You are here
Home > ବଡ଼ଖବର > ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ଅଡୁଆ ବଢ଼ିଲା, ପୁଅ ବିପ୍ଳବକୁ ଡାକି ସିିବିଆଇର ଜେରା

ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ଅଡୁଆ ବଢ଼ିଲା, ପୁଅ ବିପ୍ଳବକୁ ଡାକି ସିିବିଆଇର ଜେରା

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ ମାମଲାରେ ସିବିଆଇ ରାଜ୍ୟର ବରିଷ୍ଠ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅକୁ ଡାକି ଜେରା କରିଛି । ଗୁରୁବାର ସିବିଆଇ କାର୍ଯ୍ୟାଳୟରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ପୁଅ ବିପ୍ଳବ ପତ୍ର (ପିଣ୍ଟୁ)ଙ୍କୁ ଜେରା କରାଯାଇଛି । ପୂର୍ବରୁ ସିବିଆଇ ବିପ୍ଳବଙ୍କ କାର୍ଯ୍ୟାଳୟରେ ତଦନ୍ତ କରିଥିଲା । ସିବିଆଇ ପ୍ରଥମେ ଯେତେବେଳେ ମାମଲା ହାତକୁ ନେଇଥିଲା ସେ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯେଉଁ ସବୁ ଚଢ଼ାଉ ହୋଇଥିଲା ସେତେବେଳେ ବି ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ପୁଅର କାର୍ଯ୍ୟାଳୟ, ତାଙ୍କ ରହୁଥିବା ସ୍ଥାନରେ ଚଢ଼ାଉ କରିଥିଲା । ଏବେ ସିବିଆଇର ଯାଞ୍ଚ ସମୟରେ ପୁଣି ଚଢ଼ାଉ କରାଯାଇଛି । ବିପ୍ଳବଙ୍କ କାର୍ଯ୍ୟାଳୟରେ ଲାଗିଥିବା କମ୍ପ୍ୟୁଟରଗୁଡ଼ିକ ଅର୍ଥତତ୍ତ୍ୱ ଅର୍ଥରେ କିଣାଯାଇଥିବା ଅଭିଯୋଗ ହୋଇଛି । ସିବିଆଇ ଯାଞ୍ଚ ସମୟରେ ବିପ୍ଳବଙ୍କ କାର୍ଯ୍ୟାଳୟରେ ଲାଗିଥିବା କମ୍ପ୍ୟୁଟର କିଣା ଉପରେ ଯେଉଁସବୁ ତଥ୍ୟ ମାଗିଥିଲେ ତାହା ସେ ଦେଇ ପାରି ନ ଥିବା କୁହାଯାଉଛି । ସିବିଆଇ ଗୁରୁବାର ତାଙ୍କୁ ବିଭିନ୍ନ ପ୍ରଶ୍ନ କରିବା ସହ ପୁଣି ଥରେ ବିପ୍ଳବଙ୍କୁ ଡାକି ଜେରା କରିବ । ଫଳରେ ପୁଅ ପାଇଁ ଏବେ ମନ୍ତ୍ରୀ ଶ୍ରୀ ପାତ୍ର ଅଡୁଆରେ ପଡ଼ିବାକୁ ଯାଉଛନ୍ତି । ସୂର୍ଯ୍ୟଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଚତୁର୍ଥ ପାଳି ସରକାରରେ ପ୍ରଥମ ପର୍ଯ୍ୟାୟରେ ସାମିଲ କରି ନଥିଲେ । ବର୍ଷକ ତଳେ ହୋଇଥିôବା ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମୟରେ ସୂର୍ଯ୍ୟଙ୍କୁ ସ୍ଥାନ ମିଳିଥିଲା । ଏହି ଚତୁର୍ଥ ପାଳିରେ ନବୀନ ଯେତେବେଳେ ସୂର୍ଯ୍ୟଙ୍କୁ ସାମିଲ ନ କଲେ ସେତେବେଳେ ଏହି ସିବିଆଇ କଥା ଉଠିଥିଲା । ମନ୍ତ୍ରୀଙ୍କ ପୁଅ ଚିଟ୍ଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗକୁ ଆଧାର କରି ନବୀନ ସୂର୍ଯ୍ୟଙ୍କୁ ତାଙ୍କ କ୍ୟାବିନେଟ୍ରେ ସାମିଲ କରି ନ ଥିଲା କୁହାଗଲା । ସୂର୍ଯ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ନ ହେବା ନେଇ ନବୀନଙ୍କୁ ଅନେକ ଥର କାରଣ ସମ୍ପର୍କରେ ପଚାରିଥିଲେ ବି କୌଣସି ଉତ୍ତର ପାଉ ନ ଥିଲେ । ଯାହା ହେଉ ଶେଷରେ ଶ୍ରୀ ପାତ୍ରଙ୍କୁ ନବୀନ କ୍ୟାବିନେଟ୍ ସହଯୋଗୀଭାବେ ଗ୍ରହଣ କଲେ । ସୂର୍ଯ୍ୟଙ୍କୁ ଦଳର ବିଭିନ୍ନ ଦାୟିତ୍ୱ ଦେବା ସହ ମୁଖପାତ୍ର ଭାବେ ମଧ୍ୟ କାର୍ଯ୍ୟ କରାଇଲେ । ନବୀନଙ୍କର ସୂର୍ଯ୍ୟଙ୍କ ପ୍ରତି ବିଶ୍ୱାସ ବଢ଼ିଥିଲା ।
ମହାନଦୀ ମହାବିବାଦକୁ ନେଇ ଯେତେବେଳେ କଳସ ଯାତ୍ରା ବିଜେଡି ପକ୍ଷରୁ ୧୫ଟି ଜିଲ୍ଲାରେ କରାଯାଇଥିଲା ସେତେବେଳେ ସୂର୍ଯ୍ୟଙ୍କୁ ଏହାର ମୁଖ୍ୟ ଦାୟିତ୍ୱ ଦିଆଯାଇଥିଲା । ଦଳର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ତାଙ୍କୁ ମତାମତ ରଖିବା ପାଇଁ ଦାୟିତ୍ୱରେ ରଖାଯାଇଥିଲା । ତେବେ ହଠାତ୍ ପୁଅଙ୍କ ଖବର ଆସିବା ସୂର୍ଯ୍ୟଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ବୋଲି କୁହାଯାଉଛି । ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ ସଂସ୍ଥା ମାଲିକ ପ୍ରଦୀପ ସେଠୀଙ୍କଠାରୁ ଅର୍ଥନେଇ କମ୍ପ୍ୟୁଟର କରିଥିବା ପଦାକୁ ଆସିଛି । ଏହାଛଡ଼ା ବିପ୍ଳବଙ୍କ ଆଉ କେଉଁ କେଉଁ କାର୍ଯ୍ୟରେ ଅର୍ଥତତ୍ତ୍ୱ ଅର୍ଥ ବିନିଯୋଗ ହୋଇଛି ତାର ଖୋଳତାଡ଼ ସିବିଆଇ କରୁଛି । କୁହାଯାଉଛି ସିବିଆଇ ମନ୍ତ୍ରୀଙ୍କ ପାଖରେ ପହଞ୍ôଚବା ପାଇଁ ତାଙ୍କ ପୁଅକୁ ଆୟୁଦ୍ଧ କରିବାକୁ ଯାଉଛି । ସୂର୍ଯ୍ୟଙ୍କ ପ୍ରତି ବିପଦ ଆସିଥିବା କଥା ଏହା ଚର୍ଚ୍ଚା ହେଉଛି ।

Loading...
ONA

Leave a Reply

Top