ରୋଗ ପାଇଁ ଲଣ୍ଡା ହେଲେ ସୋନାଲି

ଭୁନନେଶ୍ୱର: ହାଇବ୍ରିଡ କ୍ୟାସନରେ ପୀଡିତ ହୋଇ ନ୍ୟୁୟର୍କ ଚିକିତ୍ସିତ ହେଉଥିôବା ସୁନାମାଧନ୍ୟା ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ରବିବାର ବିଶ୍ୱବକ୍ତୃତ୍ୱ ଦିବସ ଅବସରରେ ତାଙ୍କର ଅନ୍ୟ ବଲିଉଡ ବାନ୍ଧବିଙ୍କ ସହ ମିଶି ଫଟୋ ଉଠାଇ ନିଜ ଫେସବୁକରେ ସେୟାର କରିଛନ୍ତି । ଏହି ଫଟୋ ଭାଇରାଲ ହେଲାପରେ ଜଣାପଡ଼ିଛି ସୋନାଲି ଏବେ ସମ୍ପୂର୍ଣ୍ଣ ଲଣ୍ଡା ହୋଇଛନ୍ତି । ପୂର୍ବରୁ ଯେତେବେଳେ ସେ ତାଙ୍କ ଚୁଟି କାଟିିକି ଛୋଟ କରିଥିଲେ ଏଥିନେଇ ସେ ବସିଥିବା ପାର୍ଲର ଫଟୋ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଛାଡ଼ିଥିଲେ । ସୋନାଲି କ୍ୟାନସରରେ ପୀଡ଼ିତ ହୋଇଥିବା ବିଷୟକୁ ନ ଲୁଚାଇ ପ୍ରତ୍ୟେକ ବିଷୟ ଫେସବୁକରେ ତାଙ୍କ ଶୁଭେତ୍ସୁଙ୍କ ସହ ସେୟାର କରିବାକୁ ଲାଗିଛନ୍ତି । ପୂର୍ବରୁ ସେ କହିଥିଲେ ଆଜି କ୍ୟାନସର ଭଳି ରୋଗ ସହିତ ସେ ଲଢ଼େଇ କରିବାର ଯେଉଁ ସାହସ ପାଇଛନ୍ତି ତାହା କେବଳ ତାଙ୍କର ଶହଶହ ସଂଖ୍ୟାର ଶୁଭେତ୍ସୁ ଓ ପ୍ରଶଂସକଙ୍କ ପାଇଁ ସମ୍ଭବ ହୋଇଛି । ପରିବାର ଲୋକେ ମଧ୍ୟ ତାଙ୍କ ସହ ଅଛନ୍ତି ।
ଏବେ ବନ୍ଧୁତ୍ୱ ଦିବସ ଅବସରରେ ଏକାଠି ମିଶି ମଜା କରୁଥିବାର ଫଟୋ ସେ ସେୟାର କରିବା ଅବସରରେ ତାଙ୍କ ପ୍ରତିକୟା ରଖିଛନ୍ତି । ରବିବାର ବନ୍ଧୁତ୍ୱ ଦିବସରେ ତାଙ୍କ ପାଖରେ ଯାଇ ପହଞ୍ôଚଛନ୍ତି ସୁଶାନି ଖାନ, ଗାୟତ୍ରି ଓବ୍ରାଇ ଓ ହ୍ରିତିକ ରୋସନ । ଏହି ବନ୍ଧୁମାନେ ତାଙ୍କ ପାଖରେ ପହଞ୍ôଚ ମନୋବଳକୁ ବୃଦ୍ଧି କରିଛନ୍ତି ଏବଂ ଶକ୍ତି ଯୋଗାଇଛନ୍ତି । ହ୍ରିତିକ ମଧ୍ୟ ସୋନାଲିଙ୍କ ଏହି ଫଟୋ ପାଇଁ ତାଙ୍କୁ ସାବାସି ଦେଇଛନ୍ତି । ଲଣ୍ଡା ହୋଇଥିଲେ ବି ସେ ତାଙ୍କ ଫଟୋକୁ ଲୁଚାଇ ନାହାଁନ୍ତି । ସୋନାଲିଙ୍କୁ ଜଣେ ଲଢ଼ୁଆ ରାଜକୁମାରୀ ଭାବରେ ସିନେ ତାରକା ଆଲିଆ ଭଟ୍ଟ, ରବିନା ଟଣ୍ଡନ, ଫାରା ଖାନ ପ୍ରମୁଖ ଅଭିହିତ କରିଛନ୍ତି । ସୋନାଲିଙ୍କ ସହ ଥିବା ସୁଶାନି ଖାନ ଲେଖିଛନ୍ତି ମୋ ଲଢ଼ୁଆ ରାଜକୁମାରୀଙ୍କୁ ବହୁତ ଭଲ ପାଏ । ତାଙ୍କର ଭିତର ବାହାର ବହୁ ସୁନ୍ଦର । ଏହିପରି ଅନେକ ଶୁଭେଚ୍ଛୁ ଓ ତାଙ୍କ ବନ୍ଧୁମାନେ ମତରଖିଛନ୍ତି ।
୪୩ ବର୍ଷୀୟା ଏହି ଚଳଚ୍ଚିତ୍ର ତାରକା କ୍ୟାନସରରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଛନ୍ତି । ସେ ତାଙ୍କ ବନ୍ଧୁ ଓ ପରିବାର ସହ ସାକାରାତ୍ମକ ମନୋଭାବ ନେଇ କାର୍ଯ୍ୟ କରୁଛନ୍ତି । ରୋଗ ସହ ଲଢ଼େଇ କରିବା ପାଇଁ ତାଙ୍କୁ ପ୍ରୋତ୍ସାହନ ମିଳୁଛି ବୋଲି ସେ ଦର୍ଶାଛନ୍ତି । ଏହାକୁ ନେଇ ସେ ବହୁତ ଖୁସୀ । ଲୋକମାନେ ତାଙ୍କୁ ସାହାସ ଓ ଶକ୍ତି ଯୋଗାଉଛନ୍ତି । ସେ ତାଙ୍କର ପ୍ରତ୍ୟେକ ମୁହୂର୍ତ୍ତକୁ ଖୁସିରେ ରଖିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । କିଛି ସମୟ ପାଇଁ ତାଙ୍କୁ କଷ୍ଟ ହେଉଛି ଏବଂ ଦୂର୍ବଳ ଲାଗୁଛି । କିନ୍ତୁ ସେ ଯାହା ଭଲ ଲାଗୁଛି ତାହାହିଁ କରୁଛନ୍ତି । ଯେଉଁମାନେ ତାଙ୍କୁ ଭଲ ପାଉଛନ୍ତି ଏବଂ ତାଙ୍କ ସହ ସମୟ ବିତାଉଛନ୍ତି ସେମାନଙ୍କ ସହ ରହିବା ପାଇଁ ସେ ଉଦ୍ୟମ କରୁଛନ୍ତି । ଏହାଦ୍ୱାରା ତାଙ୍କୁ ବହୁ ଉତ୍ସାହ ମିଳିଛି । ବନ୍ଧୁ ଓ ଶୁଭେତ୍ସୁମାନେ ସେମାନଙ୍କର କାର୍ଯ୍ୟବ୍ୟସ୍ତତା ସତ୍ତେ୍ୱ ତାଙ୍କ ପାଖକୁ ଆସୁଛନ୍ତି, ମେସେଜ ପଠାଉଛନ୍ତି, ଫୋନ କରୁଛନ୍ତି । ଏହା ତାଙ୍କୁ ବେଶ ଖୁସି ଲାଗୁଛି । ତାଙ୍କୁ ଗୋଟିଏ ବି ମୂହୁର୍ତ୍ତ ଏକୁଟିଆ ଅନୁଭବ କରିବାକୁ ଦେଉନାହାଁନ୍ତି । ଏଭଳି ନିଷ୍ଠାପର ବନ୍ଧୁତ୍ୱକୁ ନେଇ ସୋନାଲି କୃତଜ୍ଞତା ଜଣାଇଛନ୍ତି । ଲଣ୍ଡା ହୋଇଯାଇଥିବାରୁ ଏକଥାକୁ ଉଲ୍ଲେଖ କରି ସୋନାଲି କହିଛନ୍ତି ମୋ ମୁଣ୍ଡରେ ଏବେ ଆଇ ଚୁଟି ନାହିଁ ତେଣୁ ମୋତେ ଆଉ ରେଡି ହେବା ପାଇଁ ବେଶି ସମୟ ଲାଗୁନାହିଁ । ଏହିପରି ବିଭିନ୍ନ ଅନୁଭୂତିର ବିଷୟ ସେ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିବାକୁ ଚାହିଁଛନ୍ତି ।

LEAVE A REPLY

Please enter your comment!
Please enter your name here