ଏସଆରସି ରିପୋର୍ଟ : ଅଦିନିଆ ବର୍ଷାରେ ୬ ଜିଲ୍ଲାରେ ବେଶୀ କ୍ଷତିଗସ୍ତ, ୩ଜଣଙ୍କର ମୃତ୍ୟୁ

ଭୁବନେଶ୍ବର : କାଳବୈଶାଖୀ ଜନିତ ଅଦିନିଆ ବର୍ଷା ଯୋଗୁଁ ୬ଟି ଜିଲ୍ଲାରେ ସବୁଠି ଅଧିକ କ୍ଷୟକ୍ଷତି ହୋଇଛି । ବରଗଡ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । କାଳବୈଶାଖୀ ବର୍ଷାରେ ୩ଜଣଙ୍କର ମୃତ୍ୟୁ ବି ହୋଇଛି । ବାଲେଶ୍ବର ଓ ବରଗଡରେ ଗଛ ପଡି ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୟୁରଭଞ୍ଜରେ କାନ୍ଥ ପଡି ଜଣଙ୍କର ମୃତ୍ୟୁ ହୋଇଛି । ଅଦିନିଆ ବର୍ଷା ଓ କାଳବୈଶାଖୀ କ୍ଷୟକ୍ଷତି ଜନିତ ପ୍ରାଥମିକ ରିପୋର୍ଟ ଆସିବା ପରେ ଏହି ସୂଚନା ଦେଇଛନ୍ତି ଡେପୁଟି SRC ପ୍ରତାପ ରଞ୍ଜନ ମହାପାତ୍ର । ମୟୁରଭଞ୍ଜ ଜିଲ୍ଲାରେ ଘରଭଙ୍ଗା ସହାୟତା ୫ଲକ୍ଷ ୩୧ ହଜାର ୨ଶହ ଟଙ୍କା ପ୍ରଦାନ କରାଯାଇଛି । ଅନ୍ୟ ଜିଲ୍ଲାର ଜିଲ୍ଲାପାଳ ରିପୋର୍ଟ ଦେଲେ ସହାୟତା ଦିଆଯିବ ବୋଲି ଡେପୁଟି SRC ସୂଚନା ଦେଇଛନ୍ତି । ୨୦୧୭ ରୁ ୩୧ ମାର୍ଚ୍ଚ ୨୦୧୮ ସୁଦ୍ଧା ବଜ୍ରପାତରେ ୪୫୬ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ମୃତକଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି । କିଭଳି ଆହୁରି ପୂର୍ବରୁ ବଜ୍ରପାତର ନେଇ ସତର୍କ ସୂଚନା ମିଳିପାରିବ ସେ ନେଇ IIT ପୁନେ ଓ IIT ଖଡଗପୁର ସହ ଆଲୋଚନା କରୁଛନ୍ତି ରାଜ୍ୟ ସରକାର