You are here
Home > Breaking News > ଅଗଷ୍ଟ ୧୫ରେ ଛାତ୍ରଛାତ୍ରୀଙ୍କୁ ପରେଡକୁ ମନାକଲେ ସରକାର

ଅଗଷ୍ଟ ୧୫ରେ ଛାତ୍ରଛାତ୍ରୀଙ୍କୁ ପରେଡକୁ ମନାକଲେ ସରକାର

ଭୁନନେଶ୍ୱର: ବୁଧବାର ସ୍ୱାଧୀନତା ଦିବସ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ପରେଡ ଅଭିବାଦନର ଯେଉଁ ବ୍ୟବସ୍ଥା କରାଯାଇଛି ଏଥିରେ ଛାତ୍ରଛାତ୍ରୀମାନଙ୍କୁ ସାମିଲ କରାଯିବ ନାହିଁ । ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସତର୍କତା ଜାରି କରାଯାଇଛି । ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ସମସ୍ତ ଆରଡିସି ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଏ ବିଷୟରେ ଅବଗତ କରାଇଛନ୍ତି । କେବଳ ପାରା ମିଲିଟାରୀ ପୋଲିସ ଓ ପାରାମିଲିଟାରୀ ଫୋର୍ସ ପରେଡରେ ଭାଗ ନେବେ । ଦୁଇ ଦିନ ଧରି ପ୍ରବଳ ବର୍ଷା ଓ ଘଡ଼ ଘଡ଼ି ହେବା ନେଇ ପାଣିପାଗ ବିଭାଗର ସୂଚନା ପରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଆଜି ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳର ପଠାଣି ସାମନ୍ତ ଇଂଜିନିରିଂ କଲେଜର ଜଣେ ଛାତ୍ରୀ ମୃତ୍ୟୁ ବରଣ କରିଥିଲା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Loading...
ONA

Leave a Reply

Top