ଟାଇଗରଙ୍କୁ ଲୁଚି ଲୁଚି ଦେଖନ୍ତି ସୋନମ

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବଲିଉଡର ଚୁଲବୁସି କୁଇନ ସୋନମ କପୁର । ସେ ତାଙ୍କ ଫିଲ୍ମ ପାଇଁ ନୁହେଁ କି ନିଜର କୌଣସି କଣ୍ଟରର୍ଭସି ପାଇଁ ନୁହେଁ । ଏଥର ସେ ଚର୍ଚ୍ଚାକୁ ଆସିଛନ୍ତି ନିଜର ଏକ ମଜଳିଆ କାରଣରୁ । ସେ ଲୁଚି ଲୁଚି ଏକ ଅଭିନେତାଙ୍କୁ ଦେଖନ୍ତି ବୋଲି କହି ଖୁବ ଚର୍ଚ୍ଚାକୁ ଆସିଛନ୍ତି । ସେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ସେ ଇନଷ୍ଟାଗ୍ରାମରେ ଟାଇଗର ଶ୍ରଫ୍ଙ୍କୁ ଲୁଚି ଲୁଚି ଦେଖନ୍ତି ବୋଲି କହିଛନ୍ତି । ତାଙ୍କୁ ଟାଇଗର ଶ୍ରଫଙ୍କ ଷ୍ଟାଇଲ ଓ ଅନ୍ଦାଜ ଖୁବ ପସନ୍ଦ କରନ୍ତି । ନିକଟ ଅତୀତରେ କଫି ଉଇଥ କରଣରେ କପୁର ଭାଇ ଭଉଣୀଙ୍କୁ ଦେଖିବାକୁ ମିଳିଥିଲା । କରଣଙ୍କ ସହ ସମୟ କାଟିବାକୁ ମଞ୍ଚରେ ଉପସ୍ଥିତ ହୋଇଥିଲେ ସୋନମ କପୁର, ରେହା କପୁର ଓ ହର୍ଷବଦ୍ଧନ କପୁର । କରନ ତାଙ୍କ ଶୋ ରେ ଏକ ରାପିଡ ଫାୟାରରେ ରେହାଙ୍କୁ ପ୍ରଶ୍ନ କରିଥିଲେ ଯେ ତାଙ୍କୁ କେଉଁ ଅଭିନେତାଙ୍କୁ ଭଲ ଲାଗେ । ଏହି ପ୍ରଶ୍ନର ଉତ୍ତର ରେହା ଦେବା ପୂର୍ବରୁ ସୋନମ କହିଥିଲେ ଯେ ମୋତେ ଟାଇଗର ଶ୍ରଫ ଭଲ ଲାଗନ୍ତି ବୋଲି । ଏଥିସହ ସୋନମନ ଆହୁରି କହିଥିଲେ ଯେ, ମୋତେ ଟାଇଗରଙ୍କ ଓ୍ବାର୍କଆଉଟ ଏବଂ ଡ୍ୟାନ୍ସି ଭିଡିଓ ବହୁତ ଭଲ ଲାଗେ ବୋଲି ମଧ୍ୟ ସୋନମ କହିବାକୁ ପଛାଇ ନଥିଲେ । ।

ଏବିସିଡି-୩ ରେ ସାରା, ମଚାଇବେ ଧୁମ୍

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here