ଟିଟୋର ଆଉ ୪ ସହଯୋଗୀ ଗିରଫ

ଭୁନନେଶ୍ୱର: ଗ୍ୟାଙ୍ଗଷ୍ଟର ଟିଟୋର ସାମ୍ରାଜ୍ୟକୁ ଭାଙ୍ଗିବା ପାଇଁ କ୍ରାଇବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସ୍ଟିଏଫ) ପୁରା ଦମ୍ରେ ଲାଗିଛି । ଟିଟୋର ଦୁଇ ସହଯୋଗୀ ସାର୍ଫ ସୁଟରଙ୍କୁ ଗିରଫ କରିବା ପରେ ଆଜି ଆଉ ୪ ଜଣ ସହଯୋଗୀଙ୍କୁ ଏସ୍ଟିଏଫ୍ ଗିରଫ କରିଛି । ସୋମବାର ବିଳମ୍ବିତ ରାତିରେ ଏସ୍ଟିଏଫ୍ କଟକ ତାର ଆଖପାଖ ଅଞ୍ଚଳରୁ ୮ ଜଣଙ୍କୁ ଉଠାଇ ଆଣିଥିଲା । ଏମାନଙ୍କ ବିରୋଧରେ ବିଭିନ୍ନ ଅପରାଧିକ ମାମଲା ଥିବା ସନ୍ଦେହ କରାଯାଇଥିଲା । ଜେରା କରିବା ପରେ ସେମାନଙ୍କ ଭିତରୁ ୪ ଜଣଙ୍କୁ ଗିରଫ କରାଯାଇଛି । ଆଜି ସେମାନଙ୍କୁ କୋର୍ଟ ପଠାଯିବ । ଏମାନଙ୍କ ଭିତରେ ଅଛନ୍ତି ଗୋଲ୍ଡେନ ପପୁ, ଇନ୍ତିଆଜ ଖାନ୍, ଜାହାଙ୍ଗିର ଖାନ୍ ଓ ସେକ୍ ଅବ୍ଦୁଲା । ଏମାନଙ୍କ ବିରୋଧରେ ହତ୍ୟା, ଦାଦାବଟି ଆଦାୟ ଭଳି ବହୁ ସଙ୍ଗୀ ଅଭିଯୋଗ ମାମଲା ରହିଛି । ଟିଟୋର ଭାଇ ଓ ଅନ୍ୟ ସହଯୋଗୀମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି । ଭାଇମାନେ ନୋଟିସ୍ ପାଇଲେ ମଧ୍ୟ ଆଜି ହାଜର ହୋଇନାହାଁନ୍ତି । ସେମାନେ ରାଜ୍ୟ ବାହାରକୁ ଚାଲିଯାଇଥିବା ଜଣାପଡ଼ିଛି । ପୁଲିସ୍ ସେମାନଙ୍କୁ ଧରିବା ପାଇଁ ରାଜ୍ୟ ବାହାରକୁ ଯିବାକୁ ଉଦ୍ୟମ କରୁଛି ।
ତଦନ୍ତ ସମୟରେ ଏସ୍ଟିଏଫ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ଖବର ମିଳିଛି । ଟିଟୋ ଅପରାଧିକ ସାମ୍ରାଜ୍ୟ ନିର୍ଭୟରେ ଓ ନିର୍ଦ୍ଦୋନ୍ଦରେ ବିସ୍ତାର କରିବା ପାଇଁ ରାଜନେତା ଓ ଅଫିସରଙ୍କ ସହାୟତା ଲୋଡିଥିଲା । ସମସ୍ତଙ୍କୁ ସେ ତାର ନିଜ ଗୁଡ୍ବୁକ୍ରେ ରଖିଥିଲା । ଯେଉଁ ଅଫିସର ଓ ନେତାଙ୍କର ଯାହା ଅବଶ୍ୟକ ତାହା ସେ ପୂରଣ କରିଥିଲା । କାହାକୁ ଅର୍ଥ ଦେଇ ତ ଆଉ କାହାକୁ ସାମଗ୍ରୀ ଦେଇ ଯିଏ ଯାହା ଯେତେବେଳେ ଚାହୁଁଥିଲା ଟିଟୋର ଲୋକମାନେ ପହଞ୍ଚାଇ ଦେଉଥିଲେ । ଟିଟୋ ବିରୋଧରେ ଯେପରି କେହି ଅଭିଯୋଗ କରିବାର ସୂଯୋଗ ପାଇବେ ନାହିଁ ସେତିପାଇଁ ସବୁ ବ୍ୟବସ୍ଥା ସେ ଖଞ୍ଜି ଦେଉଥିଲା । ଟିଟୋର ଖାସ୍ ପିଲାମାନେ ଏହି ଦାୟିତ୍ୱରେ ଥିଲେ । ମଝିରେ ମଝିରେ ଅଫିସର ଓ ନେତାମାନଙ୍କୁ ଦେଖାକରି ପଚାରି ବୁଝୁଥିଲା । ନେତା ଓ ଅଫିସରଙ୍କ ଘରେ ବିଭିନ୍ନ ପର୍ବପର୍ମାଣୀରେ ପହଞ୍ôଚଯାଉଥିବା ଦାମି ଉପହାର । ଏପରି କି ଅଧିକାରୀମାନେ ଟିଟୋଠୁ ଦାମି ଗାଡ଼ି ନେଇ ବାହାରକୁ ଯାଉଥିଲେ । ଫୋନ୍ କଲ୍ ପାଇଲା କ୍ଷଣି ହାଜର ହେଇଯାଉଥିଲେ ଟିଟୋର ଲୋକେ । ଏପରି କି ଅନେକଙ୍କୁ ଟିଟୋ ଦାମି ଜାଗା ଓ ଘର ମଧ୍ୟ ଯୋଗାଇ ଦେଇଛି ।
ଠିକାଦାରୀକାମରେ ଟିଟୋର ସହାୟତା ମଧ୍ୟ ନିଆଯାଇଛି । ଏଭଳି ୧୫ ଜଣ ଠିକାଦାରଙ୍କ ତାଲିକା ଏସ୍ଟିଏଫ୍ ପ୍ରସ୍ତୁତ କରିଛି । ଗତ ୬ ବର୍ଷ ଭିତରେ ଉପକୂଳ ଓଡ଼ିଶାରେ ହୋଇଥିବା କାର୍ଯ୍ୟକ୍ରମରେ ଠିକାଦାରମାନଙ୍କୁ ଟିଟୋ ସହଯୋଗ କରୁଥିଲା । ପ୍ରଥମ, ଦ୍ୱିତୀୟ ଶ୍ରେଣୀ ଠିକା କାମ ଉପରେ ଟିଟୋର ବେଶୀ ଦବ୍ଦବା ରହୁଥିଲା । ନିକିରାଇଖାନା ଅଞ୍ଚଳର ଜଣେ ଠିକାଦାର ମୁଖ୍ୟ ଭାବରେ ଥିଲେ । ଏସ୍ଟିଏଫ୍ର ଏକ ଟିମ୍ ଇତିମଧ୍ୟରେ କଲିକତା ଯାଇ ସେଠାରେ ଥିବା ଟିଟୋର ବ୍ୟବସାୟୀକ ସାମ୍ରାଜ୍ୟକୁ ଠାବ କରିବାରେ ସକ୍ଷମ ହେଉଥିବା କୁହାଯାଇଛି । ତାଙ୍କ ପତ୍ନୀ ବେନଜିରଙ୍କ ନାଁରେ ଥିôବା ଦାମି ଗାଡ଼ି ଜବତ ହୋଇଛି । ଗୋଟିଏ ଟିମ୍ ହାଇଦ୍ରାବାଦାଇ ଅନୁଧ୍ୟାନ କରୁଛି ।
କ୍ରାଇବ୍ରାଞ୍ଚ ଟିଟୋର ଅପରାଧିକ ଫାଇଲ କରିଛି । କେନ୍ଦ୍ରାପଡ଼ାରେ ଥିବା ହତ୍ୟାମାମଲାରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ଟିଟୋ ଜଡ଼ିତ ବୋଲି କୁହାଯାଉଛି । ପୁଲିସ୍ ଏବେ ସେଗୁଡ଼ିକ ଖୋଲିବା ଆରମ୍ଭ କରିଛି । କେନ୍ଦ୍ରାପଡ଼ାରେ ଥିôବା ଗୁଟ୍ଖା ଇନ୍ଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍ ଲିମିଟେଡ୍ର ଇଂଜିନିୟର ଦେବାଶିଷ ସାହୁଙ୍କୁ ହତ୍ୟା କରାଯାଇଥିଲା । ଟିଟୋ ନିର୍ଦ୍ଦେଶରେ କମ୍ପାନୀର ସିପିଆଇଓ ଦେବବ୍ରତ ନାୟକଙ୍କୁ କଟା ଦୀପୁ ମାଧ୍ୟମରେ ଦାଦାବଟି ଚାନ୍ଦା ମାଗିଥିଲା । ଦୁଇଜଣ ଠିକାଦାରଙ୍କୁ ମଧ୍ୟ ହତ୍ୟା କରାଯାଇଛି । ଜଗତପୁର ଜଳସେଚନ ଡିଭିଜନ୍ର ୩୦ ଲକ୍ଷ ଟଙ୍କା ଟେଣ୍ଡର କାମକୁ ନେଇ ଅବଦୁଲ ରହେମାନ୍ଙ୍କ ଭାଇ ମହମ୍ମଦ ତାହିର ଅଲ୍ଲି ଖାନ୍ଙ୍କୁ ମାର୍ଚ୍ଚ ୨୮ ତାରିଖରେ ହୋଇଥିବା ଗୁଳିମାଡ଼ର ମଧ୍ୟ ତଦନ୍ତ କରାଯାଉଛି । ଏହି ଘଟଣାରେ ବି ଟିଟୋକୁ ମୁଖ୍ୟ କାର୍ପଟଦାର ଦର୍ଶାଯାଇଛି ।
ମିିଳିଥିବା ସୂଚନା ଅନୁସାରେ ଗିରଫ ଜାହାଙ୍ଗୀର ଗୋମାଂସ ଚାଲାଣ ଗାଡ଼ିକୁ ସୁରକ୍ଷା ଯୋଗାଉଥିଲା । ଅବଦୁଲା ପରୋକ୍ଷରେ ଟିଟୋର ବିଭିନ୍ନ ଅପରାଧ କାର୍ଯ୍ୟକଳାପକୁ ସାକାର କରୁଥିଲା । ଜାହାଙ୍ଗୀରକୁ ପୂର୍ବରୁ ପୁଲିସ୍ ଗିରଫକରି ଜେଲ୍ ପଠାଇଥିଲା । ସେ ଏବେ ଜାମିନ୍ରେ ଅଛି । ଟିଟୋକୁ କେନ୍ଦ୍ରାପଡ଼ା ବାରିମୁଳ ଉପକାରାଗାରରୁ ଅନ୍ୟତ୍ର ଏକ ପ୍ରମୁଖ ଜେଲ୍କୁ ସ୍ଥାନାନ୍ତର କରିବା ପାଇଁ ଯୋଜନା କରାଯାଇଛି ।