ଦକ୍ଷିଣକୁ ଫଟାଇବ ଟିଡିପି !

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଓଡିଶାରେ ଉଭା ହେବ ଟିଡିପି । ୨୦୧୯ ସାଧାରଣ ନିର୍ବାଚନରେ ତେଲଗୁ ଦେଶମ ପାର୍ଟି ଓଡିଶାରେ ପ୍ରାର୍ଥୀ ଦେବ । ଟିଡିପି ଏମିତି ଘୋଷଣା କରିବା ପରେ ଏବେ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବାକୁ ଯାଉଛି । ସାରା ଓଡ଼ିିଶାରେ ଏହାର ପ୍ରଭାବ ପଡ଼ୁକି ନପଡ଼ୁ ଦକ୍ଷଣି ଓଡ଼ିଶାରେ କିନ୍ତୁ ଟିଡିପି ରାଜ୍ୟ ରାଜନୀତିରେ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ଚାଲିଛି ।
ଜାତୀୟ ରାଜନୀତିରେ ଟିଡିପି ଏବେ ନୂଆ ଭୂମିକାରେ ଉଭା ହୋଇଛି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ଦୋହରାଇ ମୋଦିଙ୍କ ହାତ ଛାଡ଼ିବା ପରେ ତେଲଗୁ ଦେଶମ ପାର୍ଟି ମୁଖିଆ ଆନ୍ଧ୍ର ପ୍ରଦେଶ ସିଏମ୍ ଚନ୍ଦ୍ରବାବୁ ନାଇଡୁ କଂଗ୍ରେସ ଆଡ଼କୁ ଢଳିି ରାହୁଲଙ୍କ ହାତ ଧରୁଛନ୍ତି । ଜାତୀୟ ରାଜନୀତିର ଏହି ସମୀକରଣ ଯଦି ଠିକ କାମ କରେ ଆଉ ଓଡିଶାରେ ଟିଡିପି ପ୍ରାର୍ଥୀ ଦିଏ ତେବେ ତାହା ସିଧା ସଳଖ ବିଜେପି ଓ ବିଜେଡି ଭୋଟ ବ୍ୟାଙ୍କ ଉପରେ ପ୍ରଭାବ ପକାଇବ । ଖାସ କରି ଦକ୍ଷିଣ ଓଡିଶାର କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଟିଡିପିର ବେଶ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି । ଏହି ସବୁ ଜିଲ୍ଲା ଆନ୍ଧ୍ର ସୀମାକୁ ଲାଗି କରି ରହିଛି । ଏଠାରେ ଆନ୍ଧ୍ରର ପ୍ରଭାବ ମଧ୍ୟ ଦେଖିବାକୁ ମିଳେ । ତେଣୁ ଟିଡିପି ଯଦି ଏହି ସବୁ ଜିଲ୍ଲାରେ ପ୍ରାର୍ଥୀ ଦିଏ ତେବେ ତାହା ରାଜ୍ୟ ଶାସନରେ ଥିବା ବିଜେଡି ଭୋଟ ବ୍ୟାଙ୍କ ଉପରେ ବଡ଼ ପ୍ରଭାବ ପକାଇବ ବୋଲି କୁହାଯାଉଛି । କେବଳ ବିଜେଡି ନୁହେଁ ବିଜେପିକୁ ବି ଟିଡିପି ଅଡୁଆ ସୃଷ୍ଟି କରିବ । ଟିଡିପି ତାର ଆଭିମୁଖ୍ୟ ବଦଳାଇ ଏବେ ବିଜେପିକୁ ଓ କେନ୍ଦ୍ରସରକାରଙ୍କୁ ଟାଗେର୍ଟ କରୁଥିବାରୁ ଓଡିଶାରେ ମଧ୍ୟ ଟିଡିପି ବିଜେପି ବିରୋଧରେ ପ୍ରଚାର କରିବ ଯାହାଦ୍ୱାରା ବିଜେପି ପ୍ରଭାବିତ ହେବ । ଏହା ସହ ଆରମ୍ଭରୁ ଦେଲଗୁଦେଶମ ପାର୍ଟିର ନେତା ରାଜ୍ୟ ସରକାରଙ୍କୁ ଆଟାକ କରୁଥିବାରୁ ଦଳ ବିଜେଡି ସହ ରହି ନ ପାରେ ବୋଲି ସୂଚନା ମିଳୁଛି । ଏମିତି ବି ଟିଡିପି ସହ କଂଗ୍ରେସର ମେଂଟ ହେଲେ ଦକ୍ଷିଣ ଓଡ଼ିଶାରେ କେତେକ ସିଟରେ ଟିଡିପି ପ୍ରାର୍ଥୀ ଦେବ । ଏହି ଦୁଇ ଦଳ ମିଶି ଯଦି ଓଡିଶାରେ ନିର୍ବାଚନ ଲଢନ୍ତି ତେବେ ଦକ୍ଷଇଣ ଓଡିଶାରେ ଅନେକ ଫାଇଦା ପାଇବେ ବୋଲି କୁହାଯାଉଛି । କଂଗ୍ରେସ ରାଜ୍ୟରେ ଛୋଟ ଛୋଟ ଦଳ ସହ ମେଂଟ କରିବ ବୋଲି ନିଜେ ପିସିସି ମୁଖିଆ ପୂର୍ବରୁ ଘୋଷଣା କରିଥିବାରୁ ଟିଡିପିକୁ ଆପଣାଇବାରେ କୈଣସି ଅସୁବିଧା ନାହିଁ ବୋଲି ଏକ ପ୍ରକାର ସୂଚନା ଦେଇ ସାରିଛନ୍ତି ।
ଆନ୍ଧ୍ରର ଶାସକ ଦଳ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି)କୁ ରାଷ୍ଟ୍ରୀୟ ଦଳ ଭାବେ ଅନୁମୋଦନ ମିଳିବା ପରେ ଆଗାମୀ ସାଧାରଣ ନିର୍ବାଚନରେ ଦଳ ଓଡ଼ିଶାର ସମସ୍ତ ବିଧାନସଭା ଓ ଲୋକସଭା ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛି । ଗୁରୁବାର କୋରାପୁଟରେ ତେଲୁଗୁ ଦେଶମ୍ ପାର୍ଟିର ବରିଷ୍ଠ ନେତା ରାଜେଶ ପୁତ୍ରା ଏକ ସାମ୍ବାଦିକ ସମ୍ମିଳନୀ କରି ଦଳର ଆଭିମୁଖ୍ୟ ବଖାଣିଥିଲେ । ସେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୀବ୍ର ସମାଲୋଚନା କରି ରାଜ୍ୟରେ ଗତ ୧୯ବର୍ଷ ମଧ୍ୟରେ କୌଣସି ବିକାଶ ହୋଇନଥିବା ଅଭିଯୋଗ କରିଛନ୍ତି । ଓଡ଼ିଶାରେ ଜନସଂଖ୍ୟାର ୪୦ ପ୍ରତିଶତ ଆଦିବାସୀ ହେଲେ ରାଜ୍ୟ ସରକାର ସେମାନଙ୍କ ବିକାଶ ଦିଗରେ ଗୁରୁତ୍ୱ ଦେଇନଥିବା ବେଳେ ଆଦିବାସୀ ସମ୍ପ୍ରଦାୟର ଅନେକ ଜାତି ଆଜି ବି ଆଦିବାସୀ ମାନ୍ୟତା ପାଇଁ ଲଢ଼େଇ କରୁଛନ୍ତି ବୋଲି ପୁତ୍ରା କହିଥିଲେ ।
ଏସବୁକୁ ଲକ୍ଷ କଲେ ଗୋଟିଏ କଥା ଜଣା ପଡୁଛି ଓଡିଶାରେ ଖାସ କରି ଦକ୍ଷିଣ ଓଡିଶାରେ ଆଦିବାସିଙ୍କ କଥା କହି ରାଜନୈତିକ ଫାଇଦା ନେବାକୁ ଅଂଟା ଭିଡ଼ିବ ଟିଡିପି । ଆଉ ଆରମ୍ଭରୁ ଏହି ଦଳର ନେତାଏ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଛନ୍ତି । ତାହା ସହ ବିଜେପି ବିରୋଧୀ ଆଭିମୁଖ୍ୟ ରଖୁଛନ୍ତି । ତେଣୁ ଏହା ସ୍ଫଷ୍ଟ ସଙ୍କେତ ଦେଉଛି ଟିଡିପି କଂଗ୍ରେସ ସହ ମିଶି ଲଢ଼ିବ । ଯଦି ଏହା ହୁଏ ତେବେ ଟିଡିପି କେତେ ଫାଇଦା ପାଇବ ତାହା ଭିନ୍ନ କଥା ହେଲେ ଦକ୍ଷିଣ ଓଡ଼ିଶାରେ ଉଭ୍ୟ କେନ୍ଦ୍ର ଓ ରାଜ୍ୟର ଶାସକ ଦଳ ବିଜେପି- ବିଜେଡିର ଭୋଟ ବ୍ୟାଙ୍କ ଭାଙ୍ଗିବ ଏହା ଏବେ ଚର୍ଚ୍ଚା ହେଉଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here