ସରକାର କର୍ମଚାରୀଙ୍କ ଲଜ୍ୟାଜନକ କାମ, ଅଫିସରେ ଦେଖୁଥିଲେ ପର୍ଣ୍ଣ ଭିଡିଓ

ଭୁବନେଶ୍ୱର : ରାଜ୍ୟରେ କିଛିଦନି ହେବ ଦୁଷ୍କର୍ମ ଲାଗି ରହିଛି । ତେବେ ଏହି ଦୁଷ୍କର୍ମ ରୋକିବା ଲାଗି ସରକାର ଯେତେ ଅଭିନବ ପ୍ରୟାସ କରୁଛିଲେ ମଧ୍ୟ ସବୁଥିରେ ଫେଲ ହେଉଛନ୍ତି । ତେବେ ଏହି ଫେଲ ହେବା ସ୍ବାଭାବିକ । କାରଣ ସରକାର ଏତେ ମଜବୁତ ଥାଇ ମଧ୍ୟ ତାଙ୍କରି କର୍ମଚାରୀ ମାନେ ଏହିପରି ଦଣ୍ଡନୀୟ କାମକୁ ଅତି ସହଜରେ ତୁଲାଉଛନ୍ତି ତ ସାଧାରଣ ମଣିଷ କାହିଁକି ଏପରି କରିବ ନାହିଁ । ଏପରି ଏକ ଲଜଯ଼ାଜନକ ଘଟଣା ସାମନାକୁ ଆସିଛି ଯେ ଯାହା ସରକାରଙ୍କ ମୁଣ୍ଡ ନୁଆଁଇବା ସହ ସାଧାରଣରେ ପ୍ରଶ୍ନ ଉଠୁଛି । ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ପାହ୍ୟାର ଜଣେ ରସିକିଆ ବାବୁଙ୍କ ‘ବ୍ଲୁ-ଫିଲ୍ମ’ ଦେଖାକୁ ନେଇ ସଚିବାଳୟରେ ଚର୍ଚ୍ଚା ହେଉଛି । ଶୁଣିବାକୁ ମିଳୁଛି, ଏହି ବାବୁ କୁଆଡ଼େ ଅଫିସ୍ ଚାଲିଥିବାବେଳେ ପର୍ଣ୍ଣ ଫିଲ୍ମ ଦେଖିବାକୁ ଭାରି ବ୍ୟସ୍ତ ହୋଇପଡ଼ୁଛନ୍ତି । ନିଜ ମୋବାଇଲ ଫୋନ୍ ନଚେତ୍ ତାଙ୍କୁ ମିଳିଥିବା ସରକାରୀ କମ୍ପ୍ୟୁଟରରେ କୁଆଡ଼େ ଏସବୁ ଫିଲ୍ମ ଦେଖିବାକୁ ବାବୁ ସବୁବେଳେ ହଙ୍କହଙ୍କ ହେଉଥାନ୍ତି । ସରକାର ଦେଇଥିବା କମ୍ପ୍ୟୁଟରରେ ଅନଲାଇନରେ ଏଭଳି ପର୍ଣ୍ଣ ଫିଲ୍ମ ଦେଖିବା ସମ୍ଭବପର ହେଉନଥିବାରୁ ବାବୁ ପେନ୍ ଡ୍ରାଇଭରେ ଏଭଳି ଭିଡିଓ ସବୁ ସାଙ୍ଗରେ ଧରି ଅଫିସ୍ ଆସୁଛନ୍ତି । ବାବୁଙ୍କ ଏଭଳି ହାବଭାବ ଜାଣିବା ପରେ ତାଙ୍କ ପାଖରେ କାର୍ଯ୍ୟ କରୁଥିବା ଜଣେ ଯୁବତୀ କୁଆଡ଼େ ଚାକିରି ଛାଡ଼ି ପଳାଇଛନ୍ତି । ଅବଶ୍ୟ ସମ୍ପୃକ୍ତ ଯୁବତୀ ସେଠାରେ ଠିକାରେ କାମ କରୁଥିଲେ । ସେହି ଯୁବତୀଙ୍କ ସ୍ଥାନରେ ଅନ୍ୟଜଣେ ଯୁବକଙ୍କୁ ଠିକାରେ ନିଯୁକ୍ତି ମିଳିଥିଲା କିନ୍ତୁ ରସିକିଆ ବାବୁ କୁଆଡ଼େ ତାକୁ ମାତ୍ର ମାସକ ଭିତରେ ବିଦା କରିଦେଇଥିଲେ । କିଛିମାସ ତଳେ ବାବୁଙ୍କ ଚ୍ୟାମ୍ବରରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରିବା ପାଇଁ ଜଣେ ନବବିବାହିତା ମହିଳାଙ୍କୁ ନିଯୁକ୍ତି ମିଳିଥିଲା । ସେ ଅନ୍ୟ ଏକ ଏଜେନ୍ସି ମାଧ୍ୟମରେ ସେଠାରେ ଠିକାରେ କାମ କରୁଥିଲେ । ମହିଳା କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପେନ୍ ଡ୍ରାଇଭକୁ କମ୍ପ୍ୟୁଟରରେ ସଂଯୋଗ କରି ଭୁଲବଶତଃ ତାହା ରହିଯାଇଛି ବୋଲି ସଫେଇ ଦେବା ଭଳି ଡ୍ରାମା କୁଆଡ଼େ ଏହି ବାବୁ କରିବାକୁ ପଛାଉ ନାହାନ୍ତି । ଥରେ ନୁହେଁ ବାରମ୍ବାର ଏଭଳି ହେବାପରେ ସମ୍ପୃକ୍ତ ମହିଳା କର୍ମଚାରୀ ଜଣକ କୁଆଡ଼େ ଛୁଟିରେ ପଳାଇଥିଲେ । ଏବେ ତାଙ୍କର ନିଯୁକ୍ତି ଏଜେନ୍ସୀ ତାଙ୍କୁ ଅନ୍ୟ ଏକ ବିଭାଗରେ ନିଯୁକ୍ତି ଦେବାପରେ ସେହି ବାବୁଙ୍କ ଏପରି କଳାକାରନାମା କଥା ପଦାକୁ ଆସିଛି । ସେହି ବାବୁ କୁଆଡ଼େ ଗୋଟିଏ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଥିବାବେଳେ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର କରି ବିବାଦରେ ଫସିଥିଲେ । ଜଣେ ରସିକିଆ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବାବେଳେ କୁଆଡ଼େ ତାଙ୍କର ଏହି ପର୍ଣ୍ଣ ନିଶା ଟିକିଏ ଅଧିକ ଚଢ଼ି ଯାଇଥିଲା । ଚାକିରିରୁ ଅବସର ନେବାକୁ ଆଉ ମାତ୍ର କିଛିମାସ ବାକି ଥିବାବେଳେ ବାବୁଙ୍କ ଏଭଳି ରସିକିଆ ସ୍ୱଭାବକୁ ନେଇ ସଚିବାଳୟରେ ଚର୍ଚ୍ଚା ଲାଗି ରହିଛି ।