ଟ୍ରକକୁ ପିଟିଲା ସ୍କର୍ପିଓ, ଦୁଇ ମୃତ ଜଣେ ଗୁରୁତର

ଭଦ୍ରକ: ପୁଣି ଏକ ସଡକ ଦୁର୍ଘଟଣାରେ ଗଲା ଦୁଇଟି ସାଧାରଣ ଜୀବନ | ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡ଼ି ବଜାର ନିକଟରେ | ଏକ ସ୍କର୍ପିଓ ଦ୍ରୁତ ଗତିରେ ଆସି ଟ୍ରକ୍‌ ପଛକୁ ପିଟି ଦେବା ଫଳରେ ଦୁଇ ଜଣଙ୍କ ମୃତ୍ୟ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କର ପରିଚଯ ମିଳିପାରି ନାହିଁ | ତେବେ ଏପରି ବାରମ୍ବାର ଦୁର୍ଘଟଣା ହେଉଥିବା ବେଳେ ପ୍ରସାସନ ପକ୍ଷରୁ କାହିଁକି କଡା ସୁରକ୍ଷା ଗ୍ରହଣ କରାଯାଉନାହିଁ ତାହାକୁ ନେଇ ସାଧାରଣରେ ଚର୍ଚ୍ଚା କରାଯାଉଛି |

ମିନି ଟ୍ରକ ଓଲଟି ଜଣେ ମୃତ, ପାଞ୍ଚ ଗୁରୁତର