ସିରିଜ ଦୁର୍ଘଟଣା, ୭ ମୃତ ଓ ଦୁଇ ଗୁରୁତର

ହିମାଞ୍ଚଳପ୍ରଦେଶ: ଆଜି ହିମାଞ୍ଚଳପ୍ରଦେଶର ବିଭିନ୍ନ ସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଥିବାର ସୂଚନା ମିଳିଛି । ସଡକ ଦୁର୍ଘଟଣାରେ ୭ଜଣ ପ୍ରାଣ ହରାଇଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଉତ୍ତରପ୍ରଦେଶର ଚମ୍ବା ଓ ସିରମୋର ଜିଲ୍ଲାରେ ଘଟିଛି । ଚମ୍ବା ଜିଲ୍ଲାର ଚୁରାହ ବିଧାନସଭା ଅଂଚଳରେ ଦୁଇଟି ଭିନ୍ନ ଭିନ୍ନ ଦୁର୍ଘଟଣାରେ ୪ଜଣ ପ୍ରାଣ ହରାଇଛନ୍ତି । ଚୁରାହରେ ଚାଂଜୁ ଜିରୋ ହ୍ୱାଇଟ୍ ନିକଟରେ ଏକ ରୋଡ ରୋଲର ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିବାରୁ ଘଟଣାସ୍ଥଳରେ ହିଁ ୩ଜଣ ପ୍ରାଣ ହରାଇଛନ୍ତି । ସୂଚନାନୁଯାୟୀ, ଚମ୍ବା ଜିଲ୍ଲାର ଜସୋରଗଡରେ ଜଣେ ବ୍ୟକ୍ତି ଖାଇରେ ଗୋଡ ଖସିଯିବାରୁ ମୃତ୍ୟୁ ଘଟିଥିଲା । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେହିପରି ସିରମୋର ଜିଲ୍ଲାର ରେଣୁକା ଗନୋଗ ମାର୍ଗର ରଜାନା ନିକଟରେ ଏକ ଟ୍ରକ ଗଭୀର ଖାଇରେ ପଡିବା ଦ୍ୱାରା ୨ଜଣ ପ୍ରାଣ ହରାଇଛନ୍ତି । ମୃତକ ହେଉଛନ୍ତି ବଲବୀର ସିଂହ, ନିବାସୀ ରଜାନା, ସୁରେନ୍ଦ୍ର ସିଂହ,ପୋଲିସ ଶବର ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇ ଚମ୍ବା ଥାନା ପୋଲିସ ଉଭୟ ମାମଲାର ତଦନ୍ତ ଆରମ୍ଭ କରିଛି । ଅନ୍ୟ ଏକ ସ୍ଥାନ ସିରସୋର ଜିଲ୍ଲାରେ ହୋଇଥିବା ଦ୍ୱିତୀୟ ସଡକ ଦୁର୍ଘଟଣାରେ ଏକ କାର ଖାଇ ତଳକୁ ଖସି ପଡ଼ିବାରୁ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି । ତେବେ ଏପରି ଦୁର୍ଘଟଣାର କାରଣ କଣ ଏବଂ କାହିଁକି ଏପରି ସିରିଜ ଦୁର୍ଘଟଣା ଘଟିଚାଲିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡୁନାହିଁ |

ଫୋନ ଚୋରକୁ ଗଛରେ ବାନ୍ଧି ଛେଚିଲେ