କଂଗ୍ରେସ ଇସ୍ତାହାର କମିଟିରୁ ଶ୍ରୀକାନ୍ତ ବିଦା

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ଏକ ବଡ଼ ଧରଣର ପଦକ୍ଷେପ ନିଆଯାଇଛି । ଦଳର ଇସ୍ତାହାର କମିଟିର ଅଧ୍ୟକ୍ଷ ପଦରୁ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ବିଦା କରିଦିଆଯାଇଛି । ତାଙ୍କ ସ୍ଥାନରେ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରାଙ୍କୁ ନିଯୁକ୍ତ କରାଯାଇଛି । ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅନୁମୋଦନକ୍ରମେ ଏହି ପଦକ୍ଷେପ ନିଆଯାଇଛି । ଏଆଇସିସିରୁ ଜାରି ପ୍ରେସ ଇସ୍ତାହାରରେ ଏ ବିଷୟରେ ଆଜି ଦର୍ଶାଯାଇଛି ଯେ, ଶ୍ରୀକାନ୍ତ ଜେନାଙ୍କୁ ବିଦା କରାଯାଇ ଗଣେଶ୍ୱର ବେହେରାଙ୍କୁ ରଖାଗଲା । ଏହି ଇସ୍ତାହାର କମିଟିରେ ଅନ୍ୟ ୯ ଜଣଙ୍କୁ ସଦସ୍ୟ ଭାବେ ନିଆଯାଇଛି । ସଦସ୍ୟମାନେ ପ୍ରାୟ ପୂର୍ବପରି ରହିଛନ୍ତି । ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ, ସୁଦର୍ଶନ ଦାଶ, ଶ୍ୟାମସୁନ୍ଦର ହାସଦା, ମିସ ମାରି ସୁରିନ, ନଟବର ଖୁଣ୍ଟିଆ, ପ୍ରଫେସର ଲିଆକତ ଅଲ୍ଲି, ସତ୍ୟ ପ୍ରକାଶ ନାୟକ ସଦସ୍ୟ ଥିଲାବେଳେ ବିସ୍ମୟ ମହାପାତ୍ର କମିଟିର ଆବାହକ ଅଛନ୍ତି ।


କୁହାଯାଉଛି ବର୍ତମାନ ଦଳରେ ଯେଉଁ ବିଶୃଙ୍ଖଳା ସୃଷ୍ଟି ହୋଇଛି ତାହା ପଛରେ ଶ୍ରୀକାନ୍ତଙ୍କ ପ୍ରଚ୍ଛନ୍ନ ହାତ ଥିବା ଅଭିଯୋଗ ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି । ଆଗକୁ ତାଙ୍କ ବିରୋଧରେ ଆହୁରି କଠୋର କାର୍ଯ୍ୟାନୁଷ୍ଠା ନିଆଯିବାର ସମ୍ଭାବନା ରହିଛି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି । ଦଳ ଶୃଙ୍ଖଳିତ ଭାବେ ଚାଲିଥିଲା ବେଳେ ଅସ୍ଥିରତା ସୃଷ୍ଟି ହେବା ପଛରେ ଶ୍ରୀକାନ୍ତଙ୍କୁ ଦାୟୀ କରାଯାଉଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here