ଏମ୍ସରେ ସୁଷମା ସ୍ୱରାଜ

-କିଡନୀ ଫେଲ ଯୋଗୁ ଚାଲିଛି ଡାଏଲେସିସ୍
-ହେବ କିଡନୀ ଟ୍ରାନ୍ସପ୍ଲାଣ୍ଟ
ନୂଆଦିଲ୍ଲୀ: କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର  ହୋଇପଡିଛି । କିଡନୀ ଫେଲ ଯୋଗୁ ଏମ୍ସରେ ତାଙ୍କ ଡାଏଲେସିସ୍ ଚାଲୁ ରହିଛି  । ଏଥିସହ କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଯିବାର ଖବର ସେ ଆଜି ଟ୍ୱିଟର ମାଧ୍ୟମରେ ଜଣାଇଛନ୍ତି । ଭଗବାନ କୃଷ୍ଣ ତୁରନ୍ତ ଆରେଗ୍ୟ କରିବେ ବୋଲି ମଧ୍ୟ ସେ ଆଶାବ୍ୟକ୍ତ କରିଛନ୍ତି । ଗତ ୭ ତାରିଖରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ନେଇ ଏମ୍ସରେ ଭର୍ତ୍ତି ହୋଇଥିଲେ ସୁଷମା । ୬୪ ବର୍ଷିଆ ସୁଷମା ଗତ ୨୦ ବର୍ଷ ଧରି ମଧୁମେହ ରୋଗରେ ପଡିତ ଅଛନ୍ତି । ପୂର୍ବରୁ ଏପ୍ରିଲ ମାସରେ ନିମୋନିଆ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସୁଷମା ସ୍ୱରାଜଙ୍କ ଡାଏଲେସିସ୍ ଚାଲିଥିବା ବେଳେ କିଡନୀ ଟ୍ରାନ୍ସପ୍ଲାଣ୍ଟ ନିମନ୍ତେ ଆବଶ୍ୟକୀୟ ପରୀକ୍ଷା କରାଯାଉଛି । ଖୁବଶୀଘ୍ର ସୁଷମାଙ୍କ କିଡନୀ ପ୍ରତ୍ୟାରୋପଣ କରାଯିବାର ସମ୍ଭାବନା ରହିଛି । ସେପଟେ  ସୁଷମାଙ୍କ ଅବସ୍ଥା ସ୍ଥିର ଥିବା ତାଙ୍କୁ ଚିକିତ୍ସା କରୁଥିବା ଏମ୍ସର ଡାକ୍ତର କହିଛନ୍ତି  ।