ରାଜଧାନୀରେ ସେକ୍ସ ରାକେଟ୍ ଠାବ, ୩ ଯୁବତୀଙ୍କ ସହ ୩ ଯୁବକ ଗିରଫ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଶୁକ୍ରବାର ରାଜଧାନୀର ଏକ ଆପାର୍ଟମେଣ୍ଟରେ ସେକ୍ସ ରାକେଟ୍‌ ଠାବ କରିଥିବାର କମିସନରେଟ ପୁଲିସ ଧରିଛି । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ଅଚାନକ ଚଢ଼ଉ କରି ୩ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୩ ଜଣ ଯୁବକ ଗିରଫ କରିଛି । ସୂଚନାନୁସାରେ ଖଣ୍ଡଗିରି ଥାନା ପୁଲିସ ସମ୍‌ ହସ୍ପିଟାଲ ଆପାର୍ଟମେଣ୍ଟରେ ଅଚାନକ ଚଢ଼ଉ କରି ୩ ଯୁବତୀଙ୍କୁ ଉଦ୍ଧାର କରିଛି । ଘଟଣାସ୍ଥଳରୁ ପୁଲିସ ୨ଟି କାର, ୩ ବାଇକ ସମେତ ଅନ୍ୟ ଆପତ୍ତିମୂଳକ ଜିନିଷ ପତ୍ର ଜବତ କରିଛି | ତେବେ ରାଜଧାନୀର ବିଭିନ୍ନ ସ୍ଥାନରେ ଗୋପନରେ ସେକ୍ସ ରାକେଟ ଚାଲିଛି । ପୁଲିସକୁ କିଛି ସୂଚନା ମିଳୁଥିବା ବେଳେ କିଛି ଘଟଣା ସଂପର୍କରେ ପୁଲିସ ଜାଣିପାରୁ ନାହିଁ ବୋଲି ପ୍ରକାଶ ପାଉଛି । ବେଆଇନ ଧନ୍ଦା ସହିତ ଜଡ଼ିତ କିଛି ଯୁବକ, ଯୁବତୀ ଅଥବା ଦଲାଲ ଏଥିରୁ ଭଲ ଟଙ୍କା ରୋଜଗାର କରୁଛନ୍ତି । ବେଳେ ବେଳେ ପୁଲିସ ପକ୍ଷରୁ ଅଚାନକ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉଥିଲେ ମଧ୍ୟ, ସେକ୍ସ ରାକେଟ ଧନ୍ଦା କରୁଥିବା ଲୋକେ ଏହି କାମରୁ ନିବୃତ୍ତ ରହୁ ନାହାନ୍ତି । ତେବେ ଏହାକୁ ପ୍ରଶାସନ ଆହୁରି କଡା ପଦକ୍ଷେପ ନେବା ଆବଶ୍ୟକ ବୋଲି ସର୍ବମୁଖରେ ଆଲୋଚନା ହେଉଛି |

 

ମତାମତ ଦିଅନ୍ତୁ

Please enter your comment!
Please enter your name here