ହିସାର କୋର୍ଟରେ ଦୋଷୀ ସାବାସ୍ତ୍ୟ ହେଲେ ଆତ୍ମଘୋଷିତ ବାବା ରାମପାଳ

https://www.facebook.com/nnsodia/videos/267154983995629/?t=5

ହରିଆଣା : ଦୁଇଟି ହତ୍ୟା ମାମଲାରେ ହିସାର କୋର୍ଟ ଆଜି ଆତ୍ମଘୋଷିତ ବାବା ରାମପାଲଙ୍କୁ  ଦୋଷୀ ସାବ୍ୟସ୍ତ କରିଥିବାର ସୂଚନା ମିଳିଛି । ଅକ୍ଟୋବର ୧୬ ତାରିଖରେ ତାଙ୍କ ପାଇଁ ଦଣ୍ଡାଦେଶ ଘୋଷଣା ହେବ ବୋଲି ଜଣାପଡିଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଶୁଣାଣି ଦିଆଯାଇଛି । ହିସାର କୋର୍ଟଙ୍କ ମୁଖ୍ୟ ବିଚାରପତି ଡି.ଆର ଚାଲିୟା ରାମପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସୁଚନାରୁ ପ୍ରକାଶ, ୨୦୧୪ ମସିହାରେ ରାମପାଲଙ୍କ ଆଶ୍ରମରେ ଘଟିଥିବା ହିଂସାକାଣ୍ଡରେ ୬ଜଣ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ସମେତ ୫ଜଣ ମହିଳା ରହିଥିଲେ । ତେବେ ଶୁଣାଣିକୁ ନଜରରେ ରଖି ପୁଲିସ ୪୮ ଘଂଟା ପୂର୍ବରୁ ହରିୟାଣା ହିସାରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । ଯେମିତି କୌଣସି ଅଘଟଣ ନଘଟେ ତାକୁ ନଜରରେ ରଖି ହିସାର ଅଂଚଳକୁ ସିଲ କରି ଦିଆଯାଇଛି । ଏଥିସହ ୧୪୪ ଧାରା ଜାରି କରାଯାଇଛି । ଅଦାଲତ ବାହାରେ ତଥା ଅଦାଲତଠୁ ୪ କିଲୋମିଟର ଦୂର ଯାଏଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇ ଥିବାର ମଧ୍ୟ ସୂଚନା ମିଳିଛି । ବାବା ରାମପାଲଙ୍କ ସମର୍ଥକ ଯେମିତି କୌଣସି ଅଘଟଣ ନଘଟାନ୍ତି ସେଥିପ୍ରତି ପୁଲିସ ସଜାଗ ହୋଇଛି । ପୂର୍ବରୁ ଗୁରମିତ ରାମ ରହିମ ମାମଲାର ଶୁଣାଣି ବେବେ ପଂଚକୁଲାରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିଲା । ରାମରହିମଙ୍କ ସମର୍ଥକ ହିଂସାକାଣ୍ଡ ଘଟାଇଥିଲେ । ତେଣୁ ରାମପାଲଙ୍କ କ୍ଷେତ୍ରରେ ସେଭଳି ପରିସ୍ଥିତି ଯେପରି ସୃଷ୍ଟି ନହେଉ ସେ ନେଇ ପ୍ରଶାସନ ସଜାଗ ଥିବାର ଦେଖିବାକୁ ମିଳୁଛି । ପୁଲିସ ଅନୁମାନ କରୁଛି ଯେ ଶୁଣାଣି ବେବେ ରାମପାଲଙ୍କର ୧୦ରୁ ୨୦ ହଜାର ସମର୍ଥକ ଏକାଠି ହୋଇପାରନ୍ତି । ହିସାରରେ ୧୩ଶହ ପୁଲିସ କର୍ମୀ, ଅନ୍ୟ ଜିଲ୍ଲାମାନଙ୍କରେ ୭ଶହ ଯବାନ, ଆରଏଏଫର ୫ କମ୍ପାନୀ ଫୋର୍ସ ଏବଂ ହରିୟାଣା ପୁଲିସର ୧୨ଜଣ ଏସପି ସୁରକ୍ଷା ଦାୟିତ୍ୱରେ ଅଛନ୍ତି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here