You are here
Home > ବଡ଼ଖବର > ରାଜ୍ୟ କ୍ୟାବିନେଟରେ ୯ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ ,ଆଇଆଇଏମ୍‌ ସମ୍ବଲପୁରକୁ  ୧୮୧.୭୭ ଏକର ଜମି ଯୋଗାଇବାକୁ ନିଷ୍ପତ୍ତି

ରାଜ୍ୟ କ୍ୟାବିନେଟରେ ୯ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ ,ଆଇଆଇଏମ୍‌ ସମ୍ବଲପୁରକୁ  ୧୮୧.୭୭ ଏକର ଜମି ଯୋଗାଇବାକୁ ନିଷ୍ପତ୍ତି

ଭୁବନେଶ୍ୱର  : ଗୁରୁବାର ସଚିବାଳୟରେ ବସିଥିବା ରାଜ୍ୟ କ୍ୟାବିନେଟର ବୈଠକରେ ମୋଟ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଆଇଆଇଏମ୍‌ ସମ୍ବଲପୁରକୁ ରାଜ୍ୟ ସରକାର ୧୮୧.୭୭ ଏକର ଜମି ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ଏହି କ୍ୟାବିନେଟ ବୈଠକରେ କୋରାପୁଟର ୩ଟି ବ୍ଲକରେ ଥିବା ମେଗା ପାଇପ୍ ଲାଇନ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ ଦ୍ୱାରା ୨୬୮ ଗାଁର ୨ ଲକ୍ଷ ୮୦ ହଜାର ଲୋକ ଉପକୃତ ହେବେ । ଗୋପାଳପୁରରେ ଟାଟା ଲାଗି ଉଦ୍ଧିଷ୍ଟ ୨୯୭୦ ଏକରକୁ ଭାଗ କରାଯିବ। ସେଠାରେ ଥିବା ୧୨୩୫ ଏକର ଜମିକୁ ସିଜ୍ କରାଯିବ ଓ ବାକି ୧୭୩୫ ଏକର ଜମିରେ ସାଧାରଣ ଶିଳ୍ପ ଜମି ମାନ୍ୟତା ରହିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି। ଏତଦବ୍ୟତିତ ବିପିୟୁଟିର ପ୍ରୋ ଚାନ୍ସେଲର ପଦବୀ ଉଚ୍ଛେଦ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତି ନେଇଛନ୍ତି। ସବଅର୍ଡିନେଟ୍ ଫାଇନାନ୍ସ ସର୍ଭିସ ନିୟମରେ ହୋଇଥିବା ସଂଶୋଧନ ପ୍ରସ୍ତାବରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହର ମାରିଛନ୍ତି ।

ଏହାକୁ ବାଦ ଦେଲେ ସରକାର ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ଲାଗି ସରକାର ଜମି ଯୋଗାଇବେ। ନୟାଗଡ, ବୌଦ୍ଧ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାରେ ୮୮୧.୭୪୫ ଏକର ଜମି ମାଗଣାରେ ଦେବାକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ସେହିପରି ଅଦିମ ଓଆର ଜରପା ସଂଗଠନକୁ ଅଧା ମୂଲ୍ୟରେ ଜମି ଦେବାକୁ ନିଷ୍ପତି ନିଆଯାଇଛି ।  ରାଜ୍ୟ ସରକାର ଓପିଏସ୍‌ସି ରିପୋର୍ଟ ୨୦୧୧-୧୨ ଓ ୨୦୧୨-୧୩କୁ ମଂଜୁରୀ ଦେଇଛନ୍ତି।

 

 

Loading...
ONA

Leave a Reply

Top