ଶ୍ରୀମନ୍ଦିରରେ ଅସ୍ତ୍ରଶସ୍ତ୍ର ଓ ଜୋତା ପିନ୍ଧି ପ୍ରବେଶ କରିପାରିବେନି ପୋଲିସ – ସୁପ୍ରିମ କୋର୍ଟ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ବର : କିଛିଦିନ ତଳେ ଧାଡି ଦର୍ଶନ ଲାଗି ହେଇଥିବା ଏକ ହିଂସାକାଣ୍ଡ ପ୍ରତି ଧ୍ୟାନ ଦେଇ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ବପୂଣ୍ଣ ରାୟ ଦେଇଛନ୍ତି । ସୁପ୍ରିମକୋର୍ଟ ଆଜି ତାଙ୍କ ରାୟରେ କହିଛନ୍ତି ଯେ, ଅସ୍ତ୍ରଶସ୍ତ୍ର ଏବଂ ଜୋତା ପିନ୍ଧି କୌଣସି ପୁଲିସ ମନ୍ଦିର ପରିଧି ମଧ୍ୟକୁ ପ୍ରବେଶ କରି ପାରିବେ ନାହିଁ । ଏହି ହିସାଂକାଣ୍ଡରେ ୯ ଜଣ ପୁଲିସ ଆହତ ହୋଇଥିଲେ । ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି କି, ଏହି ହିଂସାକାଣ୍ଡରେ ଅନ୍ୟୂନ ୪୭ ଜଣ ଲୋକଙ୍କୁ ଗିରଫ କରାଯାଇଛି । ପରିସ୍ଥିତିକୁ ମଧ୍ୟ ନିୟନ୍ତ୍ରଣାଧୀନ କରାଯାଇଛି ବୋଲି ରାଜ୍ୟ ସରକାର କହିଛନ୍ତି। ଜଗନ୍ନାଥ ମନ୍ଦିର ମଧ୍ୟରେ କୌଣସି ହିଂସାକାଣ୍ଡ ଘଟିନାହିଁ।ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଉପରେ ଆକ୍ରମଣ ହେବା ସହ ଅନେକ ସରକାରୀ ସାମଗ୍ରୀ ଉତ୍ତ୍ୟକ୍ତ ଲୋକମାନେ ଭଙ୍ଗାରୁଜା କରିଥିଲେ ବୋଲି ସରକାର କହିଛନ୍ତି । ପୁରୀରେ ଧାଡି ଦର୍ଶନକୁ ବିରୋଧ କରି ଜଗନ୍ନାଥ ସେନା ବନ୍ଦ ଡାକରା ଦେଇଥିଲା । ତେବେ ବନ୍ଦ ସମୟରେ ଅନେକ ହିଂସା ଦେଖାଯାଇଥିଲା । କେବଳ ଏତିକିରେ ସମାପ୍ତ ହୋଇ ନଥିଲା ଆନ୍ଦୋଳନକାରୀଙ୍କ ଲଙ୍କାକାଣ୍ଡ । ଟ୍ରାଫିକ ପୋଷ୍ଟଠାରୁ ଆରମ୍ଭ କରି ରାଜସ୍ୱମନ୍ତ୍ରୀଙ୍କ ଘରର ଜିନିଷ ଭଙ୍ଗାରୁଜା ମଧ୍ୟ କରିଥିଲେ । ତେବେ ପରେ ପୋଲିସ ଲାଠିଚାଳନା କରିବା ସହ ଟିୟର ଗ୍ୟାସ ମାଡ କରିଥିଲା । ପରେ କେନ୍ଦ୍ରାଚଂଳ ଆଇଜି ଓ ପୋଲିସ ମହାନିର୍ଦ୍ଦେଶକ ପହଚିଂ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଥିଲେ । ପୁରୀ ଘଟଣାରେ ଆମିକସ କ୍ୟୁରୀଙ୍କୁ ମଧ୍ୟ ରିପୋର୍ଟ ଦିଆଯାଇଥିବା ଜଣାପଡିଛି । ମନ୍ଦିରକୁ ନେଇ କୋର୍ଟ ଦେଇଥିବା ରାୟକୁ ସାଧାରଣ ଲୋକ ସ୍ୱାଗତ କରିଛନ୍ତି ବୋଲି ସୂଚନା ମିଳିଛି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here