ହାଇକୋର୍ଟ ବେଞ୍ଚ ନେଇ କେନ୍ଦ୍ର-ରାଜ୍ୟ ଛକାପଞ୍ଛା

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ହାଇକୋର୍ଟର ସ୍ଥାଯୀ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଲିଛି ଛକାପଞ୍ଛା | କେତେବେଳେ ରାଜ୍ୟସରକାର କେନ୍ଦ୍ରକୋର୍ଟକୁ ବଲ ପକାଉଛନ୍ତି ତ କେତେବେଳେ କେନ୍ଦ୍ର ରାଜ୍ୟ କୋର୍ଟକୁ ବଲ ପକାଉଛି | ଏହି ଠୋଲାପେଲା ମଧ୍ୟରେ କିନ୍ତୁ ପଶ୍ଚିମ ଓଡିଶାରେ ଦୀର୍ଘ ଦିନ ହେଲା କୋର୍ଟ ଗିୁଡିକ ଅଚଳ ହୋଇପଡିଛି | କେବେ ଏହାର ସମାଧାନ ହେବ ତାହା ଜଣା ପଡୁନାହିଁ | ଉଭଯ ପକ୍ଷ କେବଳ ସମଯ ଗଡାଇ ଚାଲିଥିବା ଦେଖାଯାଉଛି | କେନ୍ଦ୍ର ଉପରେ ଦୋଷ ଲଦିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଚିଠି ଲେଖି ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ | କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ମୁଖ୍ୟମନ୍ତ୍ରୀଙ୍କୁ ତାର ଉତ୍ତର ଦେଇଛନ୍ତି | ଓଡିଶା ହାଇକୋଟ୍ରର ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ତାଙ୍କ ଉଭୟଙ୍କ ମତାମତ ପଠାଇବା ପରେ ବେଞ୍ଚ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି |
କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି, ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ସମୟରେ ଜଶୱନ୍ତ ସିଂହ କମିଶନ ଓ ସୁପ୍ରିମକୋର୍ଟଙ୍କ ୨୦୦୦ ମସିହାରେ ଦିଆଯାଇଥିବା ଗାଇଡ୍ ଲାଇନ୍ ଅନୁସରଣ କରିବା କଥା କହିଛନ୍ତି । ଗାଇଡ୍ ଲାଇନ୍ ଅନୁସାରେ କୌଣସି ବେଞ୍ଚ ପ୍ରତିଷ୍ଠା ପୂର୍ବରୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା ଏବଂ ସ୍ପଷ୍ଟ ମତ ଆବଶ୍ୟକ । ବେଞ୍ଚ ପ୍ରତିଷ୍ଠା ପୂର୍ବରୁ ମୁଖ୍ୟ ବିଚାରପତିଙ୍କ ପରାମର୍ଶ ଜରୁରୀ ବୋଲି ଗାଇଡ୍ ଲାଇନରେ କୁହାଯାଇଛି । ହାଇକୋର୍ଟଙ୍କ ପରାମର୍ଶ ପରେ ଆବଶ୍ୟକ ଭିତ୍ତିଭୂମି ଯୋଗାଇଦେବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ସେ ଦର୍ଶାଇଛନ୍ତି |

 

ମତାମତ ଦିଅନ୍ତୁ

Please enter your comment!
Please enter your name here