You are here
Home > ବଡ଼ଖବର > ସୁପ୍ରିମକୋର୍ଟ ନିୟମ ଓ ପରମ୍ପରାକୁ ମାନିଲେନି ସେବାୟତ, ଅରୁଣସ୍ତମ୍ଭ ଆଗରେ ଦାନଦକ୍ଷିଣା ଆଦୟ

ସୁପ୍ରିମକୋର୍ଟ ନିୟମ ଓ ପରମ୍ପରାକୁ ମାନିଲେନି ସେବାୟତ, ଅରୁଣସ୍ତମ୍ଭ ଆଗରେ ଦାନଦକ୍ଷିଣା ଆଦୟ

ପୁରୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସେବାୟତମାନେ ଶେଷରେ ମାନିଲେ ନାହିଁ । ଭକ୍ତଙ୍କଠାରୁ କୌଣସି ଦାନଦକ୍ଷିଣା ସେବାୟତମାନେ ନେଇ ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ଅନୁସାରେ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ସହ ସେବାତୟମାନଙ୍କ ଆଲୋଚନା ହୋଇଥିଲା । ଏଥିରେ ନିଷ୍ପତ୍ତି ହୋଇଥିବା କେହି ଏଥର ରଥଯାତ୍ରା ସମୟରେ ଭକ୍ତଙ୍କଠାରୁ ଅର୍ଥ ନେବେ ନାହିଁ । ରଥରେ ହୁଣ୍ଡି ଲାଗିବ । ଏଣୁ ନିଷ୍ପତ୍ତି ଅନୁଯାୟୀ ୧୨ଟି ହୁଣ୍ଡି ପ୍ରଶାସନ ପକ୍ଷରୁ ଲଗାଯାଇଛି । ଭକ୍ତମାନେ ସେଥିରେ ତାଙ୍କ ଇଚ୍ଛା ଅନୁସାରେ ଅର୍ଥ ଦାନ କରିବେ । ସବୁ ହୁଣ୍ଡିରେ ପ୍ରଶାସନ ପକ୍ଷରୁ ଏଥିରେ ଦାନ ଦକ୍ଷିଣା ଦେବା ପାଇଁ ମଧ୍ୟ ଉଲ୍ଲେଖ କରାଯାଇଛି । ହେଲେ ନିୟମକୁ ବେଖାତିର କରି ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନ ମାନି ସେବାୟତମାନେ ଭକ୍ତଙ୍କଠାରୁ ଖୋଲାଖୋଲି ଅର୍ଥନେଲେ । ଅରୁଣସ୍ତମ୍ଭ ଆଗରେ ଥାଳି ରଖି ଦକ୍ଷିଣା ନେଇଥିଲେ ।
କେବଳ ଏତିକି ନୁହେଁ ଗୁଣ୍ଡିଚା ଓ ବାହୁଡ଼ା ଯାତ୍ରାରେ ସେବାୟତମାନେ ଶୃଙ୍ଖଳାର ସହ କାର୍ଯ୍ୟ କରିଥିଲେ । ଯାହା ଫଳରେ କି ଏଥର ସଅଳ ରଥଟଣା ହୋଇଥିଲା । ସେହିପରି ସୁନା ବେଶ ମଧ୍ୟ ଶୀଘ୍ର କରାଯାଇଥିଲା । କିନ୍ତୁ ଅଧରପଣା ସମୟରେ ସେବାୟତମାନେ ଯେଉଁ ଶୃଙ୍ଖଳିତ ବ୍ୟବସ୍ଥା ଦେଇ ଚାଲି ଆସିଥିଲେ ତାକୁ ଭାଙ୍ଗି ଦେଲେ । ନିୟମ ଓ ବ୍ୟବସ୍ଥାକୁ ଖୋଲାଖୋଲି ଉଲଂଘନ କଲେ । ପରମ୍ପରା ଅନୁଯାୟୀ ଅଧରପଣା ଆଗେ ଚଣ୍ଡୀ ଚାମୁଣ୍ଡାଙ୍କୁ ଉତ୍ସର୍ଗ କରାଯାଇଥାଏ । ସେଠି ତାକୁ ଭାଙ୍ଗିଲା ପରେ ଯିିଏ ନେଇପାରିବ । କିନ୍ତୁ ଏହା ନ କରି କିଛି ସେବାୟତ ଅଥରପଣା ଆଗୁଆ ନେଇ ଯିବା ଦେଖାଯାଇଥିଲା । ଯାହା ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି କୁହାଯାଉଛି । ବିଶ୍ୱାସ ରହିଛି, ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ଚଣ୍ଡୀ, ଚାମୁଣ୍ଡା, ଅଶରୀରମାନେ ତିନି ରଥ ଚାରିପାଖେ ବୁଲୁଥାନ୍ତି । ଏମାନଙ୍କୁ ତୃପ୍ତ କରିବା ପାଇଁ ରଥଯାତ୍ରା ଶେଷ ପରେ ତିନି ରଥ ଉପରେ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ । ଏହାକୁ ତିନି ଠାକୁରଙ୍କଠାରେ ଲାଗି ହେବା ପରେ ରଥ ଉପରେ ଭାଙ୍ଗି ଦିଆଯାଇଥାଏ । ଭାଙ୍ଗିବା ପୂର୍ବରୁ ଅବା ପରେ ଏହାକୁ ରଥଉପରୁ ନେବା ନିଷେଧ କରାଯାଇଛି । ବ୍ୟବସ୍ଥାବଳୀରେ ଏହା ସ୍ପଷ୍ଟ ଉଲ୍ଲେଖ ରହିଛି । ତଥାପି ଏହାକୁ କେହି ମାନିନାହାନ୍ତି । ଅଧରହାଣ୍ଡି ଭଙ୍ଗାଯିବା ପୂର୍ବରୁ ରଥ ଉପରେ ଥିବା ସେବାୟତମାନେ ଟିପିନ୍, କୁଡୁଆ ଆଦି ଧରି ହାଣ୍ଡି ଭିତରୁ ପଣା କାଢ଼ି ନେଇଛନ୍ତି । କେବଳ ସେତିକି ନୁହେଁ, ରଥ ଉପରେ ପିତଳ କୁଣ୍ଡ ଓ ଅନ୍ୟାନ୍ୟ ପାତ୍ର ଧରି ଛିଡ଼ା ହୋଇ ରହିଥିବା ସେବାୟତମାନେ ଅଧରହାଣ୍ଡି ଭାଙ୍ଗାଯିବା ମାତ୍ରେ ଏହାକୁ ରଥ ଉପରେ ପୋଛି ନେଇଥିଲେ ।

Loading...
ONA

Leave a Reply

Top