You are here
Home > ବଡ଼ଖବର > ସି-ପ୍ଲେନ ବିବାଦ, ବିଜେଡି ସହ ସ୍ୱର ମିଳାଇ ଧର୍ମେନ୍ଦ୍ରଙକୁ ଟାର୍ଗେଟ କଲେ ବିଜୟ

ସି-ପ୍ଲେନ ବିବାଦ, ବିଜେଡି ସହ ସ୍ୱର ମିଳାଇ ଧର୍ମେନ୍ଦ୍ରଙକୁ ଟାର୍ଗେଟ କଲେ ବିଜୟ

ଭୁବନେଶ୍ୱର, ଚିଲିକାରୁ ସି-ପ୍ଲେନ ଅବତରଣ ପ୍ରସଙ୍ଗ ଏବେ ସମ୍ପୂର୍ଣ୍ଣ ରାଜନୈତିକ ମୋଡ ନେଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଉଦ୍ୟମକୁ ବିଜେଡି ବିରୋଧ କରୁଥିଲା ବେଳେ ଏବେ ନିଜ ଦଳର ବରିଷ୍ଠ ବିଦ୍ରୋହୀ ସାଜୁଥିବା ନେତା ଏଥିରେ ସ୍ୱର ମିଳାଇଛନ୍ତି । ବିଜେଡି ନେତାଙ୍କ ଭଳି ବିଜୟ ମଧ୍ୟ ସି-ପ୍ଲେନ ଅବତରଣକୁ ନାପସନ୍ଦ କରିଛନ୍ତି ଏବଂ ସମାଲୋଚନା ମଧ୍ୟ କରିଛନ୍ତି । ବିଜୟ ବିଭିନ୍ନ ସମୟରେ ବିଜେପିର କାର୍ଯ୍ୟକଳାପକୁ ସମାଲୋଚନା କରିଆସିଛନ୍ତି । ଗତ କିଛି ବର୍ଷ ହେଲା ବିଜୟ ଦଳର ଜଣେ ବିଦ୍ରୋହୀ ନେତା ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି । ବିଶେଷ କରି ଧର୍ମେନ୍ଦ୍ର ଯେଉଁ ସବୁ ବିଷୟରେ ସାମିଲ ହେଉଛନ୍ତି ବା ତାଙ୍କ ଉଦ୍ୟମରେ ଯେଉଁ ସବୁ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି ତାକୁ ବିଜୟ ବିରୋଧ କରି ଅାସୁଥିବା ଦେଖା ଯାଇ ଆସୁଛି ! ବିଜେଡି ଭଳି ସେ ମଧ୍ୟ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିବାକୁ ପଛାଉନାହାନ୍ତି । ବିଜେପିର ଜଣେ ବିଦ୍ରୋହୀ ନେତା ଭାବେ ବେଶ ପରିଚିତ ! ଧର୍ମେନ୍ଦ୍ରଙ୍କ ଉଦ୍ୟମରେ ଚିସିକାରେ ସି-ପ୍ଲେନ ଅବତରଣ ଲାଗି ବେସାମରିକ ଜୀବନ ଚଳାଚଳ ମନ୍ତରାଣଳୟ ଅନୁମତି ଦେଇଛନ୍ତି ! ଏହି ଅନୁମତି ମିଳିବା ପରେ ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିଜେଡି ଖୋଲାଖୋଲି ଭାବରେ ବିରୋଧ କରିବାକୁ ଆଗେଇ ଆସିଛି ! ନିଜେ ରାଜସ୍ୱ ମମନ୍ତ୍ରୀ ମଧ୍ୟ ଏହାକୁ କରାଇନଦେବା ପାଇଁ ଆହ୍ୱାନ ଦେଇଛନ୍ତି । ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମା ମଧ୍ୟ ଏହାକୁ ବିରୋଧ କରିଛନ୍ତି । ଉଭୟ ଏହି ଅନୁମୋତି ଦିଆଗଲେ ଚିଲିକାର ଜୈବ ବିବିଧତା ନଷ୍ଟ ହେବା ସହ ମତ୍ସୟ ଜୀବୀ ଜିବିକା ହରେଇବେ । ଦେଶବିଦେଶରୁ ଆସୁଥିବା ପକ୍ଷୀ ଉପରେ ପ୍ରଭାବ ପଡିବ ବୋଲି ଉଭୟ କହିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତିକ୍ରିଆ ରଖି ବିଜେଡିକୁ ସମାଲୋଚନା କରିଥିଲେ । ଧର୍ମେନ୍ଦ୍ର କହିଥିଲେ ଏହି ପ୍ରକଳ୍ପ ହେଲେ ଦେଶ ବିଦେଶର ପର୍ଯ୍ୟଚଖଙ୍କୁ ଅଧିକ ଆକୃଷ୍ଠ ହେବେ । ଯୁବକମାନେ ନିଯୁକ୍ତି ପାଇବେ ଓ ଲୋକଙ୍କ ରୋଜଗାର ବଢିବ । ଜୈବ ବିଭିଧତା ବିଷୟ ନେଇ ବିଶଷଜ୍ଞ ଦ୍ୱାରା ଅନୁଧ୍ୟାନ କରାଯିବ । କିନ୍ତୁ ଏହା ପୂର୍ବରୁ ବିରୋଧ କରାଯିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ! ବିଜେପିର ଉପସଭାପତି ସମିର ମହାନ୍ତି ମଧ୍ୟ ବିଜେଡିକୁ ସମାଲୋଚନା କରିଥିଲେ । ବିଜେଡି ମୁଖପାତ୍ର ସସମିତ ପାତ୍ର ଦଳ ପକ୍ଷରୁ ପ୍ରକଳଅପ ନେଇ ପର୍ଦସନ କରିଥିଲେ ।

ଧର୍ମେନ୍ଦ୍ରଙକ ମତ ପରେ ବିଜୟ ସିଧାସଳଖ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି । ବିଜୟ କହିଛନ୍ତି ଯେଉଁ ମାନେ ସର୍ମଥନ କରୁଛନ୍ତି ବା ବିରୋଧ କରୁଛନେ୍ତି ସେମାନେ ପୂର୍ଣ୍ଣ୍ାଙ୍ଗ ପ୍ରକଳ୍ପ ରିର୍ପୋଟ (ଡିପିଆର) ଦେଖିନାହାନ୍ତି । ସି-ପ୍ଲେନ ଦ୍ୱାରା ଚିଲିକା କ୍ଷତି ଗ୍ରସ୍ତ ହେବ, ପକ୍ଷୀ ଏବଂ ମତ୍ସୟଜୀବୀ ମଧ୍ୟ କ୍ଷତିଗ୍ରସେ୍ତ ହବୋବୋ । ଚିଲିଲକା ବେଶୀ ଦୂର ନୁହେଁ । ଏଠାକୁ ସି-ପ୍ଲେନର ଆବଶ୍ୟକ ନାହିଁ । ଯେଉଁ ମାନେ ସର୍ମଥନ କରୁଛନ୍ତି ସେମାନେ ସସ୍ତା ବାହାଦୁରି ପାଇଁ ବିବୃତି ଦିଅନ୍ତୁ ନାହିଁ । ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଚିଲିକାର ବାସ୍ତବ ସ୍ଥିତି ଦେଖିକି ବିରୋଧ କରୁଛନ୍ତି । ସି-ପ୍ଲେନ ଆଣି ବାଃବାଃ ନେବା ବନ୍ଦ କରନ୍ତୁ ବୋଲି ବିଜୟ କଡା ସମାଲୋଚନୈା କରିଛନ୍ତି । ସେ ସିଧାସଳଖଙ୍କୁ ଏଠି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି ।

Loading...
ONA

Leave a Reply

Top