You are here
Home > ପଲିଟିକ୍ସ > କ୍ଷମତାର ଲୋଭରେ ଲକ୍ଷାଧିକ ଲୋକଙ୍କ ସାମ୍ବିଧାନିକ ଅଧିକାରକୁ ଜଳାଞ୍ଜଳୀ  ଦେଇଥିଲା କଂଗ୍ରେସ: ସ୍ମୃତି ଇରାନୀ

କ୍ଷମତାର ଲୋଭରେ ଲକ୍ଷାଧିକ ଲୋକଙ୍କ ସାମ୍ବିଧାନିକ ଅଧିକାରକୁ ଜଳାଞ୍ଜଳୀ  ଦେଇଥିଲା କଂଗ୍ରେସ: ସ୍ମୃତି ଇରାନୀ

ଭୁବନେଶ୍ୱର : ବିଜେପିର ଦେଶବ୍ୟାପୀ କଳା ଦିବସ ପାଳନ । ଆଉ ଏହି ଦିନ ଓଡିଶାରେ  କେନ୍ଦ୍ରମନ୍ତ୍ରୀ  ସ୍ମୃତି ଇରାନୀ ଦେଶର ଜରୁରି କାଳିନ ସ୍ଥିତିର ଇତିହାସ ବଖାଣିବା   ସହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଆଉ ରାଜ୍ୟ ସରକାରଙ୍କୁ ନିଶାନା କରିବାକୁ ଭୁଲି ନଥିଲେ । କଂଗ୍ରେସ ଗରିବୀ ହଟାଓ ନୁହେଁ ଗରିବ ହଟାଓରେ ବିଶ୍ବାସ କରେ ବୋଲି ଆରୋପ ଆଣିଥିଲେ । ଏହାର ଜବାବ ରଖିଛନ୍ତି ଉଭୟ କଂଗ୍ରେସ ଓ ବିଜେଡି । ସେପଟେ ଅମିତ ଶାହଙ୍କ ଗସ୍ତ ପୂର୍ବରୁ ସ୍ମୃତିଙ୍କ ଆଟାକ ରାଜନୀତିକୁ ଆହୁରି ସରଗରମ କରିଛି ।

କହିଁପେ ନିଘାଏଁ କହଁପେ ନିଶାନା । ଆଜି ଏମିତି ଫଣ୍ଡା ଆପଣାଇଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଭୁବନେଶ୍ବରରେ  ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଇରାନୀ, ଦେଶର ଜରୁରୀ କାଳିନ ପରିସ୍ଥିତି ଉପରେ ମତ ରଖିଥିବା ବେଳେ ସିଧା ଆକ୍ଷେପ କରିଥିଲେ କଂଗ୍ରେସକୁ।   କଡା ସମାଲୋଚନା କରିଛନ୍ତି । କଂଗ୍ରେସ ଏକଛତ୍ରବାଦ ସାଶନ ଚଳାଇଥିଲା । କଂଗ୍ରେସ ଶାସନ ସମୟରେ ଦେଶ କଳା ସମୟ ଦେଖିଛି । କେବଳ ସେତିକି ନୁହେଁ ପରେ ପରେ ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ସରକାରଙ୍କ ବିଫଳତା କଥା ଉଠାଇଛନ୍ତି ।

ଆଜିଠୁ ଠିକ୍ ୪୩ ବର୍ଷ ପୂର୍ବେ ମଧ୍ୟ ରାତ୍ରି ସମୟରେ ସମ୍ବିଧାନକୁ ହତ୍ୟା କରିବା ସହ ଗଣତନ୍ତ୍ରର କଣ୍ଠରୁଦ୍ଧ କରି କଂଗ୍ରେସ ଦଳ ଆମ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଥିଲା । ଦେଶର ନିର୍ଦ୍ଧିଷ୍ଟ ଗୋଟିଏ ପରିବାର ପଦବୀ ଲାଭ ଆଶାରେ ଲକ୍ଷାଧିକ ଲୋକଙ୍କ ସାମ୍ବିଧାନିକ ଅଧିକାରକୁ ଜଳାଞ୍ଜଳୀ ଦେଇଥିଲା । ଜଣେ ବ୍ୟକ୍ତିର ସ୍ୱାଧୀନତା, ଗଣମାଧ୍ୟମର ସ୍ୱତନ୍ତ୍ରତା, ନ୍ୟାୟପାଳିକାର ସ୍ୱତନ୍ତ୍ରତା ସମେତ ମୈାଳିକ ଅଧିକାରକୁ ହତ୍ୟା କରାଯିବାର ପ୍ରୟାସ କରାଯାଇଥିଲା । ଯେଉଁମାନେ ଲୋକତନ୍ତ୍ରର ସଂରକ୍ଷଣ ପାଇଁ ତକ୍ରାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉଠାଇଥିଲେ ସେମାନଙ୍କ ବିରୁଦ୍ଧରେ ୨ଲକ୍ଷରୁ ଅଧିକ ମିଥ୍ୟା ଏତଲା ଦିଆଯାଇଥିଲା । ଲକ୍ଷାଧିକ ସଂଖ୍ୟାରେ ଆକ୍ରୋଶ ରାଜରାସ୍ତାରେ ଦେଖିବାକୁ ମିଳିଥିଲା । ଜରୁରୀକାଳୀନ ପରିସ୍ଥିତିକୁ ସାମ୍ନା କରୁଥିବାରୁ କିଛି ରାଜନୈତିକ ଦଳର ନେତା, ସତ୍ୟାଗ୍ରାହୀ, ବୁଦ୍ଧିଜୀବୀ ଏବଂ ପତ୍ରକାରମାନଙ୍କୁ ମିଶା ଆଇନ ବଳରେ ଜୋର ଜବରଦସ୍ତ ଜେଲକୁ ପଠାଇ ଦିଯାଇଥିଲା । ସେହି ଦିନଠାରୁ ଭାରତର ଗଣତନ୍ତ୍ରରେ ଆଜିର ଦିନକୁ କଳା ଦିବସ ଆଖ୍ୟା ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ ଇରାନୀ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଇରାନୀ କହିଛନ୍ତି ଯେ, ଜରୁରୀ କାଳୀନ ପରିସ୍ଥିତିରେ ଗଣତନ୍ତ୍ରକୁ ସୁରକ୍ଷା ଦେବା ପାଇଁ ଦେଶର ବହୁ ବ୍ୟକ୍ତି ନିଜ ସ୍ୱାଧୀନତାକୁ ଜଳାଞ୍ଜଳୀ ଦେଇଥିଲେ । ଓଡିଶାର ମଧ୍ୟ ଅନେକ ନେତା ଏବଂ ସମାଜସେବୀଙ୍କୁ ମିଶା ଆଇନ ବଳରେ ଗିରଫ କରାଯାଇ ଜବରଦସ୍ତ ଜେଲକୁ ପଠାଇ ଦିଆଯାଇଥିଲା । ଡ. ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନବକୃଷ୍ଣ ଚୌଧୁରୀ, ରବି ରାୟ, ବିଶ୍ୱଭୂଷଣ ହରିଚନ୍ଦନଙ୍କ ସମେତ ଅଗଣିତ ସଂଖ୍ୟାରେ ନାଗରିକ ଗଣତନ୍ତ୍ରର ସବୁଠୁ ବଡ ଲଢେଇରେ ସମ୍ବିଧାନର ସଂରକ୍ଷଣ ପାଇଁ ନିଜ ତରଫରୁ ବଳିଦାନ ତଥା ଯୋଗଦାନ ଦେଇଥିଲେ । ଓଡିଶାର ଥିବା ୯୦୦ରୁ ଉର୍ଦ୍ଧ ସତ୍ୟାଗ୍ରହୀ ଏବଂ ମିଶା ଅଇନ ବଳରେ ଗିରଫ ହୋଇଥିବା ୩୦୦ରୁ ଉର୍ଦ୍ଧ ସତ୍ୟାଗ୍ରହୀଙ୍କୁ ଶ୍ରଦ୍ଧା ପୂର୍ବକ ସମ୍ମାନ ଦେବାକୁ ଆସିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଇରାନୀ କହିଛନ୍ତି ।
ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ୪୩ ବର୍ଷ ନିଜ ତରଫରୁ ବଳିଦାନ ଓ ଯୋଗଦାନ ଦେଇଥିବା ରାଜ୍ୟର ଅଗଣିତ ସତ୍ୟାଗ୍ରହୀଙ୍କୁ ସ୍ମରଣ କରି ଶ୍ରୀମତୀ ଇରାନି କହିଛନ୍ତି ଯେ, ଇତିହାସକୁ କେବେହେଲେ ଭୁଲି ହେବ ନାହିଁ । ତେଣୁ ସେହି ମହାନ୍ ବ୍ୟକ୍ତିଙ୍କୁ ସମସ୍ତ ବିଜେପି କାର୍ଯ୍ୟକର୍ତାଙ୍କ ତରଫରୁ ଧନ୍ୟବାଦ ଦେବା ସହ ସେମାନଙ୍କ ବଳିଦାନକୁ ସମ୍ମାନ ଦେଉଛୁ ବୋଲି ଶ୍ରୀମତୀ ଇରାନୀ କହିଛନ୍ତି ।

ଜରୁରୀକାଳିନ ସମୟରେ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଦେଶର ନିର୍ଦ୍ଧିଷ୍ଟ ଗୋଟିଏ ପରିବାରର କ୍ଷମତାର ଲୋଭ ଆଶାରେ ଲକ୍ଷାଧିକ ଲୋକଙ୍କ ସାମ୍ବିଧାନିକ ଅଧିକାରକୁ ଜଳାଞ୍ଜଳୀ  ଦେଇଥିଲା କଂଗ୍ରେସ: ସ୍ମୃତି ଇରାନୀ
ବଳିଦାନ ଓ ଯୋଗଦାନ ଦେଇଥିବା ରାଜ୍ୟର ସମସ୍ତ ସତ୍ୟାଗ୍ରହୀଙ୍କୁ ଶ୍ରଦ୍ଧା ପୂର୍ବକ ସମ୍ମାନ ଦେବା ପାଇଁ ଆସିଛି-ସ୍ମୃତି 
ସଂପର୍କ ଫର ସମର୍ଥନ କାର୍ଯ୍ୟକ୍ରମରେ ଯୋଗ ଦେଇ ପୁରୀ ଗଜପତି ଶ୍ରୀ ଦିବ୍ୟସିଂହ ଦେବ ଏବଂ ବିଶିଷ୍ଟ ବାନ୍ଧକଳା ଶିଳ୍ପୀ ପଦ୍ମଶ୍ରୀ ଡ.ଚତୁର୍ଭୁଜ ମେହେରଙ୍କୁ ଭେଟିଲେ

ଜରୁରୀକାଳୀନ ସମୟରେ ଗୋଟିଏ ଛାତ ତଳେ ଗଣମାଧ୍ୟମ ଏବଂ ରାଜନୈତିକ ଦଳ ନିଜ ନିଜ ମତ ପୋଷଣ କରିବାରେ ରୋକ୍ ଲଗାଯାଇଥିଲା । ସେହି ସମୟରେ ସାଧାରଣ ଜନତାଙ୍କୁ ତାଙ୍କର ମୈାଳିକ ଅଧିକାରରୁ ବଂଚିତ କରାଯିବା କାରଣରୁ ସମସ୍ତଙ୍କୁ ଶକ୍ତ ଧକ୍କା ଲାଗିଥିଲା । ଏହି କଳା ଦିବସକୁ ମନେ ପକାଇ ଭାରତର ସମସ୍ତ ନାଗରିକ ଏବଂ ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ଯ୍ୟକର୍ତା ଗଣତନ୍ତ୍ରର ସଂରକ୍ଷଣ ପାଇଁ ଆଜି ସଂକଳ୍ପ ନେଇଛନ୍ତି ବୋଲି ଶ୍ରୀମତୀ ଇରାନୀ କହିଛନ୍ତି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ର ଓ ସୁଦୀପ୍ତ ରାୟ, ରାଜ୍ୟ ସଂପାଦିକା ସୀମନ୍ତିନୀ ଜେନା, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।
ଆଜି ପୂର୍ବାହ୍ନରେ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଇରାନୀ ବିଜେପି ବୁଦ୍ଧିଜୀବି ପ୍ରକୋଷ୍ଠ ତରଫରୁ ଆୟୋଜିତ ଏକ ବୁଦ୍ଧିଜୀବି ସମ୍ମିଳନୀରେ ଯୋଗ ଦେଇ ଜରୁରୀକାଳୀନ ପରିସ୍ଥିତି ପ୍ରସଙ୍ଗରେ ନିଜ ମତ ଉପସ୍ଥାପିତ କରିଥିଲେ ।
ସଂପର୍କ ଫର ସମର୍ଥନ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଇରାନୀ ଆଜି ଅପରାହ୍ନରେ ପୁରୀ ଗଜପତି ଶ୍ରୀ ଦିବ୍ୟସିଂହ ଦେବ ଏବଂ ବିଶିଷ୍ଟ ବାନ୍ଧକଳା ଶିଳ୍ପୀ ପଦ୍ମଶ୍ରୀ ଡ.ଚତୁର୍ଭୁଜ ମେହେରଙ୍କୁ ସେମାନଙ୍କ ବାସଭବନକୁ ଯାଇ ଭେଟିଥିଲେ । ମୋଦି ସରକାରଙ୍କ ଗତ ୪ ବର୍ଷର ସଫଳତା ସମ୍ବଳିତ ପୁସ୍ତକ ପ୍ରଦାନ କରିବା ସହ ଆଲୋଚନା ମାଧ୍ୟମରେ ଏହି ସଫଳତା ବିଷୟରେ ଆଲୋକପାତ କରାଇଥିଲେ ।

ସ୍ମୃତିଙ୍କ ଆରୋପର ଜବାବ ରକିଛି କଂଗ୍ରେସ । ଦେଶରେ ମୋଦି ମ୍ୟାଜିକ ଆଉ କାମ କରୁ ନଥିବାରୁ ବିଜେପି ଗାନ୍ଧି ପରିବାରକୁ ବଦନାମ କରିବାକୁ ଚେଷ୍ଟା କରୁଛି । ଆଉ ବିଜେଡି କହିଛି ରାଜ୍ୟ ସରକାରଙ୍କୁ ବିଜେପିର  ସାଟିଫିକଟେ ଦରକାର ନାହିଁ ରାଜ୍ୟର ସାଢେ ଚାରିକୋଟି ଲୋକ ବିଜେଡିକୁ  ସାଟିଫଇକେଟ ଦେଇସାରିଛନ୍ତି

Loading...
ONA

Leave a Reply

Top