ସାଥିର ଅନୁପସ୍ଥିତିକୁ ନେଇ ଆତ୍ମହତ୍ୟା କରୁଛନ୍ତି କି…ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ୱର: ଭଲପାଇବା ଏପରି ଏକ ଶବ୍ଦ ମଣିଷକୁ ଥରେ ହୋଇଗଲେ ସେ ନିଜେ ବୁଝିପାରେ ନାହିଁ କେଉଁଟା ସଠିକ ଏବଂ ଭୁଲ୍ ଜାଣି ପାରେ ନାହିଁ । ଯଦି ସେହି ସାଥୀର ମୃତ୍ୟୁ ହୋଇଯାଏ ପରେ ଝୁରି ଝୁରି ଅନ୍ୟ ଜଣେ ସାଥୀର ମୃତ୍ୟୁ ହେବା କଥା ସାଧାରଣତଃ ରୂପେ ଆମକୁ ଶୁଣାବାକୁ ମିଳିଥାଏ । ସେ ପୁଅ ହୁଅନ୍ତୁ କିମ୍ୱା ଝିଅ। ହେଲେ କେବେ ପ୍ରଶ୍ନ କରିଛନ୍ତି, କାହିଁକି ଏମିତି ହୁଏ ବୋଲି । ଏହାର କାରଣ କେବଳ ଦୁଃଖ ନା ଆଉ କିଛି?
ଏ ସବୁ ପ୍ରଶ୍ନର ଉତ୍ତର ଆସିଯାଇଛି। କ’ଣ କୁହେ ଏ ସମ୍ପର୍କିତ ଗବେଷଣା ଆସନ୍ତୁ ଜାଣିବା । ନିକଟରେ ସାଇକୋନ୍ୟୁରେଣ୍ଡୋକ୍ରିନୋଲୋଜିରେ ପ୍ରକାଶିତ ରିପୋର୍ଟ ଅନୁସାରେ, ନିଜର ସାଥୀକୁ ହରେଇବା ପରେ ମହିଳା ବା ପୁରୁଷଙ୍କ ରକ୍ତରେ ଇନ୍‌ଫେକ୍‌ସନ୍‌ ହେବା ସହିତ ହାର୍ଟ ବିଟ୍‌ କମିବାରେ ଲାଗିଥାଏ । ଅନ୍ୟ ବ୍ୟକ୍ତିଙ୍କ ତୁଳନାରେ ଏହି ବ୍ୟକ୍ତିମାନେ ଶାରୀରିକ ଓ ମାନସିକ ସ୍ତରରେ ଅସୁସ୍ଥ ହୋଇ ପଡ଼ିଥାନ୍ତି । ଏପରି ପରିସ୍ଥିତିରେ ସେମାନଙ୍କ ଜୀବନ ଯିବାର ସମ୍ଭାବନା ମଧ୍ୟ ରହିଥାଏ । ଏଥିପାଇଁ ଆମେରିକାର ରାଇସ ଯୁନିର୍ଭସିଟିର ବୌଜ୍ଞାନିକମାନେ ୯୯ଜଣ ବ୍ୟକ୍ତି, ଯେଉଁମାନେ ନିଜର ସାଥୀଙ୍କୁ ହରାଇଥିଲେ, ସେମାନଙ୍କ ରକ୍ତ ପରୀକ୍ଷା କରିଥିଲେ । ସେଥିରୁ ଜଣା ପଡ଼ିଥିଲା ଯେ, ଅନ୍ୟ କୌଣସି ବ୍ୟକ୍ତି ଯେଉଁମାନେ ଦୁଃଖରେ ରହିଥାନ୍ତି, ସେମାନଙ୍କ ତୁଳନାରେ ସାଥୀକୁ ହରାଇଥିବା ବ୍ୟକ୍ତିଙ୍କ ଶରୀରରେ ୧୭ ଗୁଣା ଅଧିକ ଅସୁସ୍ଥତାର ଲକ୍ଷଣ ଦେଖାଯାଉଛି । ଏଥିପାଇଁ ସେମାନଙ୍କୁ କ୍ୟାନସର୍‌ ଓ ଡାଇବେଟିସ୍‌ ହେବାରେ ଦେଖାଯାଉଛି । ବରିଷ୍ଠ ବୈଜ୍ଞାନିକ କ୍ରିସ ଫର୍ଗୁନଡ୍ସଙ୍କର କହିବା ଅନୁସାରେ, ବୟସ ହୋଇଗଲେ ବ୍ୟକ୍ତି ଶରୀରରେ ବିଭିନ୍ନ ରୋଗ ଯୋଗୁ ଇନ୍‌ଫେକ୍‌ସନ୍‌ର ମାତ୍ରା ବଢ଼ି ଯାଇଥାଏ । କିନ୍ତୁ ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ସ୍ୱାମୀ କିମ୍ୱା ସ୍ତ୍ରୀକୁ ହରାଇବା ପରେ ବ୍ୟକ୍ତି ଶରୀରରେ ଇନ୍‌ଫେକ୍‌ସନ୍‌ର ମାତ୍ରା ମଧ୍ୟ ବଢ଼ିଥାଏ । ଯାହା ଯୋଗୁ ଡିପ୍ରେସନ୍‌, ହାର୍ଟ ଆଟାକ୍‌, ଷ୍ଟ୍ରୋକ୍‌ ଏବଂ ମୃତ୍ୟୁ ହେବାର ସମ୍ଭାବନା ଅଧିକ ରହିଥାଏ ।