ଜାତୀୟ ରାଜମାର୍ଗ ନିର୍ମାଣରେ ରାଜ୍ୟସରକାର ବାଧକ ସାଜୁଛନ୍ତି: ବିଜେପି

https://www.facebook.com/nnsodia/videos/267154983995629/?t=5

 ଶିଳ୍ପାୟନ ଓ ଅର୍ଥନୀତି ବିକାଶ ପାଇଁ ସଡ଼କ ଯୋଗାଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା
 ମେକ୍ଇନ୍ ଓଡ଼ିଶା ପାଇଁ ସଡ଼କ ଯୋଗାଯୋଗ ଗୁରୁତ୍ୱପୁର୍ଣ୍ଣ
 ମୋଦି ସରକାର ଓଡ଼ିଶାକୁ ପ୍ରଚୁର ମାତ୍ରାରେ ରାଜମାର୍ଗ ଦୃଷ୍ଟିରୁ ବିକଶିତ ରାଜ୍ୟରେ ପରିଣତ କରିବା ଯୋଜନା ସତ୍ୱେ ରାଜ୍ୟସରକାରଙ୍କ ଆଗ୍ରହ ଓ ଗୁରୁତ୍ୱ ଅଭାବରୁଏହା କାର୍ଯ୍ୟକାରୀ ହୋଇପାରୁନାହିଁ
 ରାଜ୍ୟସରକାର ମେକ୍ ଇନ୍ ଓଡ଼ିଶାକୁ ଘୋଷଣା ସର୍ବସ୍ୱ କରି ଏହାକୁ ପ୍ରକୃତ ପକ୍ଷେକ୍ରିୟାଶୀଳ କରିବାକୁ ଆଗ୍ରହୀ ନୁହଁନ୍ତି
 ଗୋଟିଏ ପଟେ ରାଜ୍ୟସରକାର ମେକ୍ ଇନ୍ ଓଡ଼ିଶାର ବଡ଼ ପ୍ରଚାର କରୁଥିବାବେଳେ ଭାରତସରକାରଙ୍କ ଦ୍ୱାରା ନିର୍ମାଣାଧିନ ଓ ପ୍ରସ୍ତାବିତ ସଡ଼କ କାର୍ଯ୍ୟକାରୀ କରିବାରେ ରାଜ୍ୟସରକାର ବାଧକ ସାଜିଛନ୍ତି
 ମୋଦି ସରକାର ଦାୟିତ୍ୱ ନେବାବେଳେ ଓଡ଼ିଶାରେ ମୋଟ ୪୬୫୦ କିମି ଜାତୀୟ ରାଜପଥ ଥିଲା । ୟୁପିଏ-୧ ଓ ୟୁପିଏ-୨ ୧୦ ବର୍ଷଶାସନରେ ମୋଟ ୧୩୮୫ କିମ ଜାତୀୟ ରାଜପଥ ନିର୍ମାଣ ହୋଇଥିଲା
 ମୋଦିଙ୍କ ୫ ବର୍ଷ ଶାସନ ନକରୁଣୁ ଓଡ଼ିଶାର ରାଜପଥକୁ ଦୁଇଗୁଣରୁ ଅଧିକକରି ୧୦ହଜାର କିମିରୁ ଅଧିକଲମ୍ବର ନିର୍ମାଣ ପାଇ ଯୋଜନା ପ୍ରସ୍ତୁତହୋଇଛି
 କେନ୍ଦ୍ରସରକାରଙ୍କ ସବୁ ପ୍ରସ୍ତୁତି ସତ୍ୱେ ୩୬୩ କିମି ଦ୍ରବ୍ୟ ଓ ୩୮୭୦ କୋଟି ବ୍ୟୟ ଅଟକଳର ୬ଟି ଜାତୀୟ ରାଜମାର୍ଗ ପ୍ରକଳ୍ପ ଜମି ଅଧିଗ୍ରହଣ ଓ ଜଙ୍ଗଲ ଅନୁମତି ନମିଳିବାରୁ ପଡ଼ିରହିଛି
 ଆଉ ୭ଟି ରାଷ୍ଟ୍ରୀୟ ରାଜମାର୍ଗ ପ୍ରକଳ୍ପର ଯାହାର ଦୈର୍ଘ୍ୟ ୫୨୦ କିମି ଓ ପ୍ରସ୍ତାବିତ ଖର୍ଚ୍ଚ ୧୮୭୮ କୋଟି, ଏଗୁଡ଼ିକ ଜମି ଅଧିଗ୍ରହଣ ଓ ଫରେଷ୍ଟଡ଼ାଇଭସନ ରାଜ୍ୟସରକାରଙ୍କ ଦ୍ୱାରା ବିଳମ୍ବିତ ହେବାରୁ ଏହା ଆଗକୁବଢି ପାରୁନାହିଁ
 ଏହା ସହ ଏନ୍ଏଚ୍-୧୨୭ରେ ୪ଲେନ୍ ରୋଡ଼ ଓଭରବ୍ରିଜ୍ ପାଇଁ ରାଜ୍ୟସରକାରଙ୍କ ଦ୍ୱାରାଜମିଅଧିଗ୍ରହଣ ନହେବାକାରଣରୁ କ୍ରିୟାନ୍ୱିତ ହୋଇପାରୁନାହିଁ ।ଏହି ୪ଟି ପ୍ରକଳ୍ପର ଦୈର୍ଘ୍ୟ ୮ କିମି ଓ ପ୍ରସ୍ତାବିତଖର୍ଚ୍ଚ ୪୭୩ କୋଟି
 କେନ୍ଦ୍ରସରକାର ୭୮୧ କିମି ଦୈର୍ଘ୍ୟ ୯ଟି ନୂଆ ରାଜମାର୍ଗ ଘୋଷଣା କରିଥିବାବେଳେ ରାଜ୍ୟସରକାର ଏନ୍ଓସି ନଦେବାକାରଣର ୁଏହା କ୍ରିୟାନ୍ୱିତ କରିବା ପାଇଁ କୌଣସି ସଂସ୍ଥାକ ହସ୍ତାନ୍ତର କରାଯାଇପାରୁନାହିଁ
 ୧୨୭୨ କିମି ଦୈର୍ଘ୍ୟ ୧୩ଟି ରାସ୍ତାକୁ ଜାତୀୟ ରାଜମାର୍ଗରେ ପରିଣତକରିବା ପାଇଁ କେନ୍ଦ୍ରର ନୀତିଗତ ନିଷ୍ପତି ନିଆଯିବା ସହଡ଼ିପିଆର୍ ପ୍ରସ୍ତୁତି ଚାଲିଛି ମାତ୍ର ରାଜ୍ୟସରକାରଙ୍କୁ ସୂଚନା ସତ୍ୱେ ଏଥିପାଇଁ ଆୟୋଜିତ ବୈଠକରେ ରାଜ୍ୟର ପ୍ରତିନିଧି ଯୋଗ ଦେଉନାହାଁନ୍ତି
 ରାଜ୍ୟରେ ଆଉ ୨୫୨୬ କିମି ନୂଆ ଜାତୀୟ ରାଜମାର୍ଗ ନିର୍ମାଣ ପାଇଁରାଜ୍ୟସରକାର ପ୍ରସ୍ତାବ ଦେବାକୁ ମାର୍ଚ୍ଚ ୨୦୧୮ରୁ କେନ୍ଦ୍ରସରକାରଙ୍କ ତରଫରୁ ଅନୁରୋଧ କରାଯାଇଛି । ମାତ୍ରଏତେ ଦିନ ବିତିଯାଇଥିଲେ ମଧ୍ୟ ରାଜ୍ୟସରକାର ରାଜ୍ୟରେ ଏତେ ବିଶାଳଭିତିଭୂମି ନିର୍ମାଣ ଓ ପୁଞ୍ଜିନିବେଶକୁ କୌଣସି ସହଯୋଗ କରୁନାହାନ୍ତି
ଭୁବନେଶ୍ୱର : ଶିଳ୍ପାୟନ ଓ ଅର୍ଥନୀତି ବିକାଶ ପାଇଁ ସଡ଼କ ଯୋଗାଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା । ଗୋଟିଏ ପଟେ ରାଜ୍ୟସରକାର ମେକ୍ ଇନ୍ ଓଡ଼ିଶାର ବଡ଼ ପ୍ରଚାର କରୁଥିବାବେଳେ ଭାରତସରକାରଙ୍କ ଦ୍ୱାରା ନିର୍ମାଣାଧିନ ଓ ପ୍ରସ୍ତାବିତ ସଡ଼କ କାର୍ଯ୍ୟକାରୀ କରିବାରେ ରାଜ୍ୟସରକାର ବାଧକ ସାଜିଛନ୍ତି ବୋଲି ବିଜେପି ରାଜ୍ୟଉପସଭାପତି ସମୀରମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ମୋଦି ସରକାର ଦାୟିତ୍ୱ ନେବା ବେଳେ ଓଡ଼ିଶାରେ ମୋଟ ୪୬୫୦ କିମି ଜାତୀୟ ରାଜପଥ ଥିଲା । ୟୁପିଏ-୧ ଓ ୟୁପିଏ-୨ ୧୦ ବର୍ଷଶାସନରେ ମୋଟ ୧୩୮୫ କିମି ଜାତୀୟ ରାଜପଥ ନିର୍ମାଣ ହୋଇଥିଲା । ମୋଦିଙ୍କ ୫ ବର୍ଷଶାସନ ନକରୁଣୁ ଓଡ଼ିଶାର ରାଜପଥକୁ ଦୁଇଗୁଣରୁ ଅଧିକକରି ୧୦ହଜାର କିମିରୁ ଅଧିକଲମ୍ବର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, କେନ୍ଦ୍ରସରକାରଙ୍କ ସବୁ ପ୍ରସ୍ତୁତି ସତ୍ୱେ ୩୬୩ କିମି ଦ୍ରବ୍ୟ ଓ ୩୮୭୦ କୋଟି ବ୍ୟୟ ଅଟକଳର ୬ଟି ଜାତୀୟରାଜମାର୍ଗ ପ୍ରକଳ୍ପଜମି ଅଧିଗ୍ରହଣ ଓ ଜଙ୍ଗଲ ଅନୁମତି ନମିଳିବାରୁ ପଡ଼ିରହିଛି ।
ଏହି ୬ଟି ପ୍ରକଳ୍ପ ସମ୍ବନ୍ଧରେ ସୂଚନା ଦେଇ ଶ୍ରୀ ମହାନ୍ତି କହିଛନ୍ତି
୧- ଏନ୍ଏଚ୍-୬ର ସିଙ୍ଗ୍ରାବିଞ୍ଜବାହଲ୍ମଧ୍ୟରେ ୪ ଲେନ୍ ପ୍ରକଳ୍ପ ଯାହାର ଦୈର୍ଘ୍ୟ ୧୦୪ କିମି ଓ ପ୍ରସ୍ତାବିତଖର୍ଚ୍ଚ ୧୪୨୦ କୋଟି ।
୨- ଏନ୍ଏଚ୍-୫ ର ଟାଙ୍ଗୀଭୁବନେଶ୍ୱର ୬ ଲେନ୍କାର୍ଯ୍ୟ ଯାହାର ଦୈର୍ଘ୍ୟ ୫୬ କିମି ଓ ମୂଲ୍ୟ ୮୦୬ କୋଟି ।
୩- ଏନ୍ଏଚ୍-୫ର ପୁଇଁତଲା ଓ ଟାଙ୍ଗୀମଧ୍ୟରେ ୬ ଲେନ୍କରଣ ଯାହାର ଦୈର୍ଘ୍ୟ ୭୫ କିମି ଓ ଯାହାର ପ୍ରସ୍ତାବିତଖର୍ଚ୍ଚ ୫୦୨ କୋଟି ।
୪- ଏନ୍ଏଚ୍- ୨୩ର ବ୍ରାହ୍ମଣୀପୋଲରୁରାଜାମୁଣ୍ଡା ପର୍ଯ୍ୟନ୍ତ ଯାହାର ଦୈର୍ଘ୍ୟ ୪୭ କିମି ଓ ପ୍ରସ୍ତାବିତଖର୍ଚ୍ଚ ୩୬୬ କୋଟି ।
୫- ଏନ୍ଏଚ୍-୨୩ର ରାଜାମୁଣ୍ଡାରୁବାରକୋଟ୍ ପର୍ଯ୍ୟନ୍ତ ୪ଲେନ୍କରଣ ଯାହାର ଦୈର୍ଘ୍ୟ ୫୦ କିମି ଓ ପ୍ରସ୍ତାବିତଖର୍ଚ୍ଚ ୩୯୪ କୋଟି ।
୬- ଏନ୍ଏଚ୍-୨୩ର ବୀରମିତ୍ରପୁରଠାରୁବ୍ରାହ୍ମଣୀବ୍ରିଜ୍ ର ଶେଷଭାଗ ପର୍ଯ୍ୟନ୍ତ ଯାହାର ଦୈର୍ଘ୍ୟ ୨୯ କିମି ଓ ପ୍ରସ୍ତାବିତଖର୍ଚ୍ଚ ୩୮୧କୋଟି ।
ଏହା ସହ ଶ୍ରୀ ମହାନ୍ତି କହିଛନ୍ତି ଆଉ ୭ଟି ରାଷ୍ଟ୍ରୀୟ ରାଜମାର୍ଗ ପ୍ରକଳ୍ପର ଯାହାର ଦୈର୍ଘ୍ୟ ୫୨୦ କିମି ଓ ପ୍ରସ୍ତାବିତଖର୍ଚ୍ଚ ୧୮୭୮ କୋଟି, ଏଗୁଡ଼ିକ ଜମିଅଧିଗ୍ରହଣ ଓ ଫରେଷ୍ଟଡ଼୍ରାଇଭସନ୍ ରାଜ୍ୟସରକାରଙ୍କ ଦ୍ୱାରା ବିଳମ୍ବିତ ହେବାରୁଏହା ଆଗକୁ ବଢି ପାରୁନାହିଁ । ଏହାସହ ଏନ୍ଏଚ୍-୧୨୭ରେ ୪ଲେନ୍ ରୋଡ଼ଓଭରବ୍ରିଜ୍ ପାଇଁ ରାଜ୍ୟସରକାରଙ୍କ ଦ୍ୱାରା ଜମିଅଧିଗ୍ରହଣ ନହେବା କାରଣରୁ କ୍ରିୟାନ୍ୱିତ ହୋଇପାରୁନାହିଁ ।ଏହି ୪ଟି ପ୍ରକଳ୍ପର ଦୈର୍ଘ୍ୟ ୮ କିମି ଓ ପ୍ରସ୍ତାବିତଖର୍ଚ୍ଚ ୪୭୩ କୋଟି ।
ଶ୍ରୀ ମହାନ୍ତି କହିଛନ୍ତି କେନ୍ଦ୍ରସରକାର ୭୮୧ କିମି ଦୈର୍ଘ୍ୟ ୯ଟି ନୂଆରାଜମାର୍ଗ ଘୋଷଣା କରିଥିବାବେଳେ ରାଜ୍ୟସରକାର ଏନ୍ଓସି ନଦେବାକାରଣରୁଏହା କ୍ରିୟାନ୍ୱିତ କରିବା ପାଇଁ ହସ୍ତାନ୍ତର କରାଯାଇପାରୁନାହିଁ । ୧୨୭୨ କିମି ଦୈର୍ଘ୍ୟ ୧୩ଟି ରାସ୍ତାକୁ ଜାତୀୟ ରାଜମାର୍ଗରେ ପରିଣତ କରିବା ପାଇଁ ନୀତିଗତ ନିଷ୍ପତି ନିଆଯିବା ସହଡ଼ିପିଆର୍ ପ୍ରସ୍ତୁତି ଚାଲିଛି । ମାତ୍ର ରାଜ୍ୟସରକାର ଏଥିରେ ସହଯୋଗ କରୁନାହାନ୍ତି । ଏହି ପ୍ରକଳ୍ପଗୁଡ଼ିକ ପାଇଁ କେନ୍ଦ୍ରସଡ଼କ ଯୋଗାଯୋଗ ଓ ଜାତୀୟ ରାଜମାର୍ଗ ମନ୍ତ୍ରଣାଳୟ ତରଫରୁ ୫.୯.୨୦୧୮ ବୈଠକରେ ରାଜ୍ୟସରକାରଙ୍କୁ ସୂଚନା ସତ୍ୱେ କୌଣସି ପ୍ରତିନିଧି ଯୋଗ ଦେଇନଥିଲେ ।
ରାଜ୍ୟରେ ଆଉ ୨୫୨୬ କିମି ନୂଆ ଜାତୀୟ ରାଜମାର୍ଗ ନିର୍ମାଣ ପାଇଁ ରାଜ୍ୟସରକାରଙ୍କୁ ମାର୍ଚ୍ଚ ୨୦୧୮ରୁ କେନ୍ଦ୍ରସରକାରଙ୍କ ତରଫରୁ ଅନୁରୋଧ କରାଯାଇଛି । ମାତ୍ର ଏତେ ଦିନ ବିତିଯାଇଥିଲେ ମଧ୍ୟ ରାଜ୍ୟସରକାର ରାଜ୍ୟରେ ଏତେ ବିଶାଳ ଭିତିଭୂମି ନିର୍ମାଣ ଓ ପୁଞ୍ଜିନିବେଶକୁ କୌଣସି ସହଯୋଗ କରୁନାହାନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟସରକାର କେଉଁକେଉଁ ରାସ୍ତାକୁ ରାଜମାର୍ଗରେ ପରିଣତ କରିବାକୁ ଚାହୁଁଛନ୍ତି ତାହାର ବିବରଣୀ ଦେଉନାହାନ୍ତି କାହିଁକି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ମେକ୍ ଇନ୍ ଓଡ଼ିଶାର ପ୍ରଥମ ଭିତିଭୂମି ଆବଶ୍ୟକତା ହେଉଛି ସଡ଼କ ଯୋଗାଯୋଗ । ମୋଦି ସରକାର ଓଡ଼ିଶାକୁ ପ୍ରଚୁର ମାତ୍ରାରେ ରାଜମାର୍ଗ ଦୃଷ୍ଟିରୁ ବିକଶିତ ରାଜ୍ୟରେ ପରିଣତ କରିବା ଯୋଜନା ସତ୍ୱେ ରାଜ୍ୟସରକାରଙ୍କ ଆଗ୍ରହ ଓ ଗୁରୁତ୍ୱ ଅଭାବରୁଏହା କାର୍ଯ୍ୟକାରୀ ହୋଇପାରୁନାହିଁ । ଏଥିରୁ ସ୍ପଷ୍ଟ ରାଜ୍ୟସରକାର ମେକ୍ ଇନ୍ ଓଡ଼ିଶାକୁ ଘୋଷଣା ସର୍ବସ୍ୱକରି ଏହାକୁ ପ୍ରକୃତ ପକ୍ଷେକ୍ରିୟାଶୀଳ କରିବାକୁ ଆଗ୍ରହୀ ନୁହଁନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here