ନାଗେଶ୍ୱରଙ୍କୁ ଦଣ୍ଡ ଦେଲେ ସୁପ୍ରିମ୍‌କୋର୍ଟ: ଜରିମାନା ସହ ଦିନ ସାରା କୋର୍ଟରେ ଗୋଟେ ଜାଗାରେ ବସିବେ

ନୂଆଦିଲ୍ଲୀ: ବିହାରର ମୁଜାଫରପୁର ଶେଲ୍‌ଟର ହୋମ୍ ଯୌନ ଉତ୍ପୀଡ଼ନ ମାମଲାରେ ଆଜି ନାଗେଶ୍ୱରଙ୍କୁ ଦଣ୍ଡ ଦେଲେ ସୁପ୍ରିମ୍‌କୋର୍ଟ, ଜରିମାନା ସହ ଦିନ ସାରା କୋର୍ଟରେ ଗୋଟେ ଜାଗାରେ ବସିବେ | କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିଥିବା ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ତଥା ଓଡ଼ିଶା କ୍ୟାଡର୍‌ର ଆଇପିଏସ୍‌ ଏମ୍‌. ନାଗେଶ୍ୱର ରାଓଙ୍କୁ ଏହି ଦଣ୍ଡ ଦେଇଛନ୍ତି ସୁପ୍ରିମ୍‌କୋର୍ଟ।
ମଙ୍ଗଳବାର ଏହି ଘଟଣାର ଶୁଣାଣି କରି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ତାଙ୍କର (ନାଗେଶ୍ୱର ରାଓ) ନିଃସର୍ତ୍ତ କ୍ଷମାପ୍ରାର୍ଥନାକୁ ଅଗ୍ରାହ୍ୟ କରି ଦେଇଥିଲେ। ତା’ସହିତ ଏକ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ଆଜି ସୁପ୍ରିମ୍‌କୋର୍ଟରେ ଯେତେ ସମୟ ପର୍ଯ୍ୟନ୍ତ କାର୍ଯ୍ୟ ଚାଲିଥିବ ସେତେବେଳ ପର୍ଯ୍ୟନ୍ତ କୋର୍ଟରେ ବସି ରହିବାକୁ ତାଙ୍କୁ ପ୍ରଧାନ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।

ଲଜ୍ଜ୍ୟର ସୀମା ଟପିଲା ଦୁର୍ବୁତ୍ତ, ଦୁଇଟି ଛୁଆର ବାପ ହୋଇ ସାତ ବର୍ଷର ଶିଶୁ ସହ କଲା ଦୁଷ୍କର୍ମ, ପଢନ୍ତୁ ପୂରା ଖବର…