ସ୍କୁଲ ଫେରିବେ ଶିକ୍ଷକ

ଭୁବନେଶ୍ୱର, ଦୀର୍ଘ ୩୯ ଦିନ ଧରି ଶିକ୍ଷକ, କର୍ମଚାରୀ ମିଳିତ ମଞ୍ଚ ଆନ୍ଦୋଳନ ଚଳାଇବା ପରେ ସେମାନହ୍କ ଦାବୀ ପୂରଣ ହୋଇପାରିଲା ନାହିଁ । ଆନ୍ଦୋଳନ ଅବ୍ୟାହତ ରଖିବାକୁ ଏହି ମଞ୍ଚ ଶେଷରେ ବାଧ୍ୟ ହୋଇ ଆନ୍ଦୋଳନ ତରିକାରେ ପରିବର୍ତ୍ତନ କରିଛନ୍ତି । ସ୍କୁଲକୁ ଫେରି ପାଠ ପଢାଇବା ପାଇଁ ନିଷ୍ପ୍୍ତି ନେଇଛନ୍ତି । ସରକାରଙ୍କ ସହ ସେମାନଙ୍କର ଏକାଧିକ ବାର ଆଲୋଚନା ହୋଇଥିଲେ ବି ତାହା ବିଫଳ ହୋଇଥିଲା । ଶିକ୍ଷକଙ୍କର ନିଷ୍ପତ୍ତି ରେ ପରିବର୍ତ୍ତନ କରି କହିଛନ୍ତି ପିଲାଙ୍କ ପାଠ ପଢା ସହ ଆନ୍ଦୋଳନ ଜାରି ରହିବ । ଆସନ୍ତା ୨୪ ତାରିଖ ଠାରୁ ସଂପୂଣ୍ଣ କାଯ୍ୟବନ୍ଦ ଆନ୍ଦୋଳନରେ ପରିବର୍ତ୍ତନ ଆଣିଛନ୍ତି । ସ୍କୁଲକୁ ଫେରିବ ଶିକ୍ଷକ, ପାଠ ପଢାଇବାକୁ ନିଷ୍ପତ୍ତି ନେଇଛନ୍ତି । କଳାବ୍ୟ।।ଜ ପିନ୍ଧି ସ୍କୁଲରେ ପାଠ ପଢାଇବେ । କିନ୍ତୁ ଭୁବନେଶ୍ୱରରେ ଆନ୍ଦୋଳନ ଜାରି ରହିବ । ଏଥିରେ ଦୈନିକ ୨ଟି ଜିଲ୍ଲାର ଶିକ୍ଷକ ଆସି ଆନ୍ଦୋଳନ ଚାଲୁ ରଖିବେ । ଗାନ୍ଧୀ ଜୟନ୍ତୀ ଦିନ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଯିବ । ଅକ୍ଟୋବର ୯ରେ ଭୁବନେଶ୍ୱରରେ ବିଶାଳ ସମାବେଶ କରାଯିବ । ଏହା ପରେ ଯଦି ସରକାର ଦାବି ନମାନିଲେ ନିର୍ବାଚନ କାଯ୍ୟରେ ଅସହେଯାଗ ନିଷ୍ପତ୍ତି ନିିଆଯିବ ବୋଲି ଶିକ୍ଷକ ସଂଘ ନିଷ୍ପତ୍ତି ନେଇଛି ।

LEAVE A REPLY

Please enter your comment!
Please enter your name here