ବିଜେଡି-ଗୋଲଡେନ ବାବା ଲିଙ୍କଙ୍କୁ ନେଇ ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ଫିଙ୍ଗିଲା ଛାତ୍ର କଂଗ୍ରେସ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଗୋଲଡେନ ବାବା ଓ ବିଜେଡି ଲିଙ୍କ ଅଭିଯୋଗରେ ଆଜି ଛାତ୍ର କଂଗ୍ରେସର ଆନ୍ଦୋଳନ କରିଥିବାର ସୂଚନା ମିଳିଛି | କଂଗ୍ରେସ ଭବନରୁ ଆଜି ଏକ ରାଲି ବାହାରି ନବୀନ ନିବାସ ଘେରାଉ ପାଇଁ ଯିବା ବେଳେ ଅଧାବାଟରେ ପୁଲିସ ଆନ୍ଦୋଳକାରୀଙ୍କୁ ଅଟକାଇଥିଲା । ଶିଶୁ ଭବନ ଛକ ନିକଟରେ ପୁଲିସ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକାଇ ଉଦ୍ୟମ କରିଥିବା ବେଳେ ଘଟଣା ସ୍ଥଳରେ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବାର ଦେଖିବାକୁ ମିଳୁଛି । ଛାତ୍ର କଂଗ୍ରେସ କର୍ମୀମାନେ ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାରୁ ପୁଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ପୁଲିସ ଉପରକୁ ଆନ୍ଦୋଳନକାରୀ ମାନେ ଅଣ୍ଡା ଓ ଟମାଟୋ ମାଡ କରିଥିଲେ । ସେଥିଲାଗି ପୁଲିସ ଶତାଧିକ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି । ଉଲ୍ଲେଖନୀୟ, କିଛି ନେତାଙ୍କ ସହ ଗୋଲଡେନ ବାବାଙ୍କ ଫଟୋ ଭାଇରାଲ ହେବା ପରେ ପ୍ରେସମିଟ କରି ଗୋଲଡେନ୍ ବାବା ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ । ସୋସିଆଲ ମିଡିଆରେ ଘୁରି ବୁଲୁଛି ଗୋଲଡେନ ବାବାଙ୍କ ସହ ନେତା ମନ୍ତ୍ରୀଙ୍କ ଫଟୋ ଭାଇରାଲକୁ ମୁଖ୍ୟ ପ୍ରସଙ୍ଗ କରିଛି ଛାତ୍ର କଂଗ୍ରେସ । ତେବେ ଗୋଟିଏ ମଂଚରେ ଏକାଠି ହୋଇ ଗୋଲଡେନ ବାବାଙ୍କ ସହ ମିଶି ମେୟର କମ୍ବଳ ବାଂଟୁଥିବାର ଫଟୋକୁ ଛାତ୍ର କଂଗ୍ରେସ ବିରୋଧ କରିଛି । ଫଟୋ କହୁଛି ମେୟର ଓ ଗୋଲଡେନ ବାବା ଥିଲେ କେତେ ଅନ୍ତରଙ୍ଗ । ସେହିପରି ଗୋଲଡେନ ବାବାଙ୍କୁ ବିଜେଡି ର‌୍ୟାଲିରେ ଦେଖିବାକୁ ମିଳିଛି । ର‌୍ୟାଲିରେ ଦେବୀ ପ୍ରସାଦ ମିଶ୍ର, ବିଭୁତି ବଳବନ୍ତ ରାୟ ଓ ରାଜୁ ସାହୁ ବି ସାମିଲ ଅଛନ୍ତି । ଛାତ୍ର କଂଗ୍ରେସ ହେବିୱେଟଙ୍କ ନାଁ ବିକି ଗୋଲଡେନ ବାବା ମାର୍କେଟରୁ ଟଙ୍କା ଉଠାଉଥିଲା ବୋଲି ଅଭିଯୋଗ ଆଣିଥିବାର ସୂଚନା ମିଳୁଛି ।

 

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here