ନବୀନଙ୍କ ବିରୋଧରେ ହିଞ୍ଜିଳିରେ କଂଗ୍ରେସରୁ ଲଢ଼ିବେ ସତ୍ୟ

ଭୁନନେଶ୍ୱର: ସାମ୍ବାଦିକ ସତ୍ୟପ୍ରକାଶ ନାଏକ ଆଜି କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଯୋଗଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ହିଞ୍ଜିଳିରେ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି ସୂଚନା ମିଳିଛି । ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଅନ୍ୟ ନେତାମାନଙ୍କ ଉପସ୍ଥିତିରେ ଦଳୀୟ କାର୍ଯ୍ୟାଳୟଠାରେ ସାମିଲ ହୋଇଥିଲେ । ତାଙ୍କୁ ଦଳକୁ ସ୍ୱାଗତ କରାଯାଇଥିଲା । ନିର୍ଦ୍ଦଷ୍ଟ ଭାବେ କୌଣସି ଦାୟିତ୍ୱ ସାମ୍ବାଦିକ ହୋଇଥିଲେ ବି ଦିଆଯାଇନାହିଁ । କିନ୍ତୁ ଆଲୋଚନା ବେଳେ ଏତିକି ସୂଚନା ମିଳିଛି ଯେ, ନବୀନଙ୍କ ବିରୋଧରେ କଂଗ୍ରେସ ତାଙ୍କୁ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ କରିବ ।

LEAVE A REPLY

Please enter your comment!
Please enter your name here