You are here
Home > କ୍ରାଇମ୍‍ > କେନ୍ଦ୍ରାପଡାରେ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ଭାଇରାଲ,ଥାନାରେ ଏତଲା ଦେଲେ ବାପା

କେନ୍ଦ୍ରାପଡାରେ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ଭାଇରାଲ,ଥାନାରେ ଏତଲା ଦେଲେ ବାପା

ପଟ୍ଟାମୁଣ୍ଡାଇ  : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ପେଣ୍ଠରେ ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ହୋଇଛି। ଗତ ଦୁଇ ଦିନ ହେଲା ଏହି ଅଶୀଳ ଭିଡିଓ ଭାଇରାଲ ହୋଇ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି । ରାଜନଗର ବ୍ଲକର ପେଣ୍ଠ ବେଳାଭୂମିରେ ଏହି ଅଶ୍ଳୀଳ ଭିଡିଓ ଓ ଫଟୋ ଉଠାଯାଇଛି । ଏନେଇ ଛାତ୍ରୀଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ଅନୁସାରେ  ପହିଲି ରଜରେ ତାଙ୍କ ଝିଅ ତା’ର ଜଣେ ସାଙ୍ଗ ସହିତ ପେଣ୍ଠ ବେଳାଭୂମିକୁ ବୁଲିବାକୁ ଯାଇଥିଲା। ବର୍ଷା ହେବାରୁ ସେମାନେ ନିକଟରେ  ଥିବା ଏକ ମନ୍ଦିରକୁ ଯାଇ ସେଠାରେ ଥିବା ନଳକୂଅରେ ଗୋଡ଼ ହାତ ଧୁଆଧୋଇ ହୋଇ ବସିଥିଲେ। ଏହି ସମୟରେ ୮ରୁ ୧୦ ଜଣ ଯୁବକ ଆସି ସେଠାରେ ପହଞ୍ଚିଥିଲେ। ସେମାନଙ୍କୁ ଏକୁଟିଆ ପାଇ ଉକ୍ତ ଯୁବକମାନେ ପ୍ରଥମେ ଅଶ୍ଳୀଳ ଇଙ୍ଗିତ କରିଥିଲେ। ପରେ ଜୋର ଜବରଦସ୍ତ ଝିଅର ଡ୍ରେସ୍‌ ଖୋଲି ଦେଇଥିଲେ। ତାକୁ ଦୁଷ୍କର୍ମ କରିବାକୁ  ଉଦ୍ୟମ କରିଥିଲେ। ବିରୋଧ କରିବାରୁ  ଝିଅ ଓ ତା ସାଙ୍ଗକୁ ସେମାନେ ମାଡ଼ ମାରିଥିଲେ। ଏହାସହ ସେମାନଙ୍କର ଭିଡିଓ ରେକଡିଂ କରିଥିଲେ। ପରେ ଗାଡି ଚାବି ଓ ଟଙ୍କା ନେଇ ସେଠାରୁ ପଳାଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜିତୁ ସ୍ୱାଇଁ ନାମକ ଜଣେ ଯୁବକ ୧୪ ତାରିଖ ରାତିରେ ତାଙ୍କ ଝିଅକୁ ଫୋନ୍ କରି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲା।

ଏପରି ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ କରୁଛି । ବେଳାଭୂମିରେ ଏକୁଟିଆ ପୁଅ-ଝିଅଙ୍କୁ ଦେଖି ଯୁବକ ମାନେ ଗାଳି ଗୁଲଚ କରିବା ସହ ଅଶ୍ଳୀଳ ଇଙ୍ଗିତ କରିବା ଘଟଣା ଦିନକୁ ଦିନ ବଢି ବଢି ଚାଲିଛି ।

Loading...
ONA

Leave a Reply

Top