ ଓହ୍ଲାଇଥିବା କହିବା ସହ ଦାବି ପୂରଣ ନ ହେବା ଯାଏଁ ରାଜଧାନୀରୁ ହଟିବୁ ନାହିଁ ବୋଲି ସେମାନେ ଘୋଷଣା କରିଛନ୍ତି । ଆଜିଠାରୁ ପିଏମଜି ଛକରେ ଅହରାତ୍ର ଧାରଣା ଦେବେ ବୋଲି କହିଛନ୍ତି । କୌଣସି ପରିସ୍ଥିତିରେ ହଟିବେ ନାହିଁ ବୋଲି ଶିକ୍ଷକ ନେତାମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ପୂର୍ବରୁ ସେମାନେ ଆସି ରାଜଧାନୀରେ ଧାରଣା ଦେଇଥିଲେ । ବଡ଼ ଧରଣର ଆନ୍ଦୋଳନ ହୋଇଥିଲା । ସରକାର ସେମାନଙ୍କ ବ୍ଲକଗ୍ରାଣ୍ଡ ପ୍ରସଙ୍ଗରେ ଘୋଷଣା କରିଥିଲେ । କିନ୍ତୁ ତାହା ସେମାନଙ୍କ ପାଇଁ ଗ୍ରହଣୀୟ ହେଉ ନ ଥିବା କହିଛନ୍ତି ।
ଶିକ୍ଷକନେତମାନଙ୍କ କହିବା କଥା ସରକାର ଆମକୁ ବାରମ୍ବାର ପ୍ରତିଶ୍ରୁତି ଦେଉଛନ୍ତି କିନ୍ତୁ ତାହା କାର୍ଯ୍ୟକାରୀ କରୁନାହାଁନ୍ତି । ଏବେ ୩ ମାସ ସମୟ ଦିଆଯାଇଥିଲା । କିନ୍ତୁ ସରକାର କିଛି ପଦକ୍ଷେପ ନେଲେନାହିଁ । ତେଣୁ ସେମାନେ ବାଧ୍ୟ ହୋଇ ପୁଣି ରାଜଧାନୀକୁ ଆସିଛନ୍ତି । ଆଜିଠୁ ରାଜ୍ୟର ସମସ୍ତ ବ୍ଲକ୍ଗ୍ରାଣ୍ଡ ସ୍କୁଲ ଓ କଲେଜ ଶିକ୍ଷକ ଏଠାରେ ଆସି ସମବେତ ହୋଇଛନ୍ତି । ମିଳିତ ମଞ୍ଚର ନେତା ଗୋଲକ ନାୟକ କହିଛନ୍ତି ରାଜ୍ୟ ସରକାର ବାରମ୍ବାର ଶିକ୍ଷକ ଜାତିକୁ ଆହ୍ୱାନ କରୁଛନ୍ତି । ରାଜରାସ୍ତାକୁ ଆସିବା ପାଇଁ । ଆମେ ଯେଉଁ ବାରମ୍ବାର ଆନ୍ଦୋଳନ କରୁଛୁ ଏହା ରାଜ୍ୟ ସରକାରଙ୍କର ବିଫଳତାର ପରିଚୟ । ଗତଥର ଯେଉଁ ଗ୍ରାଣ୍ଟ ଇନ ନେଟ ନୀତି ଘୋଷଣା କଲେ ତାକୁ ସରକାର ଗର୍ବର ସହ କହିଲେ ଏହା ଐତିହାସିକ ପରିବର୍ତ୍ତନ । ଏଥିରେ ଯେଉଁ ପିଲାଟି ଜନ୍ମ କରି ବନ୍ଧ୍ୟାଦୋଷ ପାର କଲେ ବୋଲି କହୁଛନ୍ତି ସେ ପିଲାଟି ବିକଳାଙ୍ଗ ହୋଇ ଜନ୍ମ ହୋଇଛି । ନାଁ ତାର ହାତ ଅଛି ନା ଗୋଡ଼ ଅଛି । ସେହିପରି ଗ୍ରାଣ୍ଟଇନ ନେଟ୍ ନୀତିରେ ସେଥିରେ କୌଣସି ଚାକିରି ସର୍ତ୍ତାବଳୀ ନାହିଁ କି ପେନସନ ସୁବିଧା ନାହିଁ କିମ୍ବା ବରିଷ୍ଠତା ମଧ୍ୟ ନାହିଁ । ଏହା ଏକ ସର୍ତ୍ତମୂଳକ ଗ୍ରାଣ୍ଟଇନ ନେଟ୍ ନୀତି ଥିଲା ଯାହାକୁ ଆମେ ପ୍ରତ୍ୟାକ୍ଷାନ କରିଥିଲୁ । କୌଣସି ଜଣେ ହେଲେ ଶିକ୍ଷକ ତାହା ଗ୍ରହଣ କରି ନାହାଁନ୍ତି । ଏଣୁ ପୂର୍ଣ୍ଣାଙ୍ଗ ଅନୁଦାନ ପାଇଁ ଆନ୍ଦୋଳନ ଆରମ୍ଭ ହୋଇଛି ତାହା ଚାଲିବ ସେ କହିଛନ୍ତି । ଅନ୍ୟ ଜଣେ ଶିକ୍ଷକ ନେତା କହିଛନ୍ତି ଏହି ଆନ୍ଦୋଳନ ଚାଲିବ ଯେ ପର୍ଯ୍ୟନ୍ତ ଗୋଟିଏ ନୂଆ ଅନୁଦାନ ନୀତି ପ୍ରଣୟନ ହୋଇନାହିଁ । ଚାକିରି ସର୍ତ୍ତବାଳି ସହିତ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇ ନାହିଁ ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ । ବିଗତ ଦିନରେ ସରକାରଙ୍କ ପ୍ରତିଶ୍ରୁତିକୁ ମାନି ଆମେ ରାଜଧାନୀରୁ ଫେରି ଯାଇଥିଲୁ । ଏଥରକ ଆଉ ସରକାରଙ୍କ ପ୍ରତିଶ୍ରୁତି ଗ୍ରହଣ କରାଯିବ ନାହିଁ । ଜୀବନ ଯିବ ରକ୍ତ ଦେବି ପଛେ ଏଠାରେ ହଟିବୁ ନାହିଁ ଏଇଟି ପଡ଼ି ରହିବୁ । ଆନ୍ଦୋଳନକୁ ସଫଳ ନ କଲାଯାଏ ଭିଟାମାଟିକୁ ଫେରିବୁନାହିଁ । ଏହି ବାର୍ତ୍ତା ଆମେ ମୁଖ୍ୟମନ୍ତ୍ରୀଙ୍କୁ ଦେଉଛୁ ବୋଲି ଶିକ୍ଷକ ନେତାମାନେ କହିଛନ୍ତି ।

Loading...
ONA

Leave a Reply

Top