ଦାମଙ୍କୁ ସୌମ୍ୟଙ୍କ ଶୃଙ୍ଖଳା ଜ୍ଞାନ

????????????????????????????????????
https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର, ଓଡିଶା ରାଜନୀତିରେ ଏବେ ନୂଆ ନୂଆ ଦିଗ ପଦାକୁ ଆସିବାରେ ଲାଗିଛି । ତୁଣ୍ଡ ଉପରେ ଲଗାମ ନ ଦେବା ଫଳରେ ଶେଷରେ ଡା. ଦାମଦୋର ରାଉତ ବିଜେଡିରୁ ବହିଷ୍କୃତ ହେବାକୁ ପଡିଛି । ତାଙ୍କର ବହିଷ୍କାରକୁ ନେଇ ବହୁ ଆଲୋଚନା ଓ ପଯ୍ୟଲୋଚନା ଚାଲିଛି । ଏହି ଦିଗରେ ବିଜେଡି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଡା. ରାଉତଙ୍କୁ ଶୃଙ୍ଖଳାର ପାଠ ପଢାଇଛନ୍ତି । ଦାମବାବୁଙ୍କୁ ବହିଷ୍କାର କରିବା ଛଡା ଦଳର ସଭାପତିଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ଥିଲା କି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ଗୋଟିଏ ରାଜନୈତିକ ଦଳ କିଭଳି ଚାଲେ ଓ ଦଳକୁ ନେତୃତ୍ୱ ଦେବା ପାଇଁ ସର୍ବନିମ୍ନ ଆବଶ୍ୟକତା ହେଲା ଶୃଙ୍ଖଳା ଓ ଦଳୀୟ ମନୋଭାବର ପରିଚାୟକ । ଏହା ଆଚରଣ ଓ ଉଚାରଣରେ ପରିପ୍ରକାଶ କରିବା କଥା । ତାହା ହେଉଛି ଶୃଙ୍ଖଳା ପ୍ରତି ପ୍ରତିବଦ୍ଧତା । ମୁଁ ଭାବୁଛି ଦାମବାବୁଙ୍କ ଭଳି ଜଣେ ବ୍ୟକ୍ତି ସଂପର୍କରେ ମନ୍ତବ୍ୟ ଦେବା ଠିକ ହେବ ନାହିଁ । କିନ୍ତୁ ସେ ବିଗତ ବର୍ଷମାନଙ୍କରେ ଓ ବିଗତ ଦିନମାନଙ୍କରେ ଯେଉଁ ଭଳି ଭୂମିକା ନିଭେଇଲେ ସେଥିରେ ଯେକୌଣସି ଦଳପତିଙ୍କ ପାଇଁ ଗୋଟିଏ ଆହ୍ୱାନ ଦେଇଥିଲା । ଏଣୁ ତାଙ୍କୁ ବହିଷ୍କାର ଛଡା ଅନ୍ୟ କିଛି ବାଟ ନଥିଲା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ସେ ଆହୁରି କହିଛନ୍ତି, ଦାମବାବୁ ଯେଉଁ ପ୍ରଶ୍ନ ଉଠାଉଛନ୍ତି ସେହି ପ୍ରଶ୍ନଗୁଡିକୁ ଦଳୀୟ ଫୋରମରେ ଉଠାଇବାରେ କିଛି ଅସୁବିଧା ନଥିଲା । ଯଦି ଦଳୀୟ ଫୋରମରେ ଉଠାଇଲା ପରେ ତାଙ୍କର ମନ ମାନିନଥାନ୍ତା ବା ସେ ସନ୍ତୁଷ୍ଟ ହୋଇନଥାନ୍ତେ ତେବେ ତାହା ଭିନ୍ନ କଥା । ଦୁର୍ନୀତି ବିରୋଧରେ, ବିଜେଡି ଦଳ ଚାଳନା ସଂପର୍କରେ ସେ ଯାହା କିଛି କହୁଛନ୍ତି ତାହାକୁ ଏଭଳି ଢଙ୍ଗରେ ପ୍ରକାଶ୍ୟରେ ଉପସ୍ଥାପିତ କଲେ ତାହା ସାଧାରଣ ଭାବେ ଦଳୀୟ ଲୋକେ ଗ୍ରହଣ କରିବେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here