You are here
Home > ଲାଟେଷ୍ଟ > ବାଲିଆପଦା ବିଦ୍ୟାଳୟ ସମୂହର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ବାଲିଆପଦା ବିଦ୍ୟାଳୟ ସମୂହର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ନେମାଳ: ନେମାଳ ଥାନା ଅନ୍ତର୍ଗତ ବାଲିଆପଦା ବିଦ୍ୟାଳୟ ସମୂହର ବାର୍ଷିକ କ୍ରୀଡାଉତ୍ସବ ଆଡମ୍ବର ସହକାରେ ଉଦଯାପିତ ହୋଇଯାଇଛି ।ପ୍ରଧାନ ଶିକ୍ଷକ କ୍ଷିରୋଦ କୁମାର ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନିଶ୍ଚିନ୍ତକୋଇଲି ବ୍ଲକ ସହ ଶିକ୍ଷାଧିକାରୀ ନିକୁଞ୍ଜ ବିହାରୀ ମହାନ୍ତି ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶାରିରିକ କ୍ରୀଡା ଅର୍ନ୍ତନିହିତ ଗୁଣର ବିକାଶ କରିବା ସହିତ ଛାତ୍ରଛାତ୍ରୀ ମାନେ ଏକାଗ୍ରତା ଓ ନିଷ୍ଠାର ସହିତ କାର୍ଯ୍ୟକରିବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ରୋଟାରି କ୍ଲବ କଟକର ସଭାପତି ପ୍ରଫେସର ଅନଙ୍ଗ ମୋହନ ଦ୍ୱିବେଦୀ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଡଃ ନିଖିଳେଶ ମହାନ୍ତି,ସାଇନ୍ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଇଂ ଦେବାଷିଶ ଆଚାର୍ଯ୍ୟ, ସିଆରସିସି ସୁବାସ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ କ୍ରୀଡାର ଗୁରୁତ୍ୱପୁର୍ଣ୍ଣ ଭୁମିକା ସଂପର୍କରେ ଆଲୋକପାତ କରିଥିଲେ ।ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଲକ୍ଷ୍ମୀନାରାୟଣ ବରାଳ ବାର୍ଷିକ ବିବରଣୀ ପାଠ କରିଥିଲେ ।ଶିକ୍ଷକ ରବିନାରାୟଣ ଦାସ,ଉର୍ମିଳା ମଧ୍ୟ ଇଂରାଜି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭୟ କୁମାର ଜେନା,ପରିଚାଳନା କମିଟିର ସଭାପତି ବୈଷ୍ଣବ ଚରଣ ବରାଳ,ସୁସିଳ କୁମାର ଜେନା,ପ୍ରଦିପ୍ତ କୁମାର ବରାଳ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ରଞ୍ଜନ କୁମାର ଜେନାଙ୍କୁ ବିଦ୍ୟାଳୟ ପକ୍ଷରୁ ସବୁଜବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଥିଲା ।ଅତିଥି ମାନଙ୍କ ଦ୍ୱାରା କ୍ରୀଡାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନାକର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Loading...
ONA

Leave a Reply

Top