ସମାଗୋଳରୁ ଆଳିପିଙ୍ଗଳ ସବଜେଲକୁ ସ୍ଥାନାନ୍ତର ହେଲେ କଂଗ୍ରେସ ନେତା ବାପି ସର୍ଖେଲ

https://www.facebook.com/nnsodia/videos/267154983995629/?t=5

ପାରାଦୀପ: କଂଗ୍ରେସ ନେତା ବାପି ସର୍ଖେଲଙ୍କ ଗିରଫକୁ ନେଇ ଅସନ୍ତୋଷ ବଢ଼ୁଛି। ସିୱେଜ ସିଂପ କର୍ପୋରେସନ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେଙ୍କ ବୟାନ ଆଧାରରେ ବାପି ସର୍ଖେଲଙ୍କୁ ଗିରଫ କରାଯାଇଛି । ଏହାକୁ ବିରୋଧ କରି ଶନିବାର ପାରାଦୀପରେ ବିଭିନ୍ନ  ଶିଳ୍ପସଂସ୍ଥାରେ ଶତାଧିକ ଶ୍ରମିକ କାର୍ଯ୍ୟବନ୍ଦ କରିଛନ୍ତି। ପାରାଦୀପ-ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦ ଅଧିନରେ କାର୍ଯ୍ୟ କରୁଥିବା  ଶ୍ରମିକମାନେ ମଧ୍ୟ କାର୍ଯ୍ୟ ବନ୍ଦ କରି ଆନ୍ଦୋନକୁ ଓହ୍ଲାଇଥିଲେ । ବାପି ସର୍ଖେଲଙ୍କ ଗିିରଫ ବେଆଇନ ତାଙ୍କୁ ନିଃସର୍ତ୍ତରେ ଖଲାସ କରିବାକୁ ଦାବି ହୋଇଛି। ସେହିପରି କଂଗ୍ରେସ ଏସସି ସେଲ ପକ୍ଷରୁ ମଧ୍ୟ ବିକ୍ଷୋଭ କରାଯାଇଛି। ସଂଗଠନର ସଦସ୍ୟମାନେ ପାରାଦୀପ-କଟକ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ।
ଶୁକ୍ରବାର ସିୱେଜ ସିପିଂ ସଂସ୍ଥାର ଜେନେରାଲ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ କଂଗ୍ରେସ ନେତା ବାପି ସର୍ଖେଲଙ୍କୁ ପାରାଦୀପ ପୋଲିସ ଗିରଫ କରିଥିଲା । ଘଟଣାର ମୁଖ୍ୟ ଅଭିଯୁକ୍ତ ରାକେଶଙ୍କ ସହ ବାପିଙ୍କ ସଂପର୍କ ଥିବା ଦର୍ଶାଇ ପୋଲିସ ବାପିଙ୍କୁ ଗିରଫ କରାଯାଇଛି । ଗିରଫ ପରେ ତାଙ୍କୁ କୁଜଙ୍ଗ ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା। ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ରାତିରେ ସମାଗୋଳ ସବ-ଜେଲକୁ ପଠାଇ ଦିଆଯାଇଥିଲା।
ପୂର୍ବରୁ ମହେନ୍ଦ୍ରଙ୍କ ହତ୍ୟା ମାମଲାରେ ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେଙ୍କ ସହ ବାପିଙ୍କ ସଂପର୍କ ନେଇ ପୋଲିସ ପ୍ରଶ୍ନ ଉଠାଇଥିଲା । ବାପିଙ୍କ ବିରୋଧରେ ପୋଲିସ ଲୁକ ଆଉଟ ସର୍କୁଲାର(ତଲାସି ପରୱାନା) ଜାରି କରିଥିଲା । ତଲାସି ପରୱାନା ଜାରି ପରେ ବାପି ନିଜେ ଥାନାକୁ ଆସିଥିଲେ । ମହେନ୍ଦ୍ର ହତ୍ୟାର ମୁଖ୍ୟ ଅଭିଯୁକ୍ତ ରାକେଶଙ୍କ ସହ ବାପିଙ୍କର କିଭଳି ପରିଚୟ ହୋଇଥିଲା ? ସେ କ’ଣ ପାଇଁ ତାଙ୍କ ପାଖକୁ ଆସୁଥିଲେ? ହତ୍ୟାକାଣ୍ଡ ଦିନ ବାପି କେଉଁଠି ଥିଲେ ? ଏମିତିକି ଫେସବୁକର କିଛି ଫଟୋକୁ ନେଇ ବି ପଚରା ଉଚୁରା ହୋଇଥିଲା । କେନ୍ଦ୍ରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରୁ ପଚରା ଉଚୁରା ପାଇଁ ଟିମ ଆସୁଥିବା ଦର୍ଶାଇ ରାତିରେ ତାଙ୍କୁ ପାରାଦ୍ୱୀପ ନିଆଯାଉଛି ବୋଲି ପୋଲିସ କହିଥିଲା। ହେଲେ କୁଜଙ୍ଗର ଜେଏମଫସି କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । ଜାମିନ ନାମଞ୍ଜରୁ ହେବା ପରେ ତାଙ୍କୁ ସମାଗୋଳ ସବ-ଜେଲଜେଲ  ପଠା ଯାଇଥିଲା। ତେବେ ପାରାଦୀପର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ବାପିଙ୍କୁ ଶନିବାର ଆଳି-ପିଙ୍ଗଳ ସବ-ଜେଲକୁ ସ୍ଥାନାନ୍ତର କରାଯାଇଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here