ପ୍ରଥମେ ସୋନାଲୀ, ପରେ ଅନୁଷ୍କାଙ୍କ ଏବେ ପାଳି ପ୍ରିୟଙ୍କା ଚୋପଡାଙ୍କର, ଭାଇରାଲ ହେଲା ପ୍ରିୟଙ୍କାଙ୍କ ରୋଗ..

ମୁମ୍ବାଇ, ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପଡାଙ୍କ କହିବା ମୁତାବକ ତାଙ୍କୁ ଆସ୍ଥମା ରୋଗ ଅଛି ଏବଂ ଏଥିରେ ଲୁଚେଇବାର କୌଣସି କାରଣ ନାହିଁ । ଟ୍ୱିଟର ଜରିଆରେ ସେ ଏକ ବିଜ୍ଞାପନ ସେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଆସ୍ଥମା ରୋଗ ଚାହିଁଲେ ଭି ଆପଣଙ୍କ ଭବିଷ୍ୟତକୁ ରୋକିପାରିବ ନାହିଁ । ସେ ଆହୁରି କହିଛନ୍ତି , ମୋତେ ଜାଣିଥିବା ଲୋକ କିମ୍ବା ମେ।। ସଂପର୍କୀୟ ଭଲ ଭାବେ ଜାଣନ୍ତି ଯେ ମୋର ଆସ୍ଥାମା ରୋଗ ଅଛି ବୋଲି । ତେବେ ଆସ୍ଥମା ରୋଗ ମୋତେ ଦବାଇ ପୂର୍ବରୁ ମୁଁ ଆସ୍ଥମା କାବୁ କରିନେବାକୁ ଚାହେଁ । ଯେପଯ୍ୟନ୍ତ ମୋ ପାଖରେ ଇନହେଲର ଅଛି ସେ ପଯ୍ୟନ୍ତ ମୋର ଲକ୍ଷ ଯାଏଁ ପହଁଞ୍ଚିବାରେ କେହି ରୋକିପାରିବେ ନାହିଁ ।
ପ୍ରିୟଙ୍କା ବର୍ତ୍ତମାନ ଆଭିନେତା ଫରହାନ ଅଖତର ଓ ଜାୟରା ବସୀମଙ୍କ ସହ “ଦ ସ୍କାଇ ଇଜ ପିଙ୍କ” ଫିଲ୍ମ ସୁଟିଂ କରୁଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ନେଇଛନ୍ତି ସୋନାଲୀ ଘୋଷ । ମୁମ୍ବାଇ, ଦିଲ୍ଲୀ, ଲଣ୍ଡନ ଓ ଆଣ୍ଡାମାନ ପ୍ରମୁଖ ସ୍ଥାନରେ ସୁଟିଂ ହୋଇଛି । ଖବର ମୁତାବକ, “ଦ ସ୍କାଇ ଇଜ ପିଙ୍କ” ଆୟଶା ଚୌଧୁରୀ ଜୀବନୀ ଉପରେ ଆଧାରିତ ।

LEAVE A REPLY

Please enter your comment!
Please enter your name here