You are here
Home > ବଡ଼ଖବର > ଚୁଟିକଟାର ଭିଡିଓ ଛାଡ଼ିଲେ ସୋନାଲି

ଚୁଟିକଟାର ଭିଡିଓ ଛାଡ଼ିଲେ ସୋନାଲି

ଭୁବନେଶ୍ୱର: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ହାଇଗ୍ରେଡ୍ କ୍ୟାନସରରେ ପୀଡ଼ିତ ହୋଇ ଏବେ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି । ଏବେ ସେ ତାଙ୍କ ଚିକିତ୍ସା ସମ୍ପର୍କରେ ଏକ ଭିଡିଓ ପଠାଇଛନ୍ତି । ଯେଉଁଥିରେ ତାଙ୍କର ଦୀର୍ଘ କେଶକୁ ଏକ ପାର୍ଲର୍ରେ ଛୋଟ କରାଯାଉଛି । ଏହା ତାଙ୍କ ଚିକିତ୍ସା ପାଇଁ ଆବଶ୍ୟକ ବୋଲି ଦର୍ଶାଇଛନ୍ତି । ତାଙ୍କ ସହ ତାଙ୍କ ସ୍ୱାମୀ ମଧ୍ୟ ପାର୍ଲର୍ରେ ଉପସ୍ଥିତ ଅଛନ୍ତି । ଏହି ଚୁଟି ଛୋଟ କରିବା ସମୟର ଭିଡିଓ ପଠାଇ ସେ ତାଙ୍କ ଶୁଭେଚ୍ଛୁ ଓ ଦର୍ଶକମାନଙ୍କୁ ଜଣାଇବାକୁ ଚାହିଁଛନ୍ତି ଏହା ତାଙ୍କ ଚିକିତ୍ସା ପାଇଁ ଆବଶ୍ୟକ ରହିଛି । ସେ ସବୁ ବିଷୟ ଏବେ ତାଙ୍କ ଶୁଭେଚ୍ଛୁମାନଙ୍କ ସହ ସେୟାର କରିବାକୁ ଚାହିଁଛନ୍ତି । ତାଙ୍କୁ କ୍ୟାନସର ହେବା ନେଇ ଖବର ସେ ପ୍ରସାରିତ କରିବା ପରେ ଯେତେ ସଂଖ୍ୟାରେ ଶୁଭେଚ୍ଛୁ ତାଙ୍କ ଶୁଭକାମନା ଦେଇ ଚାଲିଛନ୍ତି ସେଥିପାଇଁ ସେ ବେଶ୍ ଅଭିଭୁତ ହୋଇପଡ଼ି ସବୁ କଥା ତାଙ୍କ ଚିକିତ୍ସା ସମ୍ପର୍କରେ ଲୋକଙ୍କୁ ଜଣାଇବାକୁ ଉଦ୍ୟମ କରୁଛନ୍ତି ।
ତାଙ୍କ ଚୁଟିକଟାର ଭିଡିଓ ସହ କିଛି ଲେଖା ମଧ୍ୟ ଛାଡ଼ିଛନ୍ତି । ତାଙ୍କର ଅତି ପ୍ରୀୟ ଲେଖକଙ୍କ ବାଣୀକୁ ଉଦ୍ଦୃତ କରି ସୋନାଲି କହିଛନ୍ତି ଆମ କେତେ ସାହଶୀ ସେପର୍ଯ୍ୟନ୍ତ ଆମେ ଅନୁଭବ କରିପାରି ନଥାଉ ଯେ ପର୍ଯ୍ୟନ୍ତ ଆମ ଭିତରେ ଲୁକାୟିତ ହୋଇ ରହିଥିବା ଶକ୍ତିକୁ ବାହାରକୁ ଆଣିବାକୁ ବାଧ୍ୟ ହୋଇ ନଥାଉ । ଦୁର୍ଘଟଣା ହେଉ କି ଯୁଦ୍ଧ ସମୟରେ ଆବଶ୍ୟକ ପଡ଼ିଲେ ଲୋକେ ଚକିତ ହେଲା ଭଳି କାର୍ଯ୍ୟ କରିଥାଏ । ମଣିଷ ନିଜକୁ ବଞ୍ଚାଇ ରଖିବା ପାଇଁ କ୍ଷମତାର ଅଦ୍ଭୁତ ପାରାକାଷ୍ଟା ଦେଖାଇଥାଏ । ସୋନାଲି ଆହୁରି ଉଲ୍ଲେଖ କରିଛନ୍ତି ଗତ କିଛି ଦିନ ହେଲା ମୁଁ ବିଭିନ୍ନ ପ୍ରାନ୍ତରରୁ ଲୋକଙ୍କଠାରୁ ଯେପରି ଭଲପାଇବା ପାଇଛି ତାହା ମୋତେ ଅଭିଭୂତ କରିଛି । ବିଶେଷ କରି ଯେଉଁ କ୍ୟାନସର ପୀଡ଼ିତମାନେ ସେମାନଙ୍କ ସେମାନଙ୍କ ଅଭିଜ୍ଞତା ସମ୍ପର୍କରେ ମୋତେ ଜଣାଇଛନ୍ତି ସେମାନଙ୍କ ନିକଟରେ ମୁଁ କୃତଜ୍ଞ । ଏହା ଆପଣଙ୍କର ନିଜସ୍ୱ ଅଭିଜ୍ଞତା ହେଇଥାଉ କି ମୋ ପ୍ରତି ଭଲ ପାଇବା ହେଇଥାଉ ଯେଉଁ କ୍ୟାନସର ସମ୍ପର୍କରେ ମୋତେ ଜଣାଇଛନ୍ତି ତାହା ମୋର ଚିକିତ୍ସା ପାଇଁ ଔଷଧଠାରୁ ଅଧିକ ଶକ୍ତି ଓ ସାହସ ଯୋଗାଇଛି । ଏବେ ଭାବୁଛି ମୁଁ ଏକା ନୁହେଁ ମୋ ଭଳି ଆହୁରି ଅନେକ ଏଭଳି ଅଛନ୍ତି । ପ୍ରତ୍ୟେକ ଦିନ ସେମାନଙ୍କର ଚ୍ୟାଲେଞ୍ଜ ଓ ସଫଳତାର ବାର୍ତ୍ତା ଆସିବାରେ ଲାଗିଛି । ମୁଁ ଏବେ ଚେଷ୍ଟା କରୁଛି ଏକ ସକାରାତ୍ମକ ଭାବନା ନେଇ କାର୍ଯ୍ୟ କରିବି । ମୋର ଏହି ଯାତ୍ରା ସମ୍ପର୍କରେ ଅବଗତ କରାଉଛି । ଏହା ମୋତେ ମନେ ପକାଇ ଦେଉଛି ସବୁ କିଛି ଶେଷ ହୋଇନାହିଁ, ଯାହାକି ମନରେ ଆଶା ସଞ୍ଚାର କରୁଛି ବୋଲି କହିଛନ୍ତି । ଅତି ଭାବାବେଗର ସହ ସୋନାଲି ତାଙ୍କ କଥା ଉଲ୍ଲେଖ କରିଛନ୍ତି ।

ଏଭଳି ସାହାଶୀ କୋଚିତ୍ ମିଳିବେ: ଅନୁ ଚୌଧୁରୀ

ସୋନାଲିଙ୍କ ଏହି ଭିଡିଓକୁ ନେଇ ଓଲିଉଡ ଭିନେତ୍ରୀ ଅନୁ ଚୌଧୁରୀ ଗଣମାଧ୍ୟମକୁ କହିଛନ୍ତି ଯେତେବେଳେ ଏହି ଖବର ଆସିଲା ଓ ସୋନାଲି ନିଜେ ଟ୍ୱିଟ କରି ଜଣାଇଲେ ସେତେବେଳେ ଏହା ସମସ୍ତଙ୍କୁ ଚକିତ କରିଥିଲା । ଆଜିର ଦିନରେ କହିବାକୁ ଗଲେ କେତେବେଳେ କାହାର କ’ଣ ହେଉଛି । ମୁଁ ଭାବୁଛି ତାଙ୍କର ଯେଉଁ ଦୃଢ଼ ଇଚ୍ଛାଶକ୍ତି ଓ ମନବଳ ଅଛି ସେ ଏ ରୋଗକୁ ମୁକାବିଲା କରିବା ପାଇଁ ସାହାସ ଅଛି । ସୋନାଲି କହିବାକୁ ଚାହିଁଛନ୍ତି ଯାହାବି ହେଉଛି ମୁଁ ତାକୁ ମୁକାବିଲା କରିବି । ଏହା ତାଙ୍କ ପାଇଁ ଏକ ବଡ଼ ପଦକ୍ଷେପ । ଏପରି କି ସେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି । ଏତେବଡ଼ ଗୁରୁତର ରୋଗରେ ପୀଡ଼ିତ ହୋଇ ମଧ୍ୟ ଲୋକମାନଙ୍କୁ ନିର୍ଭୟରେ ବାର୍ତ୍ତା ଦେଉଛନ୍ତି, ଡରିଯାଅନି ମୁକାବିଲା କର । ସୋଶାଲ ମିଡିଆ ମାଧ୍ୟମରେ ସେ ଯେଉଁ ବାର୍ତ୍ତା ଲୋକମାନଙ୍କୁ ପଠାଇଛନ୍ତି ସେଥିରେ କହୁଛନ୍ତି ଡରିବା ଦରକାର ନାହିଁ ମୁକାବିଲା କର । ବହୁତ ଲୋକ ଅଛନ୍ତି ପ୍ରଥମେ ଭାଙ୍ଗି ପଡ଼ନ୍ତି । ସେ କିନ୍ତୁ ସାହାସ ସଞ୍ଚୟ କରି ସୋଶାଲ ମିଡିଆରେ ମତ ରଖିଛନ୍ତି ଏବଂ କହୁଛନ୍ତି ତାଙ୍କୁ ଚୁଟି ଛୋଟ କରିବା ପାଇଁ ପଡ଼ିଲା । ସବୁଠାରୁ ବଡ଼ କଥା ହେଉଛି ସେ ମୁକାବିଲା କରିବା ପାଇଁ ସାହସ ସଞ୍ଚୟ କରିଛନ୍ତି । ସେ କହିବାକୁ ଚାହିଁଛନ୍ତି ଜୀବନରେ ବହୁ ଘାତ ପ୍ରତିଘାତ ଆସିବ କିନ୍ତୁ ସେଥିରେ ଭାଙ୍ଗି ନ ପଡ଼ି ମୁକାବିଲା କରିବା ଦରକାର । ବହୁତ ଲୋକ ଅଛନ୍ତି କ୍ୟାନସରରୁ ଭଲ ହୋଇ ଆସିଛନ୍ତି । ସେମାନେ ନିଶ୍ଚୟ ମନବଳ ସୁଦୃଢ଼ କରିଥିବେ ଓ ସବୁବେଳେ ସାକାରାତ୍ମକ ଭୂମିକା ଗ୍ରହଣ କରୁଥିବେ ବୋଲି ଅନୁ ଚୌଧୁରୀ କହିଛନ୍ତି ।

Loading...
ONA

Leave a Reply

Top