ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧୀଙ୍କ ଜନ୍ମ ଦିବସ ପାଳନ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଭୁବନେଶ୍ୱର ଜିଲା କଂଗ୍ରେସ କାର୍ଯ୍ୟାଳୟରେ ସୋନିଆ ଗାନ୍ଧୀଙ୍କ ଜନ୍ମ ଦିବସ ଓ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀ, ପିସିସି ଗଣମାଧ୍ୟମର ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରକାଶ ନାୟକ ଓ ଭୁବନେଶ୍ୱର ଜିଲ୍ଲା କର୍ମକର୍ତାମାନେ କେକ୍ କାଟି ସୋନିଆ ଗାନ୍ଧୀଙ୍କ ଜନ୍ମଉତ୍ସବ ପାଳନ କରିଥିଲେ । ଏହି ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏହି ମିଶ୍ରଣ ପର୍ବରେ ଜିଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧରୀ ଓ ଶ୍ରୀ ସତ୍ୟପ୍ରକାଶ ନାୟକ ଅନ୍ୟଦଳର କର୍ମୀମାନଙ୍କୁ ପୁଷ୍ପଗୁଛ ଓ ଉତରୀୟ ଦେଇ ସ୍ୱାଗତ କରିବା ସହ କଂଗ୍ରେସ ଦଳରେ ଗ୍ରହଣ କରିନେଇଛନ୍ତି । କଂଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀଙ୍କ ନେତୃତ୍ୱକୁ ସମର୍ଥନ ଜଣାଇ କଂଗ୍ରେସ ଦଳରେ ମିଶିଥିବା କର୍ମୀବୃନ୍ଦ ସୁଭ୍ରଜ୍ୟୋତି ଲେଙ୍କା, ପି ଶ୍ରୀନିବାସ ପୃଷ୍ଟି, ଆଦିତ୍ୟ କୁମାର ଲେଙ୍କା, ସୌମ୍ୟ ରଞ୍ଜନ ଦାସ, ଲୋକନାଥ ବାରିକ, ସନ୍ତୋଷ ବିଶୋଇ, ସଂନ୍ଧ୍ୟାରାଣୀ ପ୍ରଧାନ ପ୍ରମୁଖଙ୍କ ସହ ତାଙ୍କ ସମର୍ଥକ ମାନେ ପ୍ରକାଶ କରିଛନ୍ତି । ସୋନିଆ ଗାନ୍ଧୀଙ୍କ ଜନ୍ମ ଦିବସ ଓ ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ରଶ୍ମି ମହାପାତ୍ର, ମୋହନ ଜେନା, ସୁବତ୍ର ମହାପାତ୍ର, ଦୀପକ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ଆଶିଷ ମଲ୍ଲିକ, ଅଶୋକ ଦାସ, ଦେବେନ୍ଦ୍ର ମହାନ୍ତି, ଶ୍ରିୟା ମହାନ୍ତି, ମିଟୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।