ପର୍ଯ୍ୟାପ୍ତ ରିଲିଫ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର : ସାମୁଦ୍ରିକ ଘୂଣ୍ଣିଝଡ ତିତଲିର ମୁକାବିଲାରେ ପ୍ରଶାସନିକ ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ସମୀକ୍ଷା କରିଛନ୍ତି । ସମୀକ୍ଷାରୁ ଜଣାଯାଇଛି ଯେ, ସାମୁଦ୍ରିକ ଘୂଣ୍ଣିଝଡ ତିତଲି ଆଜି ସକାଳ ୪.୩୦ରୁ ୫.୩୦ ମଧ୍ୟରେ ପାଲସା ନିକଟରେ ଲ୍ୟାଣ୍ଡଫଲ କରିଛି । ଗତକାଲି ସୁଦ୍ଧା ରାଜ୍ୟର ପରବର୍ତ୍ତୀ ଜିଲ୍ଲା ଗୁଡିକର ତଳିଆ ଅଞ୍ଚଳରୁ ୩ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ସେମାନଙ୍କୁ ୧୧୧୨ଟି ରିଲିଫ କ୍ୟାମ୍ପରେ ସୁରକ୍ଷିତ ରଖାଯାଇ ରିଲିଫ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ସାମୁଦ୍ରିକ ଘୂଣ୍ଣିଝଡରେ କହି ମୃତ୍ୟୁମୁଖରେ ପଡିଥିବାର ସୂଚନା ମିଳିନାହିଁ । ଏହି ସାମୁଦ୍ରିକ ଝଡ ଓଡିଶା ମଧ୍ୟଦେଇ ପଷ୍ଚିମବଙ୍ଗ ଆଡକୁ ଯିବାର ସମ୍ଭାବନା ଥିବାରୁ ପରିସ୍ଥିତି ଉପରେ ନଜର ରଖାଯିବା ସହିତ ସଂପୂଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ପରିସ୍ଥିତି ଉପରେ ନଜର ରଖି ପର୍ଯ୍ୟପ୍ତ ପରିମାଣରେ ରିଲିଫ ଯୋଗାଇ ଦେବାପାଇଁ ୁଂଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟାନ୍ୟ ଜିଲ୍ଲା ଅପେକ୍ଷା ଗଜପତି ଜିଲ୍ଲା ଅପେକ୍ଷାକୃତ ଅଧିକ ପ୍ରଭାବିତ ହୋଇଛି । ଏହା ଯୋଗୁଁ କେତେକ ଜିଲ୍ଲାରେ ୧୦୦ ମିଲିମିଟର ବର୍ଷା ହୋଇଛି । ପଶ୍ଚିମ ଓଡିଶା ବ୍ୟତିତ ଅନ୍ୟନ୍ୟ ଜିଲ୍ଲାମାନଙ୍କରେ ବର୍ଷା ହେବାର ସମ୍ଭାବନା ରହିଛି । କ୍ଷତିଗ୍ରସ୍ତ ଅଞ୍ଚଳରେ ବିଦ୍ୟୁତ ସରବାହ, ପାନୀୟ ଜଳେଯାଗଣ ଓ ସଡକ ଯୋଗାଯୋଗ ଆଦି ଜରୁରୀ ସେବାକାର୍ଯ୍ୟକୁ ତୁରନ୍ତଚ ପୁନଃସ୍ଥାପିତ କରିବା ପାଇଁ ମୁଖ୍ୟମନ୍ତରୀ ନିର୍ଦ୍ଦେଶ ଦେଇଛନ୍ତି । ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀକୁ ମଧ୍ୟ ମୁତୟନ କରାଯାଇଛି । ପ୍ରଭାବିତ ଅଞ୍ଚଳରେ ରିଲିଫ ବ୍ୟବସ୍ଥା କରିବା ପାଇଁ ୁଂଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ଏବଂ ପାଣିପାଗ ବିଭାଗର ନିର୍ଦ୍ଦେଶକ ଉପସ୍ଥିତ ଥିଲେ ।

ମତାମତ ଦିଅନ୍ତୁ

Please enter your comment!
Please enter your name here